Arvind Kejriwal Delhi Election 2025 Update: ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ଆପ୍ ପକ୍ଷରୁ ବିଭିନ୍ନ ପ୍ରତିଶୃତି ଦିଆଯିବା ଆରମ୍ଭ କରାଯାଇଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କହିଛନ୍ତି ଯେ, ଖୁବ ଶୀଘ୍ର ଦିଲ୍ଲୀରେ ୨୪ ଘଣ୍ଟା ଜଳ ଯୋଗାଣ ବ୍ୟବସ୍ଥା କରାଯିବ ।


COMMERCIAL BREAK
SCROLL TO CONTINUE READING

କେଜ୍ରିୱାଲ କହିଛନ୍ତି ଯେ, ୨୪ ଘଣ୍ଟା ପର୍ଯ୍ୟନ୍ତ ପାଣି ମିଳିବାର ଆବଶ୍ୟକତା ରହିଛି । ଏହି ସ୍ୱପ୍ନ ପୂରଣ ହେବାକୁ ଯାଉଛି । ବର୍ତ୍ତମାନ ଦିଲ୍ଲୀରେ ୨୪ ଘଣ୍ଟା ଜଳ ଉପଲବ୍ଧ ନାହିଁ, କିନ୍ତୁ ଖୁବଶୀଘ୍ର ଏହା ଉପଲବ୍ଧ ହେବ ।


 



ଆଜିଠାରୁ ରାଜେନ୍ଦ୍ର ନଗରରେ ୨୪ ଘଣ୍ଟିଆ ଜଳ ଯୋଗାଣ ଆରମ୍ଭ ହୋଇଛି। କେଜ୍ରିୱାଲ କହିଛନ୍ତି ଯେ, ଆମ୍ ଆଦମୀ ପାର୍ଟି ପୂର୍ବରୁ ଦିଲ୍ଲୀରେ ଟ୍ୟାଙ୍କର୍ ମାଫିଆଙ୍କ ରାଜ୍ ଚାଲିଥିଲା। ଦିଲ୍ଲୀରେ ୨୪ ଘଣ୍ଟିଆ ଜଳ ଯୋଗାଣ କାର୍ଯ୍ୟ ୨୦୨୦ ରେ ସମ୍ପୂର୍ଣ୍ଣ ହୋଇଥାନ୍ତା, କିନ୍ତୁ ପ୍ରଥମେ କରୋନା ଭାଇରସ ଆସିଲା ଏବଂ ପରେ ମତେ ଜେଲରେ ରଖାଗଲା । କିନ୍ତୁ ବର୍ତ୍ତମାନ ପୁରା ଦିଲ୍ଲୀ ୨୪ ଘଣ୍ଟା ବିଶୁଦ୍ଧ ଜଳ ପାଇବାକୁ ଯାଉଛି ।


ଆପଣଙ୍କୁ କହିରଖୁଛୁ ଯେ, ଅରବିନ୍ଦ କେଜ୍ରିୱାଲ ନିଜେ ରାଜେନ୍ଦ୍ର ନଗର ଟ୍ୟାପରୁ ପାଣି ପିଇଛନ୍ତି । ସେ କହିଛନ୍ତି ଯେ, ଜଳ ସମ୍ପୂର୍ଣ୍ଣ ପରିଷ୍କାର । ବର୍ତ୍ତମାନ ପୁରା ଦିଲ୍ଲୀ ୨୪ ଘଣ୍ଟା ଟ୍ୟାପ୍ ପାଣି ପାଇବ । ଅରବିନ୍ଦ କେଜ୍ରିୱାଲଙ୍କ ଏହି ଘୋଷଣା ସମୟରେ ମୁଖ୍ୟମନ୍ତ୍ରୀ ଅତିଶି ମଧ୍ୟ ତାଙ୍କ ସହ ଉପସ୍ଥିତ ଥିଲେ। ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରି କେଜ୍ରିୱାଲ ଲେଖିଛନ୍ତି ଯେ, ମୁଁ କେବଳ କଥା କୁହେ ନାହିଁ, ଯାହା କୁହେ ତାହା କରେ ।


2025 ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ଆପ୍ ପକ୍ଷରୁ ଅଧିକାଂଶ ଆସନରେ ପ୍ରାର୍ଥୀ ଘୋଷଣା କରାଯାଇସାରିଛି। ଜାନୁଆରୀ ପ୍ରଥମ ସପ୍ତାହରେ ନିର୍ବାଚନ ତାରିଖ ଘୋଷଣା କରାଯାଇପାରେ । ଫେବୃଆରୀରେ ଦିଲ୍ଲୀ ବିଧାନସଭା ନିର୍ବାଚନ ହେବାର ସମ୍ଭାବନା ରହିଛି।


Also Read- Astrology 2025: ଗ୍ରହଚଳନ ଦୃଷ୍ଟିରୁ ଏପ୍ରିଲ ପର୍ଯ୍ୟନ୍ତ କିପରି ରହିବ ଭାଗ୍ୟ, ଜାଣନ୍ତୁ ଜ୍ୟୋତିଷଙ୍କ ଭବିଷ୍ୟବାଣୀ


Also Read- Priyanka Sanam: ପ୍ରିୟଙ୍କା ସନମଙ୍କ ଏହି ୧୦ଟି ଫଟୋ ହେଉଛି ଭାଇରାଲ୍