ରାଫେଲକୁ ସ୍ୱାଗତ କରିବାକୁ ପ୍ରସ୍ତୁତ ହେଉଛି ଅମ୍ବାଲା ବାୟୁସେନା ଘାଟି, ସୁରକ୍ଷା ବ୍ୟବସ୍ଥା କଡାକଡି
ବୁଧବାର (୨୯ ଜୁଲାଇ, ୨୦୨୦) ଭାରତରେ ଅବତରଣ କରିବାକୁ ଯାଉଛି ରାଫେଲ ଯୁଦ୍ଧ ବିମାନ।
ନୂଆଦିଲ୍ଲୀ: ପୂ୍ର୍ବ ଲଦାଖର ଗଲୱାନ ଉପତ୍ୟାକା ସମେତ ପ୍ରକୃତ ନିୟନ୍ତ୍ରଣ ସୀମାରେଖା-ଏଲଏସି (Line of Actual Control-LAC) ଅଞ୍ଚଳରେ ମୁହାଁମୁହିଁ ଅବସ୍ଥାରେ ରହିଛନ୍ତି ଭାରତ-ଚୀନ। ଶତ୍ରୁ ପକ୍ଷଙ୍କୁ ସାମରିକ କ୍ଷେତ୍ରରେ ମାତ ଦେବା ଲାଗି ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତି ଆରମ୍ଭ କରିଛି ଭାରତ । ଏହି କ୍ରମରେ ରାଫେଲ ଭଳି ଅତ୍ୟାଧୁନିକ ଯୁଦ୍ଧ ବିମାନ ସାମିଲ କରି ଶକ୍ତି ବଢାଇବାକୁ ଯୋଜନା କରିଛି ଭାରତୀୟ ବାୟୁସେନା-ଆଇଏଏଫ(Indian Air Force-IAF)।
ଆସନ୍ତା ବୁଧବାର (ଜୁଲାଇ ୨୯, ୨୦୨୦) ଭାରତୀୟ ବାୟୁସେନାରେ ଆନୁଷ୍ଠାନିକ ଭାବେ ସାମିଲ ହେବାକୁ ଯାଉଛି ରାଫେଲ। ଏଥିଲାଗି ଚଳିତ ମାସ ୨୭ ତାରିଖରୁ ଫ୍ରାନ୍ସର ଇଷ୍ଟ୍ରେସ ବାୟୁସେନା ଘାଟିରୁ ଭାରତ ଅଭିମୁଖେ ଉଡାଣ ଆରମ୍ଭ କରି ସାରିଛି ରାଫେଲ । ଏହାକୁ ସ୍ୱାଗତ କରିବା ଲାଗି ହରିୟାଣାସ୍ଥିତ ଅମ୍ବାଲା ବାୟୁସେନା ଘାଟିକୁ ପ୍ରସ୍ତୁତ କରାଯାଇଛି।
ଭାରତରେ ପହଞ୍ଚିବା ଲାଗି ପ୍ରାୟ ପ୍ରାୟ ୭୩୬୪ କିଲୋମିଟର ଦୂରତା ଅତିକ୍ରମ କରିବ ରାଫେଲ । ଅମ୍ବାଲା ବାୟୁସେନା ଘାଟିରୁ ୩ କିଲୋମିଟର ବ୍ୟାସାର୍ଦ୍ଧ ମଧ୍ୟରେ ଅଞ୍ଚଳକୁ ଡ୍ରୋନ୍ ଜୋନ୍ ଭାବରେ ଘୋଷଣା କରାଯାଇଛି । ଏନେଇ ପ୍ରତିକ୍ରୟା ରଖି ଅମ୍ବାଲା କ୍ୟାଣ୍ଟନମେଣ୍ଟ ଡିଏସପି କହିଛନ୍ତି ସୁରକ୍ଷା ବ୍ୟବସ୍ଥା ଉଲ୍ଲଂଘନ କରୁଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
ଗତ ସୋମବାର ପ୍ରାୟ ୭ ଘଣ୍ଟାର ଉଡାଣ ପରେ ୟୁଏଇସ୍ଥିତ ଅଲ୍ ଧଫ୍ରା ଏୟାରବେସରେ ସୁରକ୍ଷିତ ଭାବେ ଅବତରଣ କରିଛନ୍ତି ପ୍ରଥମ ପର୍ଯ୍ୟାୟରେ ଭାରତକୁ ଆସିବାକୁ ଥିବା ୫ଟି ରାଫେଲ ଯୁଦ୍ଧ ବିମାନ । ଏହି ଯୁଦ୍ଧବିମାନ ବୁଧବାର ସକାଳେ ଭାରତ ଅଭିମୁଖେ ଯାତ୍ରା କରିବେ ଏବଂ ଅପରାହ୍ନରେ ଅମ୍ବାଲା ବାୟୁସେନା ଷ୍ଟେସନରେ ପହଞ୍ଚିଯିବ ।
ଏହି ୫ଟି ରାଫେଲ ହେଉଛି ୩୬ଟି ସୁପରସୋନିକ୍ ଯୁଦ୍ଧ ବିମାନର ପ୍ରଥମ ବ୍ୟାଚ୍ ଯାହା ଭାରତ ଫ୍ରାନ୍ସରୁ କିଣୁଛି। ଅଦ୍ୟାବଧି ଭାରତୀୟ ବାୟୁସେନାର ୧୨ ପାଇଲଟ ରାଫେଲ ବିମାନ ଉଡାଇବା ତାଲିମ ଗ୍ରହଣ କରି ସାରିଛନ୍ତି ଏବଂ ଆଉ କେତେକ ସେମାନଙ୍କ ପ୍ରଶିକ୍ଷଣକୁ ଜାରି ରଖିଛନ୍ତି । ଭାରତ ଏବଂ ଫ୍ରାନ୍ସ ମଧ୍ୟରେ ହୋଇଥିବା ଚୁକ୍ତି ଅନୁଯାୟୀ ଦୁଇ ଦେଶ ରାଫେଲ ଯୁଦ୍ଧ ବିମାନ ଉଡାଇବା ଲାଗି ଭାରତୀୟ ପାଇଲଟଙ୍କୁ ଫ୍ରାନ୍ସର ବିମାନ ଚାଳକଙ୍କ ଦ୍ୱାରା ତାଲିମ ଦିଆଯିବ। ଅଧିକାଂଶ ଆଇଏଏଫ ପାଇଲଟଙ୍କୁ ଫ୍ରାନ୍ସରେ ତାଲିମ ଦିଆଯିବ, ସେମାନଙ୍କ ମଧ୍ୟରୁ କେତେକ ଦେଶ ମଧ୍ୟରେ ଏହି ପ୍ରଶିକ୍ଷଣ ନେବେ।
ବିଭିନ୍ନ ପ୍ରକାରର ଅସ୍ତ୍ରଶସ୍ତ୍ର ପରିବହନ କରିବାକୁ ସକ୍ଷମ ରାଫେଲ ଯୁଦ୍ଧବିମାନ । ୟୁରୋପୀୟ କ୍ଷେପଣାସ୍ତ୍ର ନିର୍ମାତା ଏମବିଡିଏ(MBDA) ମିଟେର୍ ଭିଜୁଆଲ୍ ରେଞ୍ଜ୍ ଏୟାର-ଟୁ-ଏୟାର ମିସାଇଲ୍ ଏବଂ ଏସସିଏଏଲପି(SCALP) ଏୟାର-ଟୁ-ଗ୍ରାଉଣ୍ଡ କ୍ରୁଜ୍ କ୍ଷେପଣାସ୍ତ୍ର ରାଫେଲ୍ ଜେଟରେ ବ୍ୟବହୃତ ମୁଖ୍ୟ ଅସ୍ତ୍ର ଭାବେ ଜଣାଶୁଣା ।
ଶକ୍ତି ବଢାଇବା ଲାଗି ରାଫେଲ ଯୁଦ୍ଧ ବିମାନରେ ଫ୍ରାନ୍ସ ନିର୍ମିତ ହାମର କ୍ଷେପଣାସ୍ତ୍ର (HAMMER MISSILE) ବ୍ୟବହାର କରିବ ଭାରତ । ଏହାକୁ ହାସଲ କରିବା ଲାଗି ଭାରତୀୟ ସଶସ୍ତ୍ର ବାହିନୀକୁ ଆଦେଶ ଦିଆଯାଇଛି। ହାମର କ୍ଷେପଣାସ୍ତ୍ର ପ୍ରାୟ ୬୦-୭୦ କିଲୋମିଟର ପରିସରରେ ଯେକୌଣସି ପ୍ରକାରର ଟାର୍ଗେଟକୁ ଲକ୍ଷ୍ୟ ଲକ୍ଷ୍ୟଭେଦ କରିବାର କ୍ଷମତା ରଖିଛନ୍ତି। ବାୟୁସେନା ସାମର୍ଥ୍ୟକୁ ବଢାଇବା ଲାଗି ୨୦୨୬ ସେପ୍ଟମ୍ବରରେ ୩୬ଟି ରାଫେଲ ଯୁଦ୍ଧବିମାନ କ୍ରୟ କରିବାକୁ ଭାରତ-ଫ୍ରାନ ମଧ୍ୟରେ ପ୍ରାୟ ୬୦ ହଜାର କୋଟି ଟଙ୍କାର ଚୁକ୍ତି ସ୍ୱାକ୍ଷର ହୋଇଥିଲା।