ନୂଆଦିଲ୍ଲୀ: US Help Afghanistan: ତାଲିବାନ (Taliban) ର ଅନ୍ତରୀଣ ସରକାର ଗଠନ ପରେ ଆମେରିକା (America) ଆଫଗାନିସ୍ତାନବାସୀଙ୍କ (Afghanistan Citizen) ପାଇଁ ଆର୍ଥିକ ସହାୟତା ଘୋଷଣା କରିଛି । ମିଳିତ ଜାତିସଂଘ (United Nations) ରେ ଆମେରିକାର ରାଷ୍ଟ୍ରଦୂତ ଲିଣ୍ଡା ଥମ୍ପସନ-ଗ୍ରୀନଫିଲ୍ଡ କହିଛନ୍ତି ଯେ ଆଫଗାନିସ୍ତାନବାସୀଙ୍କୁ ୬୪ ମିଲିୟନ ଡଲାର (ପ୍ରାୟ ୪୭୦ କୋଟି) ର ମାନବିକ ସହାୟତା ଯୋଗାଇବାକୁ ଆମେରିକା ପ୍ରସ୍ତୁତ ଅଛି । ସେ କହିଛନ୍ତି ଯେ ଆଫଗାନିସ୍ତାନରେ ପରିସ୍ଥିତି ଗୁରୁତର ରହିଛି । ଏଭଳି ପରିସ୍ଥିତିରେ ଆମେରିକା ୬୪ ମିଲିୟନ ଡଲାର ସହାୟତା ପ୍ରଦାନ କରିବାକୁ ପ୍ରତିଶୃତି ଦେଉଛି ।


COMMERCIAL BREAK
SCROLL TO CONTINUE READING

ଆମେରିକାର ରାଷ୍ଟ୍ରଦୂତ ଲିଣ୍ଡା ଥମ୍ପସନ-ଗ୍ରୀନଫିଲ୍ଡ ତାଙ୍କ ଟ୍ୱିଟରେ ଲେଖିଛନ୍ତି ଯେ, "ମୁଁ ଘୋଷଣା କରି ଗର୍ବିତ ଯେ ଆଫଗାନିସ୍ତାନବାସୀଙ୍କୁ ଆମେରିକା ୬୪ ମିଲିୟନ ଡଲାରର ନୂତନ ମାନବିକ ସହାୟତା ଯୋଗାଉଛି । ଏହି ନୂତନ ପାଣ୍ଠି ମିଳିତ ଜାତିସଂଘ ଓ ଆନ୍ତର୍ଜାତୀୟ ଏନଜିଓର କାର୍ଯ୍ୟକୁ ସମର୍ଥନ କରିବ । ଅନ୍ୟ ଦେଶମାନଙ୍କୁ ମଧ୍ୟ ଏକତା ଦେଖାଇବାକୁ ଆମେ ଅନୁରୋଧ କରୁଛୁ ।"


ଆମେରିକା ପୂର୍ବରୁ ମିଳିତ ଜାତିସଂଘର ମୁଖ୍ୟ, ନ୍ୟୁଜିଲ୍ୟାଣ୍ଡ, ଚୀନ୍, ଜର୍ମାନୀ ମଧ୍ୟ ଆଫଗାନିସ୍ତାନକୁ ଆର୍ଥିକ ସହାୟତା ପ୍ରଦାନ କରିବାର ଘୋଷଣା କରିଥିଲେ । ତେବେ ଏପର୍ଯ୍ୟନ୍ତ ଭାରତ ଦ୍ୱାରା ଏପରି କୌଣସି ଘୋଷଣା କରାଯାଇ ନାହିଁ ।


ଜାତିସଂଘ ମୁଖ୍ୟ ଆଫଗାନିସ୍ତାନକୁ ୨୦ ମିଲିୟନ ଆମେରିକୀୟ ଡଲାର ଦେବାର କରିଛନ୍ତି ଘୋଷଣା


ମିଳିତ ଜାତିସଂଘର ସେକ୍ରେଟେରୀ ଜେନେରାଲ ଆଣ୍ଟୋନିଓ ଗୁଟେରସ୍ ସୋମବାର ଆଫଗାନିସ୍ତାନରେ ମାନବିକ କାର୍ଯ୍ୟକୁ ସମର୍ଥନ କରିବା ପାଇଁ ୨୦ ମିଲିୟନ୍ ଆମେରିକୀୟ ଡଲାର ଆବଣ୍ଟନର ଘୋଷଣା କରିଛନ୍ତି । ଯୁଦ୍ଧ ଦ୍ୱାରା ପ୍ରଭାବିତ ଦେଶରେ 'ପ୍ରକୃତ' ଅଧିକାରୀମାନେ ଲୋକମାନଙ୍କୁ ସାହାଯ୍ୟ ଯୋଗାଇବା ପାଇଁ ସହଯୋଗ କରିବାକୁ ପ୍ରତିଶୃତି ଦେଇଛନ୍ତି । ସେ କହିଛନ୍ତି ଯେ,"ଆଫଗାନିସ୍ତାନର ଲୋକଙ୍କୁ ଏକ ଜୀବନ ରେଖାର ଆବଶ୍ୟକ ରହିଛି । ଦଶନ୍ଧି ଧରି ଯୁଦ୍ଧ, ଯନ୍ତ୍ରଣା ଏବଂ ଅସୁରକ୍ଷିତତା ପରେ ସେମାନେ ବୋଧହୁଏ ସେମାନଙ୍କର ସବୁଠାରୁ ବିପଜ୍ଜନକ ସମୟର ସମ୍ମୁଖୀନ ହେଉଛନ୍ତି । ଅନ୍ତର୍ଜାତୀୟ ସମୁଦାୟ ତାଙ୍କ ପାଖରେ ଠିଆ ହେବାର ବର୍ତ୍ତମାନ ସମୟ ।"


ଚୀନ୍ ପୂର୍ବରୁ ୨୦୦ ମିଲିୟନ୍ ୟୁଆନ୍ (୩୧ ମିଲିୟନ୍ ଡଲାର୍) ଆର୍ଥିକ ସହାୟତା ଘୋଷଣା କରିସାରିଛି । ଏଥି ସହିତ ନ୍ୟୁଜିଲ୍ୟାଣ୍ଡର ବୈଦେଶିକ ମନ୍ତ୍ରୀ ନାନୈୟା ମହୁତା ସୋମବାର କହିଛନ୍ତି ଯେ ସେ ଆଫଗାନିସ୍ତାନକୁ ମାନବୀୟ ସହାୟତା ରୂପେ ୩ ମିଲିୟନ ଡଲାରର ଦେବାର ଘୋଷଣା କରିଛନ୍ତି । ଆଫଗାନିସ୍ତାନରେ ଏକ ଗୁରୁତ୍ୱପୂର୍ଣ୍ଣ ମାନବିକ ଆବଶ୍ୟକତା ରହିଛି, ଏହି ସଙ୍କଟ ଦ୍ୱାରା ମହିଳା ଓ ବାଳିକା ପ୍ରତିକୂଳ ପ୍ରଭାବିତ ହେବେ ବୋଲି ମହୁତା ଏକ ବିବୃତ୍ତିରେ କହିଛନ୍ତି ।


ଅଧିକ ପଢ଼ନ୍ତୁ:-ଜାରି ହେଲା ଆଜିର ଡିଜେଲ-ପେଟ୍ରୋଲର ନୂଆ ଦାମ୍, ଚେକ୍ କରନ୍ତୁ ଆପଣଙ୍କ ସହରରେ କ'ଣ ରହିଛି ରେଟ୍


ଅଧିକ ପଢ଼ନ୍ତୁ:-ଖୁବ୍ ଶୀଘ୍ର ମିଳିବ ଖୁସି ଖବର! ୧୮ ମାସର ମହଙ୍ଗା ଭତ୍ତା ବକେୟାକୁ ନେଇ ପୁଣି ବଢ଼ିଛି ଆଶା, ଏବେ ପିଏମ ମୋଦି ନେବେ ନିଷ୍ପତ୍ତି


ଅଧିକ ପଢ଼ନ୍ତୁ:-ପ୍ରତିଦିନ ସକାଳେ ଉଠି ଗରମ ପାଣିରେ ଏହା ମିଶାଇ ପିଇଲେ ମିଳିଥାଏ ଜବରଦସ୍ତ ଲାଭ