ନୂଆଦିଲ୍ଲୀ: Armenia Azerbaijan War: ଏସିଆ ଏକ ଯୁଦ୍ଧକ୍ଷେତ୍ରରେ ପରିଣତ ହୋଇଛି । ଯେଉଁଠାରେ ଗୋଟିଏ ପଟେ ଋଷ ଓ ୟୁକ୍ରେନ ମଧ୍ୟରେ ଭୀଷଣ ଯୁଦ୍ଧ ଚାଲିଥିବାବେଳେ ବର୍ତ୍ତମାନ ଚୀନ ଓ ତାଇୱାନ ମଧ୍ୟରେ ବିବାଦ ମଧ୍ୟ ବଢ଼ିବାରେ ଲାଗିଛି । ଏବେବି ଦୁଇ ଦେଶ ମଧ୍ୟରେ ତିକ୍ତତାର ମାହୋଲ ରହିଛି । ସେପଟେ ଆଜେରବାଇଜାନ ଓ ଆର୍ମେନିଆ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଛି । ଆଜେରବାଇଜାନ ନାଗୋର୍ଣ୍ଣୋ-କରାବାଖ ଅଞ୍ଚଳରେ ଆକ୍ରମଣ କରିଛି । ଏହି ଆକ୍ରମଣରେ ଆର୍ମେନିଆର ୪୯ ସୈନିକଙ୍କ ମୃତ୍ୟୁ ଘଟିଛି । ଆସନ୍ତୁ ଜାଣିବା ଏହି ଯୁଦ୍ଧ ପଛର ମୁଖ୍ୟ କାରଣ...


COMMERCIAL BREAK
SCROLL TO CONTINUE READING

ଋଷ କରାଇଥିଲା ଶାନ୍ତି ଚୁକ୍ତି


ନଭେମ୍ବର ୨୦୨୦ରେ ଋଷ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନ ଯୋଗୁଁ ଆର୍ମେନିଆ ଓ ଆଜେରବାଇଜାନ ମଧ୍ୟରେ ଶାନ୍ତି ଚୁକ୍ତି ସ୍ୱାକ୍ଷର ହୋଇଥିଲା । ୨୦୨୦ରେ ପ୍ରାୟ ୬ ମାସ ଧରି ଦୁଇ ଦେଶ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ହୋଇଥିଲା । ଏହି ସମୟ ମଧ୍ୟରେ ୬,୫୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିଲା । ଏହା ପରେ ଉଭୟ ଦେଶ ଋଷର ଆଦେଶରେ ଶାନ୍ତି ଚୁକ୍ତି ସ୍ୱାକ୍ଷର କରିଥିଲେ ।


ବିବାଦର କାରଣ


ନାଗୋର୍ଣ୍ଣୋ-କରାବାଖ୍ ହେଉଛି ୪,୪୦୦ ବର୍ଗ କିଲୋମିଟର ବ୍ୟାପିଥିବା ଏକ କ୍ଷେତ୍ର, ଯେଉଁଠାରେ ଆର୍ମେନିଆ ଖ୍ରୀଷ୍ଟିଆନ ଓ ମୁସଲମାନ ତୁର୍କୀମାନେ ବାସ କରନ୍ତି । ସୋଭିଏତ୍ ସଂଘ (USSR) ସମୟରେ ଏହା ଆଜେରବାଇଜାନ ମଧ୍ୟରେ ଏକ ସ୍ୱୟଂଶାସିତ ଅଞ୍ଚଳ ହୋଇଯାଇଥିଲା । ଅନ୍ତର୍ଜାତୀୟ ସ୍ତରରେ ଏହା କେବଳ ଆଜେରବାଇଜାନର ଅଂଶ ଭାବରେ ଜଣାଶୁଣା, କିନ୍ତୁ ଏଠାରେ ଅଧିକାଂଶ ଜନସଂଖ୍ୟା ଆର୍ମେନିଆର ।


୧୯୮୦ ଦଶକରୁ ଶେଷରୁ ଆରମ୍ଭ ହୋଇ ୧୯୯୦ ଦଶକ ପର୍ଯ୍ୟନ୍ତ ଚାଲି ଥିବା ଯୁଦ୍ଧ ସମୟରେ ୩୦ ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଥିଲା ​​। ଏହାସହ ୧୦ ଲକ୍ଷରୁ ଅଧିକ ଲୋକ ବିସ୍ଥାପିତ ହୋଇଥିଲେ । ସେହି ସମୟରେ ବିଚ୍ଛିନ୍ନତାବାଦୀ ବାହିନୀ ନାଗୋର୍ଣ୍ଣୋ-କରାବାଖର କିଛି ଅଞ୍ଚଳ ଦଖଲ କରିଥିଲା । ୧୯୯୪ ମସିହାରେ ଏଠାରେ ଅସ୍ତ୍ରବିରତି ଘୋଷଣା କରାଯାଇଥିଲା, ଏହା ପରେ ମଧ୍ୟ ଅବରୋଧ ଜାରି ରହିଛି ଏବଂ ଏହି ଅଞ୍ଚଳରେ ଅନେକ ସମୟରେ ଉତ୍ତେଜନା ଦେଖାଦେଇଥାଏ । ବର୍ତ୍ତମାନର ବିବାଦର ପ୍ରାରମ୍ଭ ଦୁଇ ଦେଶ ପରସ୍ପର ଉପରେ ଆକ୍ରମଣ ଦାବି ସହ ହୋଇଥିଲା ।  । ବର୍ତ୍ତମାନର ଉତ୍ତେଜନା ୨୦୧୮ରେ ଆରମ୍ଭ ହୋଇଥିଲା, ଯେତେବେଳେ ଉଭୟ ସେନା ସୀମା ନିକଟବର୍ତ୍ତୀ ଅଞ୍ଚଳରେ ନିଜର ଶକ୍ତି ବୃଦ୍ଧି କରିଥିଲେ ।


ଆର୍ମେନିଆ ଓ ଆଜେରବାଇଜାନ ହେଉଛି ପଡୋଶୀ ଦେଶ, ଯାହା ଏସିଆ ମହାଦେଶରେ ଆସେ । ଅତୀତରେ ଉଭୟ ସୋଭିଏତ ସଂଘର ଅଂଶ ଥିଲେ ଓ ୟୁରୋପର ଅତି ନିକଟତର । ଭାରତଠାରୁ ପ୍ରାୟ ଚାରି ହଜାର କିଲୋମିଟର ଦୂରରେ ଅବସ୍ଥିତ । ଇରାନ ଓ ତୁର୍କୀ ମଧ୍ୟରେ ଆର୍ମେନିଆ ଓ ଆଜେରବାଇଜାନ ଆସିଥାଏ ।


ଏହା ବି ପଢ଼ନ୍ତୁ: Urvashi Rautela Viral Video: ଋଷଭ ପନ୍ତଙ୍କୁ ହାତ ଯୋଡ଼ି ଭୁଲ ମାଗିଲେ ଉର୍ବଶୀ ରୌତେଲା