ଭାରତରୁ ଚୀନକୁ ମିଳିଲା ଆଉ ଏକ ବଡ଼ ଝଟକା
ରୋଲିଂ ଷ୍ଟକ୍ ଓ ସିଗନାଲ୍ ସିଷ୍ଟମ୍ ପାଇଁ ଆନ୍ତର୍ଜାତୀୟ ପ୍ରତିଯୋଗିତାମୂଳକ ବିଡିଂ କରାଯାଇଥିଲା । ଯାହା ଅଧୀନରେ ୪ଟି ଆନ୍ତର୍ଜାତୀୟ କମ୍ପାନୀ ଟେଣ୍ଡର ପ୍ରକ୍ରିୟାରେ ଅଂଶ ଗ୍ରହଣ କରିଥିଲେ । ୧୮ ଫେବୃଆରୀ ୨୦୨୦ରେ UPMRCରେ ଟେଣ୍ଡର ଦାଖଲ କରିଥିଲେ ।
ଲକ୍ଷ୍ନୌ: ଉତ୍ତରପ୍ରଦେଶ ମେଟ୍ରୋ ରେଳ ନିଗମ(ୟୁପିଏମଆରସି) କାନପୁର ଓ ଆଗ୍ରା ମେଟ୍ରୋ ଟ୍ରେନ୍ ପରିଯୋଜନା ପାଇଁ ମେଟ୍ରୋ ଟ୍ରେନ (ରୋଲିଂ ଷ୍ଟକ୍)ର ଯୋଗାଣ, ପରୀକ୍ଷଣ ଏବଂ କମିଶନିଂ ସହ ଟ୍ରେନ କଣ୍ଟ୍ରୋଲ ଓ ସିଗନାଲିଂ ସିଷ୍ଟମର ଚୁକ୍ତି ବମ୍ୱେର୍ଡିଅର ଇଣ୍ଡିଆକୁ ପ୍ରଦାନ କରିଛି । ଯାହା ହେଉଛି ଏକ ଇଣ୍ଡିଆନ୍ କନ୍ସୋର୍ଟିୟମ୍ (କମ୍ପାନୀ ଅଫ୍ ଗ୍ରୁପ୍) । ଉଭୟ କାନପୁର ଓ ଆଗ୍ରା ମେଟ୍ରୋ ପ୍ରକଳ୍ପ ପାଇଁ ସମୁଦାୟ ୬୭ଟି ଟ୍ରେନର ଯୋଗାଇ ଦିଆଯିବ । ସେଥିମଧ୍ୟରୁ ପ୍ରତ୍ୟେକ ଟ୍ରେନରେ ୩ଟି କାର୍ କିମ୍ବା କୋଚ୍ ରହିବ । ସେଥିମଧ୍ୟରୁ ୩୯ଟି ଟ୍ରେନ୍ କାନପୁର ଓ ଆଗ୍ରା ପାଇଁ ୨୮ଟି ଟ୍ରେନ୍ ରହିବ । ଏକ ଟ୍ରେନର ଯାତ୍ରୀ କ୍ଷମତା ପ୍ରାୟ ୯୮୦ ହେବ । ଅର୍ଥାତ ପ୍ରାୟ ୩୧୫-୩୫୦ ଯାତ୍ରୀ ପ୍ରତ୍ୟେକ କୋଚରେ ଯାତ୍ରା କରିପାରିବେ । ଅନ୍ୟପକ୍ଷେ କାନପୁର-ଆଗ୍ରା ମେଟ୍ରୋ ପ୍ରକଳ୍ପ ପାଇଁ ଚୀନ କମ୍ପାନୀର ଟେଣ୍ଡରକୁ ରଦ୍ଦ କରିଦିଆଯାଇଛି ।
ରୋଲିଂ ଷ୍ଟକ୍ ଓ ସିଗନାଲ୍ ସିଷ୍ଟମ୍ ପାଇଁ ଆନ୍ତର୍ଜାତୀୟ ପ୍ରତିଯୋଗିତାମୂଳକ ବିଡିଂ କରାଯାଇଥିଲା । ଯାହା ଅଧୀନରେ ୪ଟି ଆନ୍ତର୍ଜାତୀୟ କମ୍ପାନୀ ଟେଣ୍ଡର ପ୍ରକ୍ରିୟାରେ ଅଂଶ ଗ୍ରହଣ କରିଥିଲେ । ୧୮ ଫେବୃଆରୀ ୨୦୨୦ରେ UPMRCରେ ଟେଣ୍ଡର ଦାଖଲ କରିଥିଲେ । ପରବର୍ତ୍ତୀ ସମୟରେ ଏହି ଟେଣ୍ଡରଗୁଡିକର ବିସ୍ତୃତ ବୈଷୟିକ ମୂଲ୍ୟାଙ୍କନ କରାଯାଇଥିଲା । ଯାହା ପରେ ବିଡରେ ଜଡିତ ଚିନି କମ୍ପାନୀ ଅଯୋଗ୍ୟ ଘୋଷିତ କରି ଦିଆଯାଇଛି । ଆର୍ଥିକ ବିଡ୍ ପାଇଁ ୩ଟି ବିଡର୍ସକୁ ଚୟନ କରାଯାଇଛି । ଆଉ ସର୍ବନିମ୍ନ ଡାକରା ଦେଇଥିବା କମ୍ପାନୀ / କନ୍ସୋର୍ଟିୟମ୍ ବମ୍ବେର୍ଡିଅର୍ ଇଣ୍ଡିଆ ପ୍ରାଇଭେଟ ଲିମିଟେଡକୁ ୩ ଜୁଲାଇ ୨୦୨୦ରେ ଚୁକ୍ତି ପ୍ରଦାନ କରାଯାଇଛି । କାନପୁର ଓ ଆଗ୍ରା ମେଟ୍ରୋ ପ୍ରକଳ୍ପ ପାଇଁ ମିଳିବାକୁ ଥିବା ଅତ୍ୟାଧୁନିକ ଟ୍ରେନ୍ ଯୋଗାଣ ବମ୍ବେର୍ଡିୟରର ସାଭାର୍ଡି(ଗୁଜୁରାଟ) ସ୍ଥିତ ପ୍ଲାଣ୍ଟରୁ ହେବ । କେନ୍ଦ୍ର ସରକାରଙ୍କ 'ମେକ୍ ଇନ୍ ଇଣ୍ଡିଆ' ଅଭିଯାନକୁ ମଜବୁତ କରିବା ଦିଗରେ UPMRC ଏହାକୁ ଏକ ପ୍ରମୁଖ ସଫଳତା ଭାବରେ ଦେଖୁଛି ।