Cheetah Helicopter Crash:  ନୂଆଦିଲ୍ଲୀ: ସାରା ଦେଶରେ ବିଜୟାଦଶମୀ ପାଇଁ ପ୍ରସ୍ତୁତି ମଧ୍ୟରେ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ବୁଧବାର ଅରୁଣାଚଳ ପ୍ରଦେଶରେ (Arunachal Pradesh) ଚିତା ହେଲିକପ୍ଟର (Cheeta Helicopter) ଦୁର୍ଘଟଣାଗ୍ରସ୍ତ (Crash) ହୋଇଛି। ଏହି ଦୁର୍ଘଟଣାରେ ଜଣେ ପାଇଲଟଙ୍କ (Pilot) ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ହେଲିକପ୍ଟରର (Helicopter) ନିୟମିତ ଉଡ଼ାଣ ବେଳେ ଏହି ଦୁର୍ଘଟଣା ଘଟିଥିବା ଅଧିକାରୀମାନେ ସୂଚନା ଦେଇଛନ୍ତି। ତେବେ ଦୁର୍ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ସେନାର (Army) ବରିଷ୍ଠ ଅଧିକାରୀମାନେ। 


COMMERCIAL BREAK
SCROLL TO CONTINUE READING

ଭାରତୀୟ ସେନା (Indian Army) ଅଧିକାରୀ ସୂଚନା ଦେଇଛନ୍ତି ଯେ ହେଲିକପ୍ଟରଟି ସକାଳ ପ୍ରାୟ ୧୦ଟା ସମୟରେ ନିୟମିତ ବିମାନ ଉଡ଼ାଣ ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଘଟଣାରେ ଉଭୟ ପାଇଲଟ ଗୁରୁତର ଆହତ ହୋଇଥିଲେ। ଅଧିକାରୀ କହିଛନ୍ତି ଯେ ଦୁର୍ଘଟଣାରେ ଚିକିତ୍ସା ସମୟରେ ପାଇଲଟ କର୍ଣ୍ଣେଲ ସୌରଭ ଯାଦବଙ୍କ ମୃତ୍ୟୁ ଘଟିଛି। ଏଥି ସହିତ ଦଳର ଅନ୍ୟ ସଦସ୍ୟଙ୍କ ଚିକିତ୍ସା ମଧ୍ୟ ଚାଲିଛି। ଅଧିକାରୀଙ୍କ କହିବାନୁସାରେ, ଉତ୍ତର-ପୂର୍ବ ରାଜ୍ୟରେ ଘଟିଥିବା ଦୁର୍ଘଟଣାର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ। ବର୍ତ୍ତମାନ ତଦନ୍ତ ଜାରି ରହିଛି ବୋଲି ସେନା ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। 


ସେନାର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇ କହିଛନ୍ତି କି ସେନାର ଏହି ହେଲିକପ୍ଟର ଚୀନର ସୀମାବର୍ତ୍ତି ଅଞ୍ଚଳରେ ଦୁର୍ଘଟଣାର ସମ୍ମୁଖିନ ହୋଇଛନ୍ତି। ହେଲିକପ୍ଟରଟି ଉଡ଼ାଣ ଭରିବା ବେଳେ ବେଶ ସ୍ୱାଭାବିକ ରହିଥିଲା। ସକାଳ ପ୍ରାୟ ୧୦ଟା ସମୟରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। ତେବେ ପ୍ରାରମ୍ଭିକ ପର୍ଯ୍ୟାୟରେ ଏହି ଦୁର୍ଘଟଣାର କାରଣ ଜଣାପଡ଼ିନାହିଁ। ଏହି ହେଲିକପ୍ଟରରେ ଦୁଇ ଜଣ ପାଇଲଟ ରହିଥିଲେ। ତେବେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। 


ସୂଚନାଯୋଗ୍ୟ ଗତବର୍ଷ ଡିସେମ୍ବର ମାସରେ ତତ୍କାଳିନ ସିଡିଏସ ବିପିନ ରାଓ୍ୱତଙ୍କର ମଧ୍ୟ ହେଲିକପ୍ଟର ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା। ସେହି ସମୟରେ ଭାରତୀୟ ବାୟୁସେନା ସୁଲୁର ଷ୍ଟେସନରୁ କୁନୁରର ଓ୍ୱେଲିଂଟନ ସ୍ଥିତ ସର୍ଭିସ ଷ୍ଟାଫ କଲେଜକୁ ଯାଉଥିଲେ। ଏହି ଯାତ୍ରା ସମୟରେ ଏମଆଇ ୧୭ଭି୫ ହେଲିକପ୍ଟର ଦୁର୍ଘଟଣାର ସମ୍ମୁଖନ ହୋଇଥିଲା। ଫଳରେ ସିଡିଏସ ବିପିନ ରାଓ୍ୱତ, ତାଙ୍କ ପତ୍ନୀ ଓ ଅନ୍ୟ ୯ଜଣଙ୍କ ମୃତ୍ୟୁ ହୋଇଥିଲା।