Khel Ratna Award 2021: ନୀରଜ-ସୁନୀଲ-ରବି ଦାହିୟାଙ୍କ ସମେତ ଏହି ୧୧ ଜଣ ଆଥଲେଟଙ୍କୁ ମିଳିବ ଖେଳ ରତ୍ନ
Advertisement
Article Detail0/zeeodisha/odisha1016092

Khel Ratna Award 2021: ନୀରଜ-ସୁନୀଲ-ରବି ଦାହିୟାଙ୍କ ସମେତ ଏହି ୧୧ ଜଣ ଆଥଲେଟଙ୍କୁ ମିଳିବ ଖେଳ ରତ୍ନ

ଖେଲ ରତ୍ନ ବ୍ୟତୀତ ଅର୍ଜୁନ ପୁରସ୍କାର ମଧ୍ୟ ଘୋଷଣା କରାଯାଇଛି ଯେଉଁଥିରେ ଟିମ୍ ଇଣ୍ଡିଆର ଓପନର୍ ଶିଖର ଧାୱନଙ୍କ ସମେତ ୩୫ ଜଣ ଖେଳାଳିଙ୍କୁ ଚୟନ କରାଯାଇଛି ।

 

Khel Ratna Award 2021: ନୀରଜ-ସୁନୀଲ-ରବି ଦାହିୟାଙ୍କ ସମେତ ଏହି ୧୧ ଜଣ ଆଥଲେଟଙ୍କୁ ମିଳିବ ଖେଳ ରତ୍ନ

Khel Ratna Award 2021: ଟୋକିଓ ଅଲିମ୍ପିକ୍ସ ୨୦୨୧ ରେ (Tokyo Olympics 2021) ଜାଭେଲିନ୍ ଥ୍ରୋରେ ସ୍ୱର୍ଣ୍ଣ ପଦକ ଜିତିଥିବା ଆଥଲେଟ୍ ନୀରଜ ଚୋପ୍ରାଙ୍କୁ (Neeraj Chopra) ଚଳିତ ବର୍ଷର ମେଜର ଧ୍ୟାନଚାନ୍ଦ ଖେଳ ରତ୍ନ ପୁରସ୍କାର (Khel Ratna Award 2021) ଦେବା ପାଇଁ ମନୋନୀତ କରାଯାଇଛି । ନୀରଜଙ୍କ ବ୍ୟତୀତ ଟୋକିଓ ଅଲିମ୍ପିକ୍ସ ଓ ପାରାଲିମ୍ପିକ୍ସରେ ଦେଶକୁ ଗୌରବାନ୍ନିତ କରିଥିବା ଅନ୍ୟ କେତେକ ଖେଳାଳିଙ୍କ ସମେତ ମହିଳା କ୍ରିକେଟ୍ ଦଳର ଅଧିନାୟକ ମିତାଲି ରାଜ ଏବଂ ଫୁଟବଲ ଦଳର ଅଧିନାୟକ ସୁନୀଲ ଛେତ୍ରୀ (Sunil Chhetri) ମଧ୍ୟ ଦେଶର ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ ପାଇଁ ମନୋନୀତ ହୋଇଛନ୍ତି ।

ପ୍ରଥମ ଥର ପାଇଁ ୧୧ ଜଣ ଖେଳାଳିଙ୍କୁ ଏକକାଳୀନ ଖେଳ ରତ୍ନ ଆୱାର୍ଡ ପ୍ରଦାନ କରାଯିବ । ନୀରଜ ଚୋପ୍ରାଙ୍କ ବ୍ୟତୀତ ମିତାଲି ରାଜ, ସୁନୀଲ ଛେତ୍ରୀ, ରେସଲର ରବି ଦାହିଆ, ବକ୍ସର ଲୋଭଲିନା ବୋର୍ଗୋହେନ, ହକି ଦଳର ଗୋଲକିପର ପି.ଆର ଶ୍ରୀଜେଶ, ବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦ ଭଗତ, ଜାଭେଲିନ ଥ୍ରୋୟର ଆଥଲେଟ୍ ସୁମିତ ଆଣ୍ଟିଲ, ସୁଟର ଅଭନୀ ଲେଖ୍ରା, ବ୍ୟାଡମିଣ୍ଟନ ଖେଳାଳି କୃଷ୍ଣ ନଗର ଏବଂ ସୁଟର ଏମ ନରୱାଲ ସାମିଲ ଅଛନ୍ତି । ଏଥି ସହିତ ଶିଖର ଧାୱନଙ୍କ ସମେତ ୩୫ ଖେଳାଳି ଅର୍ଜୁନ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି ।

ଏହାବି ପଢ଼ନ୍ତୁ: ଗାନ୍ଧୀ ମୈଦାନ ବିସ୍ଫୋରଣ: ପିଏମ ମୋଦିଙ୍କ ରାଲିରେ ବିସ୍ଫୋରଣ ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ୯ ଅଭିଯୁକ୍ତ

ଅଲିମ୍ପିକ୍ ଏବଂ ପାରାଲିମ୍ପିକ୍ ଗେମ୍ସ ଯୋଗୁଁ ଚଳିତ ବର୍ଷ କ୍ରୀଡା ପୁରସ୍କାର ଘୋଷଣା ସ୍ଥଗିତ ରଖାଯାଇଥିଲା, ଏହି କାରଣରୁ ପୁରସ୍କାର ଏଥର ବିଳମ୍ବିତ ହୋଇଥିଲା । ପ୍ରଥମ ଥର ପାଇଁ ଖେଳ ରତ୍ନ ଆୱାର୍ଡରେ ଏତେ ସଂଖ୍ୟକ ଆଥଲେଟ୍ ଚୟନ କରାଯାଇଛି । ଗତ ବର୍ଷ ୫ ଜଣ ଖେଳାଳିଙ୍କୁ ଏହି ପୁରସ୍କାରରେ ସମ୍ମାନିତ କରାଯାଇଥିଲା । ଏଥର ଅଲିମ୍ପିକ୍ ଏବଂ ପାରାଲିମ୍ପିକ୍ ଖେଳାଳିମାନେ ସାମିଲ ହୋଇଛନ୍ତି । ଟୋକିଓ ଅଲିମ୍ପିକ୍ସରେ ଦେଶ ପାଇଁ ଗୌରବ ଆଣିଥିବା ନୀରଜଙ୍କ ସମେତ ୪ ପଦକ ବିଜେତାଙ୍କୁ ସାମିଲ କରାଯାଇଥିବାବେଳେ ଟୋକିଓ ପାରାଲିମ୍ପିକ୍ସର ଅନେକ ବିଜେତାଙ୍କ ମଧ୍ୟରୁ ୫ ଖେଳାଳିଙ୍କୁ ଏଥର ସମ୍ମାନିତ କରାଯିବ । ୧୧ ଜଣଙ୍କ ଖେଳ ରତ୍ନ ଦିଆଯିବା ବ୍ୟତୀତ ଜାତୀୟ କ୍ରୀଡ଼ା ପୁରସ୍କାର ପାଇଁ ପ୍ରସ୍ତୁତ ହୋଇଥିବା କମିଟି ମଧ୍ୟ ୩୫ ଜଣଙ୍କୁ ଅର୍ଜୁନ ପୁରସ୍କାର ଦେବା ପାଇଁ ଘୋଷଣା କରିଛି ।