ସୈନ୍ୟ ବିନା ତାଲିବାନକୁ ପରାସ୍ତ କରୁଛି ଆମେରିକା, ଫ୍ରିଜ୍ କଲା ୭୦୬ ବିଲିୟନ ଟଙ୍କାର ସମ୍ପତ୍ତି
ତାଲିବାନ (Taliban) ଉପରେ ଆମେରିକାର ପ୍ରତିବନ୍ଧକ ଅର୍ଥ ଏହା ଆଉ କୌଣସି ପାଣ୍ଠିକୁ ବ୍ୟବହାର କରିପାରିବ ନାହିଁ । ତେବେ ଆମେରିକାର ଟ୍ରେଜେରୀ ବିଭାଗ ଏ ସମ୍ପର୍କରେ କିଛି କହିବାକୁ ମନା କରି ଦେଇଛି ।
ନୂଆଦିଲ୍ଲୀ: Taliban take over Afghanistan: ଆମେରିକା ଆଫଗାନିସ୍ତାନରୁ ନିଜର ସୈନ୍ୟ ପ୍ରତ୍ୟାହାର କରିନେଇଛି ସତ, କିନ୍ତୁ ତାଲିବାନ (Taliban) ବିରୋଧରେ ଯୁଦ୍ଧ ଜାରି ରଖିଛି । ଏହି ପର୍ଯ୍ୟାୟରେ ଆମେରିକା ଆଫଗାନିସ୍ତାନର ସେଣ୍ଟ୍ରାଲ ବ୍ୟାଙ୍କ (Central Bank of Afghanistan) ର ସମ୍ପତ୍ତି ପ୍ରାୟ ୯.୫ ବିଲିୟନ ଡ଼ଲାର ବା ୭୦୬ ବିଲିୟନରୁ ଅଧିକ ଟଙ୍କାର ସମ୍ପତ୍ତି ଫ୍ରିଜ୍ କରିଛି । କେବଳ ଏତିକି ନୁହେଁ, ଦେଶର ଟଙ୍କା ତାଲିବାନ (Taliban) ଙ୍କ ହାତକୁ ନ ଯାଏ ସେଥିପାଇଁ ଆମେରିକା (America) ଆଫଗାନିସ୍ତାନ (Afghanistan) କୁ ନଗଦ ଯୋଗାଣ ମଧ୍ୟ ବନ୍ଦ କରିଦେଇଛି ।
ବ୍ଲୁମବର୍ଗ ରିପୋର୍ଟ ଅନୁଯାୟୀ ଆମେରିକାର ପ୍ରଶାସନିକ ଅଧିକାରୀ ଏହା ନିଶ୍ଚିତ କରିଛନ୍ତି । ଅଧିକାରୀ କହିଛନ୍ତି ଯେ ଆମେରିକାରେ ଆଫଗାନିସ୍ତାନ ସରକାରଙ୍କ କେନ୍ଦ୍ରୀୟ ବ୍ୟାଙ୍କର କୌଣସି ସମ୍ପତ୍ତି ତାଲିବାନ (Taliban) ପାଇଁ ଉପଲବ୍ଧ ହେବ ନାହିଁ ଓ ଟ୍ରେଜେରୀ ବିଭାଗର ନିଷିଦ୍ଧ ତାଲିକାରେ ରହିବ ।
ଅଧିକ ପଢ଼ନ୍ତୁ:-ସରକାରୀ କର୍ମଚାରୀଙ୍କ ପେନସନକୁ ନେଇ ଆସିଲା ବହୁତ ବଡ଼ ଖବର!
ଅଧିକ ପଢ଼ନ୍ତୁ:-ମହଙ୍ଗା ଭତ୍ତାରେ ୨୫ ପ୍ରତିଶତ ବୃଦ୍ଧି, ଏହି କେନ୍ଦ୍ର କର୍ମଚାରୀଙ୍କୁ ବଡ଼ ଉପହାର ଦେଲେ ସରକାର
ଅଧିକ ପଢ଼ନ୍ତୁ:-ପୁଣି ବଢ଼ିଲା କୋରୋନା ମାମଲା: ଦିନକରେ ଚିହ୍ନଟ ହେଲା ଏତିକି ମାମଲା, ଆଖି ବୁଜିଲେ ୪୪୦ ସଂକ୍ରମିତ
ଅଧିକ ପଢ଼ନ୍ତୁ:-ତାଲିବାନର ବଡ଼ ପ୍ରତିଶୃତି, ଭାରତ ପାଇଁ ଆଶ୍ୱସ୍ତି ତ ପାକିସ୍ତାନ ପାଇଁ ଜୋରଦାର ଝଟକା
ଏହାପୂର୍ବରୁ ସୋମବାର ଆଫଗାନିସ୍ତାନ ସେଣ୍ଟ୍ରାଲ ବ୍ୟାଙ୍କର ମୁଖ୍ୟ ଅଜମଲ ଅହମଦୀ ଟ୍ୱିଟ ପରେ ଟ୍ୱିଟ କରି କହିଛନ୍ତି ଯେ, ଆମେରିକାର ଡଲାର ଶିପ୍ପମେଣ୍ଟ ବନ୍ଦ ହେବାକୁ ଯାଉଛି କାରଣ ଆମେରିକା କୌଣସି ପରିସ୍ଥିତିରେ ଏହା ଚାହୁଁନାହିଁ ଯେ ଫଣ୍ଡ ଉପରେ ତାଲିବାନ (Taliban) ର ଦଖଲ ହେଉ ।
ତାଲିବାନ ଉପରେ ଆମେରିକାର ପ୍ରତିବନ୍ଧକ ଅର୍ଥ ଏହା ଆଉ କୌଣସି ପାଣ୍ଠିକୁ ବ୍ୟବହାର କରିପାରିବ ନାହିଁ । ତେବେ ଆମେରିକାର ଟ୍ରେଜେରୀ ବିଭାଗ ଏ ସମ୍ପର୍କରେ କିଛି କହିବାକୁ ମନା କରି ଦେଇଛି ।