ନୂଆଦିଲ୍ଲୀ: Armenia-Azerbaijan War 2020: କୋରୋନା ସଙ୍କଟ ମଧ୍ୟରେ ଯେକୌଣସି ସମୟରେ ବିଶ୍ୱଯୁଦ୍ଧ (World War) ର ସ୍ଥିତି ଦେଖାଦେଇପାରେ । କାରଣ ବିଶ୍ୱର ୪ଟି ସ୍ଥାନରେ ପଡୋଶୀ ଦେଶ ମଧ୍ୟରେ ବିବାଦ ଲାଗି ରହିଛି । ସବୁଠୁ ବଡ଼ ଯୁଦ୍ଧ କ୍ଷେତ୍ର ଋଷ (Russia) ର ନିକଟବର୍ତ୍ତୀ ଦେଶରେ ଦେଖିବାକୁ ମିଳୁଛି । ଯେଉଁଠାରେ ଆର୍ମେନିଆ ଓ ଆଜେରବାଇଜାନ (Armenia-Azerbaijan) ପରସ୍ପରକୁ ଧ୍ୱଂସ କରିବାରେ ଲାଗିଛି । ଦୁଇ ଦେଶ ମଧ୍ୟରେ କ୍ଷେପଣାସ୍ତ୍ର, ତୋପ, ଟ୍ୟାଙ୍କ ସାହାଯ୍ୟରେ ଯୁଦ୍ଧ ଜାରି ରହିଛି । ମୁସଲିମ ସଂଖ୍ୟାଗରିଷ୍ଠ ଆଜେରବାଇଜାନ ତ ଆର୍ମେନିଆ ଉପରେ ଡ୍ରୋନ୍ ଆକ୍ରମଣ ଆରମ୍ଭ କରିଦେଇଛି ।


COMMERCIAL BREAK
SCROLL TO CONTINUE READING

ଅଧିକ ପଢ଼ନ୍ତୁ:-୬ ବର୍ଷରେ ସେନା କିଣିଛି ୯୬୦ କୋଟି ଟଙ୍କାର ଖରାପ ଗୋଳା ବାରୁଦ: ରିପୋର୍ଟ


ଏହି ଦେଶଗୁଡ଼ିକ ମଧ୍ୟରେ ବଢ଼ୁଛି ଉତ୍ତେଜନା
 
ଆର୍ମେନିଆ ଓ ଆଜେରବାଇଜାନ ମଧ୍ୟରେ ସିଧାସଳଖ ଯୁଦ୍ଧ ଜାରି ରହିଛି । ଅନ୍ୟପକ୍ଷେ ଦୁନିଆର ଅନ୍ୟ କେତେକ ଦେଶ ମଧ୍ୟରେ ଉତ୍ତେଜନା ବଢ଼ିବାରେ ଲାଗିଛି । ସୀମା ବିବାଦକୁ ନେଇ ଭାରତ-ଚୀନ (India China Standoff) ମଧ୍ୟରେ ଉତ୍ତେଜନା ଜାରି ରହିଛି । ସାଉଦି ଆରବ ଓ ଇରାନ (Saudi Arabia- Iran) ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି । ଏଥି ସହିତ ପାକିସ୍ତାନ (Pakistan) ଓ ତୁର୍କୀ (Turkey) ର ଷଡଯନ୍ତ୍ର ବିରୋଧରେ ଋଷ (Russia) ମଧ୍ୟ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରେ । ଏଥିସହ ଚାଇନା ଓ ତାଇୱାନ (China-Taiwan) ମଧ୍ୟରେ ଉତ୍ତେଜନା ବଢ଼ିବାରେ ଲାଗିଛି ।


ଅଧିକ ପଢ଼ନ୍ତୁ:-ଚାକିରି କରୁଥିବା ଲୋକଙ୍କ ପାଇଁ ବଡ଼ ଖବର, ମୋଦି ସରକାର ଜାରି କଲେ ନୂଆ ନିୟମ


ଚୀନ ଯୋଗୁଁ ବଢ଼ିବ ଉତ୍ତେଜନା 


ସାଉଦି ଆରବ ଇରାନର ୧୦ ଜଣ ଆତଙ୍କବାଦୀଙ୍କୁ ଗିରଫ କରିଛି । ଏହା ପରେ ସାଉଦି ଆରବ ଓ ଇରାନ ପରସ୍ପର ବିରୋଧରେ ଯୁଦ୍ଧ ଘୋଷଣା କରିପାରେ ବୋଲି ଆଶଙ୍କା କରାଯାଉଛି । ଏଥି ସହିତ ଲଦାଖରେ ଭାରତ ଓ ଚୀନ୍ ମଧ୍ୟରେ ତିକ୍ତତା ହ୍ରାସ ପାଉଥିବା ପରି ମନେ ହେଉନାହିଁ । ଅପରପକ୍ଷେ, ତିକ୍ତତାକୁ ଆହୁରି ବଢାଇବା ପାଇଁ ଚୀନ୍ ଲଦାଖ ଉପରେ ବିବାଦୀୟ ବୟାନ ଦେଇଛି । ଯାହା ପରେ LAC ରେ ଭାରତ ଓ ଚୀନ୍ ମଧ୍ୟରେ ଉତ୍ତେଜନା ବୃଦ୍ଧି ହେବାର ଭୟ ଆହୁରି ବଢ଼ିଯାଇଛି ।


ଅଧିକ ପଢ଼ନ୍ତୁ:-ୟୁପି ପୋଲିସ ଧକ୍କାରେ ତଳକୁ ପଡ଼ିଲେ ରାହୁଲ, ହାଥରସ ଯିବା ପୂର୍ବରୁ ଭାଇ-ଉଉଣୀ ଗିରଫ   


ଆକ୍ରମଣ ପାଇଁ ଡ୍ରୋନ୍ ବ୍ୟବହାର କରୁଛି ଆଜେରବାଇଜାନ


ଅନ୍ୟପକ୍ଷରେ ଆର୍ମେନିଆ ଓ ଆଜେରବାଇଜାନ ଯୁଦ୍ଧରେ ଋଷ ଏବଂ ତୁର୍କୀ ମଧ୍ୟ ସାମିଲ ହେବାର ବିପଦ ରହିଛି । ଗୋଟିଏ ପଟେ ତୁର୍କୀ ଆଜେରବାଇଜାନକୁ ସମର୍ଥନ କରିବାକୁ ଘୋଷଣା କରିଛି । ଅନ୍ୟପଟେ ଋଷ ଆର୍ମେନିଆକୁ ସମର୍ଥନ କରି ଯେକୌଣସି ସମୟରେ ଆଜେରବାଇଜାନ ଉପରେ ଆକ୍ରମଣ କରିପାରେ । ରବିବାର ଠାରୁ ଆର୍ମେନିଆ ଓ ଆଜେରବାଇଜାନ ମଧ୍ୟରେ ନାଗର୍ଣ୍ଣୋ-କରାବାଖର ପାର୍ବତ୍ୟ ଅଞ୍ଚଳକୁ ନେଇ ଯୁଦ୍ଧ ଚାଲିଛି । ଆର୍ମେନିଆର କ୍ଷେପଣାସ୍ତ୍ର ଆକ୍ରମଣରେ ଆଜେରବାଇଜାନର ଅନେକ ଟ୍ୟାଙ୍କ ଧ୍ୱଂସ ହୋଇଯାଇଥିବାବେଳେ ଆଜେରବାଇଜାନ ଏହାର ପ୍ରତିଶୋଧ ନେବାକୁ ମଧ୍ୟ ବହୁତ କ୍ଷତି କରିଛି । କେବଳ ଏତିକି ନୁହେଁ, ଆର୍ମେନିଆ ବିରୋଧରେ ଆଜେରବାଇଜାନ  ଡ୍ରୋନ୍ ଯୁଦ୍ଧ ଆରମ୍ଭ କରିଛି । ଆଜେରବାଇଜାନ ଡ୍ରୋନ୍ ମାଧ୍ୟମରେ ଆର୍ମେନିଆର ଟ୍ୟାଙ୍କଗୁଡ଼ିକୁ ଧ୍ୱଂସ କରିବାକୁ ଲାଗିଛି ।