ବିନା ଶୁଣାଣିରେ ଅଭିଯୁକ୍ତ ବେଶି ଦିନ ଜେଲ୍ ରେ ରହିପାରିବେନି: ସୁପ୍ରିମକୋର୍ଟ
Supreme Court: ଦେଶର ସର୍ବୋଚ୍ଚ ନ୍ୟାୟାଳୟ (Supreme Court) କହିଛନ୍ତି ଯେ, ଏପରି ପରିସ୍ଥିତିକୁ ବଜାୟ ରଖିବାକୁ ଅନୁମତି ଦେଇପାରିବେ ନାହିଁ ଯେଉଁଥିରେ ଜଣେ ବ୍ୟକ୍ତି ବିନା ଶୁଣାଣିରେ ଦୀର୍ଘ ସମୟ ଧରି ଜେଲରେ ରହିବା ଭଳି ପରିସ୍ଥିତି ସୃଷ୍ଟି ହେଉଥିବ।
Supreme Court: ଅନେକ ସମୟରେ ଦେଖାଯାଏ ଯେ, ଜଣେ ବ୍ୟକ୍ତିର କିଛି ଭୁଲ୍ ନଥାଇ ମଧ୍ୟ ନ୍ୟାୟପାଳିକାରେ ଶୁଣାଣିରେ (Verdict) ହେଉଥିବା ବିଳମ୍ବ (Delay) ପାଇଁ ଅଭିଯୁକ୍ତ (Accused) ଅନେକ ଦିନ ଧରି ଜେଲ୍ ରେ ରହିଥାଏ। ଯାହା ଜଣେ ନିର୍ଦ୍ଦୋଶିର ମାନସିକ ସ୍ଥିତି ଉପରେ ପ୍ରଭାବ ପକାଇଥାଏ। ଏଥିସହିତ ଦୀର୍ଘଦିନ ଧରି ପରିବାର ଲୋକଙ୍କ ମଧ୍ୟରେ ଏକ ଅସନ୍ତୋଷ ଦେଖାଯାଇଥାଏ। ତେଣୁ, ଏହି ସହୁ ପରିସ୍ଥିତିକୁ ଦେଶର ସର୍ବୋଚ୍ଚ ନ୍ୟାୟାଳୟ (Supreme Court) ବର୍ତ୍ତମାନ ଗୁରୁତର ସହ ନେଇଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି ଯେ, ଏପରି ପରିସ୍ଥିତିକୁ ବଜାୟ ରଖିବାକୁ ଅନୁମତି ଦେଇପାରିବେ ନାହିଁ ଯେଉଁଥିରେ ଜଣେ ବ୍ୟକ୍ତି ବିନା ଶୁଣାଣିରେ ଦୀର୍ଘ ସମୟ ଧରି ଜେଲରେ ରହିବା ଭଳି ପରିସ୍ଥିତି ସୃଷ୍ଟି ହେଉଥିବ। ପଶ୍ଚିମବଙ୍ଗର ଏକ ଅପରାଧିକ ମାମଲାରେ ଚାରି ବର୍ଷ ଜେଲରେ ଥିବା ଦୁଇ ଅଭିଯୁକ୍ତଙ୍କୁ ଜାମିନ ପ୍ରଦାନ ସମୟରେ ସୁପ୍ରିମକୋର୍ଟ ଏହା କହିଛନ୍ତି।
ସୁପ୍ରିମକୋର୍ଟ କହିଛନ୍ତି ଯେ, ୨୦୧୮ରେ ୪୧୪ କିଲୋଗ୍ରାମ ନିଷିଦ୍ଧ କଥିତ ଗଞ୍ଜେଇ ଜବତ ହୋଇଥିଲା। ସେହି ମାମଲାରେ ପ୍ରଥମ ଓକିଲଙ୍କ ସାକ୍ଷୀକୁ ପଚାରାଉଚୁରା ବାକି ରହିଛି। କୋର୍ଟ ପକ୍ଷରୁ କୁହାଯାଇଛି ଯେ, ଯଦି ଅଭିଯୁକ୍ତ ଶୁଣାଣି ପ୍ରକ୍ରିୟାରେ ବିଳମ୍ବ କରନ୍ତି, ତେବେ ସେ ତଳ ଅଦାଲତକୁ ଅଭିଯୁକ୍ତଙ୍କୁ ଜେଲକୁ ପଠାଇବାକୁ ଅନୁମତି ଦେଇଥାଏ। ଜଷ୍ଟିସ୍ ଏସ୍.କେ କୌଲ୍ ଓ ଜଷ୍ଟିସ୍ ପି.ଏସ ନରସିହ୍ମା କହିଛନ୍ତି ଯେ, ଏକ ଚାର୍ଜସିଟ ଦାଖଲ କରାଯାଇଥିଲା ଏବଂ ଅଭିଯୋଗ ଲଗାଯାଇଥିଲା। କିନ୍ତୁ, ଏହି ମାମଲାର ଶୁଣାଣି ଆଗକୁ ଆଉ ବଢିନାହିଁ।
ଖଣ୍ଡପିଠ ଏହି ସପ୍ତାହ ଆରମ୍ଭରେ ପାସ୍ କରିଥିବା ନିଜ ଆଦେଶରେ କହିଛନ୍ତି ଯେ, ଆମେ ଏପରି ପରିସ୍ଥିତିକୁ ବଜାୟ ରଖିବାକୁ ଦେଇ ପାରିବୁ ନାହିଁ, ଯେଉଁଥିରେ ଜଣେ ବ୍ୟକ୍ତି ବିନା ବିଚାରରେ ଦୀର୍ଘ ସମୟ ଜେଲରେ ରହିବେ।
ସୁପ୍ରିମକୋର୍ଟ କହିଛନ୍ତି ଯେ, ଅଭିଯୁକ୍ତ ମାନେ ପ୍ରାୟ ଚାରି ବର୍ଷ ହେଲାଣି ଜେଲରେ ବନ୍ଦ ଅଛନ୍ତି ହେଲ ଏପର୍ଯ୍ୟନ୍ତ ଅଭିଯୋଗକାରୀଙ୍କ ପ୍ରଥମ ସାକ୍ଷୀଙ୍କୁ ପଚରାଉଚୁରା ବାକି ରହିଛି। ଏଥିପାଇଁ ଅଭିଯୁକ୍ତ ତଳ ଅଦାଲତ ଦ୍ବାରା ନିର୍ଦ୍ଧାରିତ ନିୟମ ଓ ସର୍ତ୍ତ ଅନୁଯାୟୀ, ଜାମିନ ପାଇବାକୁ ଯୋଗ୍ୟ। କୋର୍ଟ କହିଛନ୍ତି ଯେ, ଅଭିଯୋଗକାରୀଙ୍କୁ ତଳ ଅଦାସତ ଦ୍ବାରା ନିର୍ଦ୍ଧାରିତ ସମସ୍ତ ତାରିଖରେ ଉପସ୍ଥିତ ରହିବାକୁ ପଡିବ ଓ ତାଙ୍କ ଓକିଲ ଅନାବଶ୍ୟକ ସ୍ଥଗିତାଦେଶ ପାଇଁ ଅନୁରୋଧ କରିପାରିବେ ନାହିଁ।
ସର୍ବୋଚ୍ଚ ନ୍ୟାୟାଳୟ କୋଲକତା ଉଚ୍ଚ ନ୍ୟାୟାଳୟର ୨୦୨୧ ନଭେମ୍ବରର ସେହି ଆଦେଶ ବିରୋଧରେ ଅଭିଯୁକ୍ତଙ୍କ ଦ୍ବାରା କରାଯାଇଥିବା ଆବେଦନକୁ ଗ୍ରହଣ କରି ଏହି ଆଦେଶନାମା ଦେଇଛନ୍ତି। ଯେଉଁଥିରେ ୨୦୧୮ ମସିହାରେ କରାଯାଇଥିବା ଅଭିଯୋଗରେ ଜାମିନ ଦେବାକୁ ମନା କରିଦେଇଥିଲେ।
ଏହି ରାୟ ଆସିବା ପରେ କୁହାଯାଉଛି ଯେ, ଏବେ ନ୍ୟାୟିକ ପ୍ରକ୍ରିୟା ଆହୁରି ମଜବୁତ ହେବା ସହ ଲୋକଙ୍କର ନ୍ୟାୟପାଳିକା ଉପରେ ଆସ୍ଥା ବଢିବ। ଆଜିକାଲି ଦେଖିବାକୁ ମିଳେ ଯେ କେବଳ ରାଜନୈତିକ ଦଳ ଗୁଡିକ ମଧ୍ୟରେ ହେଉଥିବା ବିବାଦ ଅଦାଲତରେ କେଶ ବଢାଇଥାଏ। ଅନେକ ବେଳେ ବହୁତ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ନ୍ୟାୟ ମିଳିବା ବହୁତ ବିଳମ୍ବ ହୋଇଥାଏ। ତେଣୁ କୋଲକତା ଉଚ୍ଚ ନ୍ୟାୟାଳୟର ସେହି ରାୟ ଉପରେ ହାସିଥିବା ଆଦେଶ ନିଶ୍ଚିତ ଭାବେଅନ୍ୟମାନଙ୍କୁ ଆଶ୍ବସ୍ତ କରିବ।