Aryan Khan Bail: ଆର୍ୟନ ଖାନଙ୍କୁ ଆଜି ମଧ୍ୟ ମିଳିଲାନି ଜାମିନ, ବଢ଼ିଲା ଜେଲ୍ ଅବଧି
ଡ୍ରଗ୍ସ ମାମଲାରେ ଆର୍ୟନ ଖାନଙ୍କ ଜାମିନ ଆବେଦନର ଶୁଣାଣି ଆଜି ମଧ୍ୟ ସ୍ଥିର ହୋଇପାରି ନାହିଁ । ଆସନ୍ତାକାଲି ମଧ୍ୟ ବମ୍ବେ ହାଇକୋର୍ଟରେ ଏହି ଶୁଣାଣି ଜାରି ରହିବ ।
Aryan Khan Bail: ଡ୍ରଗ୍ସ ମାମଲାରେ ଅଭିନେତା ଶାହରୁଖ ଖାନଙ୍କ (Shahrukh Khan) ପୁଅ ଆର୍ୟନ ଖାନ୍ (Aryan Khan), ମଡେଲ୍ ମୁନମୁନ୍ ଧାମଚା ଏବଂ ଅରବାଜ୍ ମର୍ଚାଣ୍ଟଙ୍କ ଜାମିନ ଆବେଦନ ଆଜି ସ୍ଥିର ହୋଇପାରି ନାହିଁ । ଆସନ୍ତାକାଲି ମଧ୍ୟ ବମ୍ବେ ହାଇକୋର୍ଟରେ (Bombay High Court) ଶୁଣାଣି ଜାରି ରହିବ । ଆଜି କ୍ରମାଗତ ଦ୍ୱିତୀୟ ଦିନ ଥିଲା ଯେତେବେଳେ ଓକିଲମାନେ କୋର୍ଟରେ ନିଜର ଦଲିଲ ରଖିଥିଲେ।
କ୍ରୁଜରୁ ଡ୍ରଗ୍ସ ଜବତ ଅଭିଯୋଗରେ ଆର୍ୟନ ଖାନ ଏବଂ ଅନ୍ୟମାନଙ୍କୁ ଅକ୍ଟୋବର 2 ରେ ଏନସିବି ଗିରଫ କରିଥିଲା । ପରେ ତାଙ୍କୁ ଗିରଫ କରାଯାଇଥିଲା । ଏ ପର୍ଯ୍ୟନ୍ତ ଏନସିବି ଦ୍ୱାରା 20 ଜଣଙ୍କୁ ଗିରଫ କରାଯାଇଛି । ସେମାନଙ୍କ ମଧ୍ୟରୁ ଦୁଇଜଣ ମଙ୍ଗଳବାର ଦିନ ଟ୍ରାଏଲ କୋର୍ଟରୁ ଜାମିନ ପାଇଛନ୍ତି । ଆର୍ୟନ ଖାନ ବର୍ତ୍ତମାନ ଆର୍ଥର ରୋଡ ଜେଲରେ ରହିଛନ୍ତି ।
ଏହା ବି ପଢ଼ନ୍ତୁ: Khel Ratna Award : ନୀରଜ-ସୁନୀଲ-ରବି ଦାହିୟାଙ୍କ ସମେତ ଏହି ୧୧ ଜଣ ଆଥଲେଟଙ୍କୁ ମିଳିବ ଖେଳ ରତ୍ନ
ମଙ୍ଗଳବାର ଦିନ ହାଇକୋର୍ଟରେ ଆର୍ୟନଙ୍କ ଜାମିନ ମଧ୍ୟ ଶୁଣାଣି ହୋଇଥିଲା । ତାଙ୍କ ପାଇଁ ହାଜର ହୋଇଥିବା ବରିଷ୍ଠ ଓକିଲ ମୁକୁଲ ରୋହତଗୀ କହିଥିଲେ ଯେ ଆର୍ୟନ ଖାନଙ୍କ ନିକଟରୁ କୌଣସି ଡ୍ରଗ୍ସ ଉଦ୍ଧାର କରାଯାଇ ନାହିଁ । ପ୍ରଦିପ ଗାବା ଆଆର୍ୟନଙ୍କୁ କ୍ରୁଜରେ ଅତିଥି ଭାବରେ ଡାକିଥିଲେ । ଏହା ସହିତ ସମୀର ୱାଙ୍ଖଡେଙ୍କ ବିରୋଧରେ ବସୁଲି ଅଭିଯୋଗ ଆସିଥିବାରୁ ସେ ନିଜକୁ ଏହାଠୁ ଦୂରେଇ ରଖିଥିଲେ ।
ବାସ୍ତବରେ, ଏହି ମାମଲାର ମୁଖ୍ୟ ସାକ୍ଷୀ ପ୍ରଭାକର ସୈଲ NCB ଅଧିକାରୀ ସମୀର ୱାଙ୍ଖଡେ ବିରୋଧରେ ବେଆଇନ ରିକଭରୀ କରିଥିବାର ଅଭିଯୋଗ କରିଛନ୍ତି । ଅକ୍ଟୋବର ୨ ରେ ୱାଙ୍ଖଡେଙ୍କ ନେତୃତ୍ୱରେ ଏନସିବି ଟିମ୍ କ୍ରୁଜ୍ ଉପରେ ଚଢ଼ାଉ କରିଥିଲା । ରିକଭରୀ ଅଭିଯୋଗର ଯାଞ୍ଚ ପାଇଁ ଏନସିବି ଏକ ଟିମ୍ ଗଠନ କରିଛି ।
ଏହା ବି ପଢ଼ନ୍ତୁ: ଗାନ୍ଧୀ ମୈଦାନ ବିସ୍ଫୋରଣ: ପିଏମ ମୋଦିଙ୍କ ରାଲିରେ ବିସ୍ଫୋରଣ ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ୯ ଅଭିଯୁକ୍ତ
ଡ୍ରଗ୍ସ ମାମଲାରେ ଧରାପଡିଥିବା ଅଭିନେତା ଶାହାରୁଖ ଖାନଙ୍କ ପୁଅ ଆର୍ୟନ୍ ଖାନ ବୁଧବାର ଦିନ ଯଦି ବମ୍ବେ ହାଇକୋର୍ଟରୁ ଜାମିନ ନ ପାଆନ୍ତି ତେବେ ଆଇନ ବିଶେଷଜ୍ଞଙ୍କ ଅନୁଯାୟୀ ତାଙ୍କୁ ନଭେମ୍ବର 15 ପର୍ଯ୍ୟନ୍ତ ଜେଲରେ ରହିବାକୁ ପଡ଼ିବ ।