ନୂଆଦିଲ୍ଲୀ: ଯଦି ଆପଣ ମଧ୍ୟ ଆମାଜନ (Amazon) ସହିତ ମିଶି ରୋଜଗାର କରିବାକୁ ଚାହାଁନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ବହୁତ ଉପଯୋଗୀ । ବାସ୍ତବରେ, ଆମାଜନ ଚଳିତ ବର୍ଷ ଦେଶର ୩୫ ଟି ସହରରେ କର୍ପୋରେଟ୍, ଟେକ୍ନୋଲୋଜି, ଗ୍ରାହକ ସେବା ଓ ପରିଚାଳନା ଭୂମିକାରେ ୮,୦୦୦ ରୁ ଅଧିକ ପ୍ରତ୍ୟକ୍ଷ କର୍ମଚାରୀ ନିଯୁକ୍ତି କରିବାକୁ ଯୋଜନା କରୁଛି ।


COMMERCIAL BREAK
SCROLL TO CONTINUE READING

ଜାଣନ୍ତୁ କେଉଁ ସହରରେ ମିଳିବ ଚାକିରି
ଆମାଜନ୍, ଏଚଆର (କର୍ପୋରେଟ୍, ଏସିଆ-ପାସିଫିକ୍ ଏବଂ ପଶ୍ଚିମ ଏସିଆ ଏବଂ ଉତ୍ତର ଆଫ୍ରିକା) ର ମୁଖ୍ୟ ଦୀପ୍ତି ଭର୍ମା କହିଛନ୍ତି ଯେ ଦେଶର ୩୫ ଟି ସହରରେ ଆମର ୮,୦୦୦ ରୁ ଅଧିକ ପ୍ରତ୍ୟକ୍ଷ ଚାକିରି ସୁଯୋଗ ରହିଛି । ଏହି ସହରଗୁଡ଼ିକରେ ବେଙ୍ଗାଲୁରୁ, ହାଇଦ୍ରାବାଦ, ଚେନ୍ନାଇ, ଗୁଡ଼ଗାଓଁ, ମୁମ୍ବାଇ, କୋଲକାତା, ନୋଏଡା, ଅମୃତସର, ଅହମ୍ମଦାବାଦ, ଭୋପାଳ, କୋଏମ୍ବାଟୁର, ଜୟପୁର, କାନପୁର, ଲୁଧିଆନା, ପୁଣେ, ସୁରଟ ଭଳି ସହର ଅନ୍ତର୍ଭୁକ୍ତ ।


ଅଧିକ ପଢ଼ନ୍ତୁ: ଲିକ୍ ହେଲା ବାଇଡେନ ଓ ଘାନିଙ୍କ ଶେଷ ଫୋନ୍ କଲ, ପାକିସ୍ତାନକୁ ନେଇ ଏହି କଥା ହୋଇଥିଲେ ଦୁଇ ନେତା


ଏହି କ୍ଷେତ୍ରଗୁଡିକରେ ମିଳିବ ସୁଯୋଗ
“ଏହି ଚାକିରିଗୁଡିକ କର୍ପୋରେଟ୍, ଟେକ୍ନୋଲୋଜି, ଗ୍ରାହକ ସେବା ଏବଂ ଅପରେସନ୍ ଭୂମିକା ସହିତ ଜଡିତ । ଦୀପ୍ତି କହିଛନ୍ତି ଯେ କମ୍ପାନୀ ୨୦୧୫ ସୁଦ୍ଧା ଉଭୟ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ୨୦ ଲକ୍ଷ ନିଯୁକ୍ତି ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛି ଏବଂ ଏହା ପୂର୍ବରୁ ଭାରତରେ ୧୦ ଲକ୍ଷ ପ୍ରତ୍ୟକ୍ଷ ଓ ପରୋକ୍ଷ ଚାକିରି ସୃଷ୍ଟି କରିସାରିଛି ।"


ଅଧିକ ପଢ଼ନ୍ତୁ: ଗାଈକୁ ଜାତୀୟ ପଶୁ ଘୋଷଣା କରାଯିବା ଉଚିତ୍, ଗାଈର ସୁରକ୍ଷା ହିନ୍ଦୁମାନଙ୍କର ଏକ ମୌଳିକ ଅଧିକାର ହେଉ: ଆହ୍ଲାବାଦ HC


୧୬ ସେପ୍ଟେମ୍ବରରେ ରହିଛି ଆମାଜନ କ୍ୟାରିଅର୍ ଡେ 
Amazon Career Day ୧୬ ସେପ୍ଟେମ୍ବର ୨୦୧୧ ରେ ୧୦:୦୦ AM IST ରେ ଏକ ମାଗଣା ଇଭେଣ୍ଟ । କମ୍ପାନୀ ଏକ ବୟାନରେ କହିଛି ଯେ ଏହି ଇଣ୍ଟରାକ୍ଟିଭ୍ ଅଭିଜ୍ଞତା ସେହି ସମସ୍ତ ଚାକିରୀ ଖୋଜୁଥିବା ବ୍ୟକ୍ତିଙ୍କ ପାଇଁ ଖୋଲା ଅଛି, ଯେଉଁମାନେ ଅଭିଜ୍ଞତା, ବୃତ୍ତିଗତ କ୍ଷେତ୍ର କିମ୍ବା ପୃଷ୍ଠଭୂମି ନିର୍ବିଶେଷରେ ଆମାଜନ କିମ୍ବା ଅନ୍ୟାନ୍ୟ ସ୍ଥାନରେ କାମ କରିବାକୁ ଆଗ୍ରହୀ ଅଟନ୍ତି ।


ଅଧିକ ପଢ଼ନ୍ତୁ: Sarkari Naukri 2021: ବ୍ୟାଙ୍କ ଅଫ୍ ମହାରାଷ୍ଟ୍ରରେ ବମ୍ପର ଚାକିରି, ଏହିପରି କରିପାରିବେ ଆବେଦନ


ଏହିପରି କରିପାରିବେ ରେଜିଷ୍ଟ୍ରେସନ 
>> ଜବ ଫେୟାର ଇଭେଣ୍ଟ ପାଇଁ ରେଜିଷ୍ଟ୍ରେସନ କରିବାକୁ, https://www.amazoncareerday.com/india/home ଲିଙ୍କ୍ ଭିଜିଟ କରନ୍ତୁ ।
>> ଏହା ପରେ Register Now ବଟନ୍ ଉପରେ କ୍ଲିକ୍ କର ଓ ରେଜିଷ୍ଟ୍ରେସନ ଫର୍ମ ପୂରଣ କରନ୍ତୁ  ।
>> Amazon Career Day 2021 ରେ ଭାଗ ନେବାପାଇଁ ରେଜିଷ୍ଟ୍ରେସନର ଆବଶ୍ୟକତା ନାହିଁ ।
>> ଯଦିଓ ଆମାଜନ HR ପ୍ରତିନିଧୀଙ୍କ ସହିତ କ୍ୟାରିୟର କୋଚିଂ ଅଧିବେଶନରେ ଭାଗ ନେବାକୁ ପଞ୍ଜୀକରଣ ଆବଶ୍ୟକ ।
>> ଏହି କାର୍ଯ୍ୟକ୍ରମରେ ଗ୍ଲୋବାଲ୍ ସିନିୟର ଭିପି ଓ କଣ୍ଟ୍ରି ହେଡ୍ ଅମିତ ଅଗ୍ରୱାଲ, ସିଇଓଙ୍କ କ୍ୟାରିୟର ପରାମର୍ଶ ଓ କମ୍ପାନୀର ବରିଷ୍ଠ ପରିଚାଳକମାନଙ୍କ ଦ୍ୱାରା ଅନେକ ପ୍ୟାନେଲ୍ ଆଲୋଚନା ଅନ୍ତର୍ଭୁକ୍ତ ।