ନୂଆଦିଲ୍ଲୀ: ଆଫଗାନିସ୍ତାନ (Afghanistan) ରେ ପାକିସ୍ତାନ (Pakistan) ର ସାମରିକ ସୁରକ୍ଷା ଉଦ୍ଦେଶ୍ୟ ହେଉଛି ଭାରତର (India) ପ୍ରଭାବକୁ ପ୍ରତିହତ କରିବା ଓ ପାକିସ୍ତାନ ଅଞ୍ଚଳରେ ଆଫଗାନିସ୍ତାନ ଗୃହଯୁଦ୍ଧର ପରୋକ୍ଷ ପ୍ରଭାବକୁ ହ୍ରାସ କରିବା । ଏଥିପାଇଁ ତାଲିବାନ ସହ ହାତ ମିଳାଇଛି ପାକିସ୍ତାନ । ଆମେରିକା ବୈଦେଶିକ ମନ୍ତ୍ରଣାଳୟର ଗୁପ୍ତଚର ଏଜେନ୍ସି ତରଫରୁ ଆଫଗାନିସ୍ତାନ ଉପରେ ଏହାର ପ୍ରଥମ ତ୍ରୈମାସିକ ରିପୋର୍ଟରେ ଏହା କୁହାଯାଇଛି ।


COMMERCIAL BREAK
SCROLL TO CONTINUE READING

ଆଫଗାନ ତାଲିବାନ ସହ ସମ୍ପର୍କ ରକ୍ଷା କରି ପାକିସ୍ତାନ ଶାନ୍ତି ଆଲୋଚନାକୁ ସମର୍ଥନ କରୁଛି


ରିପୋର୍ଟ ଅନୁଯାୟୀ, ଆଫଗାନ ତାଲିବାନ (Taliban) ସହ ସମ୍ପର୍କ ବଜାୟ ରଖି ପାକିସ୍ତାନ ଶାନ୍ତି ଆଲୋଚନାକୁ ସମର୍ଥନ ଦେବା ଜାରି ରଖିଛି । ପ୍ରତିରକ୍ଷା ଇଣ୍ଟେଲିଜେନ୍ସ ଏଜେନ୍ସି (DIA) ଅନୁଯାୟୀ ଆଫଗାନିସ୍ତାନରେ ପାକିସ୍ତାନର ରଣନୀତିକ ସୁରକ୍ଷା ଉଦ୍ଦେଶ୍ୟ ନିଶ୍ଚିତ ଭାବରେ ଭାରତୀୟ ପ୍ରଭାବକୁ ପ୍ରତିହତ କରିବା ।


ଏପ୍ରିଲ ୧ରୁ ଜୁନ୍ ୩୦ ପର୍ଯ୍ୟନ୍ତ ତ୍ରୈମାସିକ ରିପୋର୍ଟ ଅନୁଯାୟୀ, ଆଫଗାନିସ୍ତାନ ଗୃହଯୁଦ୍ଧ ଦେଶ ଉପରେ ଅସ୍ଥିର ପ୍ରଭାବ ପକାଇବ ବୋଲି ପାକିସ୍ତାନ ଚିନ୍ତା କରୁଛି । ଏଥିରେ ଶରଣାର୍ଥୀଙ୍କ ସଂଖ୍ୟା ଓ ପାକ୍ ବିରୋଧୀ ଆତଙ୍କବାଦୀଙ୍କ ପାଇଁ ଏକ ସମ୍ଭାବିତ ନିରାପଦ ଆଶ୍ରୟସ୍ଥଳ ପ୍ରଦାନ କରିବା ସାମିଲ ରହିଛି ।


ପ୍ରତ୍ୟକ୍ଷଦର୍ଶୀଙ୍କ ସୂତ୍ରରୁ ପ୍ରକାଶ ଯେ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଏହି ତ୍ରୈମାସରେ ପାକ୍ ସୀମାବର୍ତ୍ତୀ ଅଞ୍ଚଳରେ ଆଫଗାନ ତାଲିବାନଙ୍କ ପାଇଁ ଆର୍ଥିକ ଅବଦାନ ବୃଦ୍ଧି ପାଇଛି । ଏଥିରେ କୁହାଯାଇଛି ଯେ ମସଜିଦମାନଙ୍କରେ ଉସୁକାଇବା ଉଦ୍ୟମ ହୋଇଥିଲା, କିନ୍ତୁ ତାଲିବାନ ଆତଙ୍କୀମାନେ ପାକିସ୍ତାନୀ ସହରର ବଜାରରେ ମୁକ୍ତ ଭାବରେ ବୁଲୁଥିଲେ ।


ଅଧିକ ପଢ଼ନ୍ତୁ:-ଖୁସି ଖବର! ବଢ଼ିପାରେ ଅବସର ବୟସ ଓ ପେନସନ ରାଶି, ଜାଣନ୍ତୁ ମୋଦି ସରକାରଙ୍କ କ’ଣ ରହିଛି ଯୋଜନା?


ଅଧିକ ପଢ଼ନ୍ତୁ:-ପୁଣି ଖସିଲା ପେଟ୍ରୋଲ-ଡିଜେଲ ଦର, ଜାଣନ୍ତୁ କ'ଣ ରହିଛି ଆଜି ରେଟ୍


ଅଧିକ ପଢ଼ନ୍ତୁ:-ଏଣିକି ୨୦୦୦ ଟଙ୍କା ବଦଳରେ ଚାଷୀଙ୍କ ଆକାଉଣ୍ଟରେ ଆସିବ ୪୦୦୦ ଟଙ୍କା!


ଅଧିକ ପଢ଼ନ୍ତୁ:-କୋରୋନା ମାମଲାରେ ଆଶ୍ୱସ୍ତିକର ଖବର: ଦିନକରେ ଚିହ୍ନଟ ହେଲା ଏତିକି ସଂକ୍ରମିତ, ମୃତ୍ୟୁ ବରଣ କଲେ ୪୦୩ ଆକ୍ରାନ୍ତ


ପାକିସ୍ତାନରେ ପାଣ୍ଠି ସଂଗ୍ରହ କରୁଛନ୍ତି ତାଲିବାନ ଆତଙ୍କୀ


ଗତ ତିନିମାସ ମଧ୍ୟରେ ଗଣମାଧ୍ୟମର ରିପୋର୍ଟରେ ଦର୍ଶାଯାଇଛି ଯେ ତାଲିବାନ ଆତଙ୍କବାଦୀମାନେ ସାଧାରଣତଃ ପାକିସ୍ତାନର ସୀମାନ୍ତ ଅଞ୍ଚଳରେ ଥିବା ପାକିସ୍ତାନୀ ଦୋକାନୀମାନଙ୍କଠାରୁ ୫୦ ଡଲାର କିମ୍ବା ତା’ଠାରୁ ଅଧିକ ଦାଦାବଟି ଆଦାୟ କରନ୍ତି । ସ୍ଥାନୀୟ ବାସିନ୍ଦା ଗଣମାଧ୍ୟମକୁ କହିଛନ୍ତି ଯେ କ୍ୱେଟା, କୁଚଲାକ୍ ବାଇପାସ୍, ପଖ୍ତୁନ୍ ଆବାଦ୍ ଓ ଫାରୁକିୟାର ଗାଁ ଓ ସହରରେ ଦାଦାବଟି ଆଦାୟ କରିବା ସାଧାରଣ କଥାରେ ପରିଣତ ହୋଇଯାଇଛି ।


ତାଲିବାନକୁ ରୋକିବାରେ ଭାରତ-ଆମେରିକା ସହଭାଗୀତା ଅଧିକ ଗୁରୁତ୍ୱପୂର୍ଣ୍ଣ: ରୋ ଖାନ୍ନା 


ଆମେରିକାର ପ୍ରଭାବଶାଳୀ ଆଇନଜୀବୀ ରୋ ଖାନ୍ନା କହିଛନ୍ତି ଯେ, ତାଲିବାନ ତଥା ଆତଙ୍କବାଦକୁ ମୁକାବିଲା କରିବା ପାଇଁ ଭାରତ-ଆମେରିକାର ରଣନୀତିକ ଭାଗିଦାରୀ ପୂର୍ବ ଅପେକ୍ଷା ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇଛି ।


ଆମେରିକା ସଂସଦର ନିମ୍ନ ଗୃହରେ ଥିବା ସିଲିକନ୍ ଭ୍ୟାଲି ସାଂସଦ ଖାନ୍ନା ଟ୍ୱିଟ୍ କରି କହିଛନ୍ତି, ତାଲିବାନ ଓ ଆତଙ୍କବାଦ ବିରୋଧରେ ଲଢ଼ିବା ପାଇଁ ଭାରତ-ଆମେରିକା ରଣନୀତିକ ଭାଗିଦାରୀ ଗୁରୁତ୍ୱପୂର୍ଣ୍ଣ । ସେ କହିଛନ୍ତି ଯେ ଜାତୀୟ ସୁରକ୍ଷା ପ୍ରସଙ୍ଗରେ ଭାରତ-ଆମେରିକା ସହଭାଗିତାକୁ ମଜବୁତ କରିବା ପାଇଁ ସେ ଇଣ୍ଡିଆ କାଉକସର ନେତୃତ୍ୱ ସହ ଘନିଷ୍ଠ ଭାବରେ କାର୍ଯ୍ୟ କରିବେ ।