ଭଡୋଦରା: କୋଭିଡ୍ ହସ୍ପିଟାଲ ପାଲଟିଲା ମସଜିଦ୍। ସହରରେ କୋରୋନା ରୋଗୀଙ୍କ ବେଡ୍ ଓ ଅକ୍ସିଜେନ୍ ଅଭାବ ଦେଖାଦେବାରୁ ମସଜିଦ୍କୁ ହସ୍ପିଟାଲରେ ପରିଣତ କରିବାକୁ ନିଷ୍ପତ୍ତି ନେଲେ ମସଜିଦ୍ ପରିଚଳକ। ଏଭଳି ଏକ ମାନବିକତାର ଦୃଶ୍ୟ ଗୁଜୁରାଟର ଜାହାଙ୍ଗୀରପୁରା ମସଜିଦରେ ଦେଖିବାକୁ ମିଳିଛି।


COMMERCIAL BREAK
SCROLL TO CONTINUE READING

ମସଜିଦର ଜଣେ ପରିଚାଳକ କହିଛନ୍ତି ଯେ, କୋରୋନା ସଂକ୍ରମଣ (coronavirus) ଦୃତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ଫଳରେ ବିଭିନ୍ନ ହସ୍ପିଟାଲରେ ରୋଗୀଙ୍କୁ ବେଡ୍ ଓ ଅକ୍ସିଜେନ୍ ମିଳିପାରୁ ନାହିଁ। ଆଉ ସେଥିପାଇଁ ମସଜିଦ (Masjid) କୁ ୫୦ ବେଡ ବିଶିଷ୍ଟ କୋଭିଡ୍ ହସ୍ପିଟାଲ (Covid Hospital) କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହି ରମଜାନ ମାସରେ ଏହାଠୁ ବଳି ଆଉ କଣ ପୂଣ୍ୟ କରାଯାଇ ପାରେ ବୋଲି ସେ କହିଛନ୍ତି।


Also Read: ଏହି ରାଜ୍ୟରେ Lockdown କରିବାକୁ ହାଇକୋର୍ଟ ଦେଲେ ନିର୍ଦ୍ଦେଶ


କିଛି ଦିନ ତେଳେ ଗୁଜୁରାଟ ସଭିଲ୍ ହସ୍ପିଟାଲ (Civil Hospital) ର ଏକ ଭିଡିଓ ଭାଇରାଲ ହୋଉଥିଲା। ପ୍ରାୟ ୪୦ଟି ଆମ୍ବୁଲାନ୍ସ କୋରୋନା ରୋଗୀଙ୍କୁ ନେଇ ହସ୍ପିଟାଲ ବାହାରେ ଲାଇନ ଲଗାଇଥିଲେ। ଯାହାକୁ ନେଇ ଗତକାଲି ଗୁଜୁରାଟ ହାଇକୋର୍ଟ (Gujarat High Court) ରାଜ୍ୟ ସରକାରଙ୍କ ଉପରେ ଖୁବ୍ ବର୍ଷିଛନ୍ତି ଓ ସ୍ୱାସ୍ଥ୍ୟ ବ୍ୟବସ୍ଥା ପରିଚାଳନା ଉପରେ ପ୍ରଶ୍ନ ମଧ୍ୟ ଉଠାଇଛନ୍ତି।



ସୂଚନାଯୋଗ୍ୟ, ଗତ କିଛି ଦିନ ହେଲା ଗୁଜୁରାଟରେ ଦୈନିକ ଲଗାତାର ୧୦ ହଜାରରୁ ଊର୍ଦ୍ଧ୍ୱ କୋରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଫଳରେ ରୋଗୀଙ୍କୁ ବେଡ୍ ଓ ଅକ୍ସିଜେନ୍ ମିଳିବାରେ କଷ୍ଟ ହେଉଛି। ଏପରି ଅନେକ କୋରୋନା ଆକ୍ରାନ୍ତ ଚିକିତ୍ସା ସୁବିଧା ନମିଳିବାରୁ ମରିଯାଉଥିବା ଖବର ଆସୁଛି। ବର୍ତ୍ତମାନ ଗୁଜୁରାଟରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ପ୍ରାୟ ୪ ଲକ୍ଷ ୨୦ରେ ପହଞ୍ଚିଲାଣି।