ସରକାରୀ କର୍ମଚାରୀଙ୍କ ପେନସନକୁ ନେଇ ଆସିଲା ବହୁତ ବଡ଼ ଖବର!
Advertisement
Article Detail0/zeeodisha/odisha967711

ସରକାରୀ କର୍ମଚାରୀଙ୍କ ପେନସନକୁ ନେଇ ଆସିଲା ବହୁତ ବଡ଼ ଖବର!

ଏହାପୂର୍ବରୁ ଯଦି ଉଭୟ ପେନସନଭୋଗୀଙ୍କ ମୃତ୍ୟୁ ଘଟୁଥିଲା, ତେବେ ନିୟମ 54 ର ସବ୍ ନିୟମ (3) ଅନୁଯାୟୀ, ସନ୍ତାନଙ୍କ ପାଇଁ ଦୁଇଟି ପେନ୍‌ସନ୍‌ର ସୀମା ୪୫,୦୦୦ ଟଙ୍କା ଥିଲା, ନିୟମ 54 ର ଉପ ନିୟମ (2) ଅନୁଯାୟୀ ଉଭୟ ଫ୍ୟାମିଲି ପେନସନ ୨୭,୦୦୦ ଟଙ୍କା ପ୍ରତି ମାସ ଥିଲା । 

ସରକାରୀ କର୍ମଚାରୀଙ୍କ ପେନସନକୁ ନେଇ ଆସିଲା ବହୁତ ବଡ଼ ଖବର!

ନୂଆଦିଲ୍ଲୀ: 7th Pay Commission: ଯଦି ଉଭୟ ସ୍ୱାମୀ-ସ୍ତ୍ରୀ କେନ୍ଦ୍ର ସରକାରୀ କର୍ମଚାରୀ (Central Government Employee) ଅଛନ୍ତି ଓ Central Civil Services (CCS-Pension) ୧୯୭୨ ନିୟମ ଅନୁଯାୟୀ କଭର ଅଛନ୍ତି, ତେବେ ସେମାନଙ୍କ ମୃତ୍ୟୁ ପର ସେମାନଙ୍କ ସନ୍ତାନଙ୍କୁ ଦୁଇଟି ଫ୍ୟାମିଲି ପେନସନ ମିଳିପାରେ, ଯାହାର ସର୍ବାଧିକ ସୀମା ୧.୨୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ହୋଇପାରେ ।  ତଥାପି, ଏଥିପାଇଁ କିଛି ନିୟମ ଅଛି ଯାହା ସର୍ତ୍ତକୁ ପରିଭାଷିତ କରିଥାଏ । ଯାହା ଅନ୍ତର୍ଗତ ଏହି ପେନସନ (Pension) ପ୍ରଦାନ କରାଯାଇପାରେ । ଆସନ୍ତୁ ଜାଣିବା...

କେନ୍ଦ୍ର କର୍ମଚାରୀଙ୍କ ପେନସନ ଉପରେ ନୂତନ ନିୟମ 

କେନ୍ଦ୍ର ସରକାର ଏହାର କର୍ମଚାରୀ ତଥା ସେମାନଙ୍କ ପରିବାରକୁ ସାମାଜିକ ସୁରକ୍ଷା ଯୋଗାଉଛନ୍ତି । ସେଣ୍ଟ୍ରାଲ୍ ସିଭିଲ୍ ସର୍ଭିସେସ୍ (Central Civil Services, 1972) ର ନିୟମ 54 ର ଉପ-ନିୟମ (11) ଅନୁଯାୟୀ, ଯଦି ଉଭୟ ସ୍ୱାମୀ-ସ୍ତ୍ରୀ ସରକାରୀ କର୍ମଚାରୀ ଅଛନ୍ତି ଓ ସେହି ନିୟମ ଅନୁଯାୟୀ ଆସନ୍ତି, ସେମାନଙ୍କ ମୃତ୍ୟୁ ପରେ ସେମାନଙ୍କ ସନ୍ତାନ ତାଙ୍କ ପେନସନ (Pension) ପାଇବାକୁ ହକଦାର ହେବେ । ନିୟମ ଅନୁଯାୟୀ, ଯଦି ସେବା ସମୟରେ କିମ୍ବା ଅବସର ପରେ ପିତାମାତାଙ୍କ ମଧ୍ୟରୁ ଜଣେ ମୃତ୍ୟୁ ବରଣ କରନ୍ତି, ତେବେ ବଞ୍ଚିଥିବା ଅଭିଭାବକ ଅର୍ଥାତ୍ ପତି କିମ୍ୱା ପତ୍ନୀଙ୍କୁ ପେନସନ ମିଳିଥାଏ । ଉଭୟଙ୍କ ମୃତ୍ୟୁପରେ ସେମାନଙ୍କ ପିଲାମାନେ ଦୁଇଟି ଫ୍ୟାମିଲି ପେନସନ (Family Pension) ପାଇବେ ।

ଅଧିକ ପଢ଼ନ୍ତୁ:-ମହଙ୍ଗା ଭତ୍ତାରେ ୨୫ ପ୍ରତିଶତ ବୃଦ୍ଧି, ଏହି କେନ୍ଦ୍ର କର୍ମଚାରୀଙ୍କୁ ବଡ଼ ଉପହାର ଦେଲେ ସରକାର

ଅଧିକ ପଢ଼ନ୍ତୁ:-ପୁଣି ବଢ଼ିଲା କୋରୋନା ମାମଲା: ଦିନକରେ ଚିହ୍ନଟ ହେଲା ଏତିକି ମାମଲା, ଆଖି ବୁଜିଲେ ୪୪୦ ସଂକ୍ରମିତ

ଅଧିକ ପଢ଼ନ୍ତୁ:-ତାଲିବାନର ବଡ଼ ପ୍ରତିଶୃତି, ଭାରତ ପାଇଁ ଆଶ୍ୱସ୍ତି ତ ପାକିସ୍ତାନ ପାଇଁ ଜୋରଦାର ଝଟକା

ଅଧିକ ପଢ଼ନ୍ତୁ:-ଅଗଷ୍ଟରେ ଦ୍ୱିତୀୟ ଥର ପାଇଁ ଆସିଯାଇଛି ପାଇଁ LPG ସିଲିଣ୍ଡରର ନୂଆ ଦର, ଜାଣନ୍ତୁ କ'ଣ ରହିଛି ରେଟ୍

ଅଧିକ ପଢ଼ନ୍ତୁ:-ପୁରୁଷମାନେ ପ୍ରତିଦିନ ଏତେ ସଂଖ୍ୟକ ଖାଆନ୍ତୁ କାଜୁ ବାଦାମ, ଯୌନ ସ୍ୱାସ୍ଥ୍ୟ ପାଇଁ ହୋଇଥାଏ ବରଦାନ!

ପୂର୍ବରୁ ପେନସନ୍ ଉପରେ ଥିଲା ଏହି ନିୟମ

ଏହାପୂର୍ବରୁ ଯଦି ଉଭୟ ପେନସନଭୋଗୀଙ୍କ ମୃତ୍ୟୁ ଘଟୁଥିଲା, ତେବେ ନିୟମ 54 ର ସବ୍ ନିୟମ (3) ଅନୁଯାୟୀ, ସନ୍ତାନଙ୍କ ପାଇଁ ଦୁଇଟି ପେନ୍‌ସନ୍‌ର ସୀମା ୪୫,୦୦୦ ଟଙ୍କା ଥିଲା, ନିୟମ 54 ର ଉପ ନିୟମ (2) ଅନୁଯାୟୀ ଉଭୟ ଫ୍ୟାମିଲି ପେନସନ ୨୭,୦୦୦ ଟଙ୍କା ପ୍ରତି ମାସ ଥିଲା । ଷଷ୍ଠ ବେତନ ଆୟୋଗ ଅନୁଯାୟୀ, CCS ନିୟମର ନିୟମ 54 (11) ଅନୁଯାୟୀ ସର୍ବାଧିକ ପେମେଣ୍ଟ ୯୦,୦୦୦ ଟଙ୍କା ପ୍ରତି ମାସର 50% ଓ 30% ହାରରେ ରହିଛି ।

ପେନସନ ଉପରେ ନୂଆ ନିୟମ କ’ଣ?

ସପ୍ତମ ବେତନ ଆୟୋଗ (7th Pay Commission) ପରେ ସରକାରୀ ଚାକିରିରେ ପେମେଣ୍ଟକୁ ସଂଶୋଧନ କରି ୨.୫ ଲକ୍ଷ ଟଙ୍କା ପ୍ରତି ମାସ କରାଯାଇଥିଲା । ସେବେଠାରୁ ପିଲାମାନଙ୍କୁ ଦିଆଯାଇଥିବା ପେନ୍‌ସନ୍‌ରେ ପରିବର୍ତ୍ତନ ହୋଇଛି । ପେନ୍‌ସନ୍‌ ଏବଂ ପେନ୍‌ସନ୍‌ଭୋଗୀ କଲ୍ୟାଣ ବିଭାଗ (DoPPW) ର ବିଜ୍ଞପ୍ତି ଅନୁଯାୟୀ ଦୁଇଟି ସୀମାକୁ ପରିବର୍ତ୍ତନ କରି ମାସକୁ ୧.୨୫ ଲକ୍ଷ ଟଙ୍କା ଓ ୭୫,୦୦୦ ଟଙ୍କା ପ୍ରତି ମାସ କରାଯାଇଛି ।