ପୁଣି ଗେହଲୋଟ୍ ଓ ବଘେଲ ମୁହାଁମୁହିଁ; ଜାଣନ୍ତୁ ଦୁଇ କଂଗ୍ରେସ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ କଳହର କାରଣ
Ashok Gehlot Vs Bhupesh Baghel: ସୂଚନାଯୋଗ୍ୟ, ଭାରତ ସରକାର (Indian Government) ରାଜସ୍ଥାନକୁ ୨୦୧୫ରେ ୪ ହଜାର ୩୪୦ ମେଗାୱାଟ ବିଦ୍ୟୁତ ଉତ୍ପାଦନ ୟୁନିଟ୍ ପାଇଁ ଛତିଶଗଡର ପାର୍ସା ଇଷ୍ଟ-କାଣ୍ଟା ବେସନ (PEKB) ରେ ୧୫ଟି MTPA ତଥା ପାର୍ସାରେ ୫ଟି MTPA କ୍ଷମତାର କୋଇଲା ବ୍ଲକ ବଣ୍ଟନ କରିଥିଲେ । ଏଥିମଧ୍ୟରୁ ପାର୍ସା ଇଷ୍ଟ-କାଣ୍ଟା ବେସନ କୋଇଲା ବ୍ଲକର ପ୍ରଥମ ପର୍ଯ୍ୟାୟ ଖନନ ଚଳିତ ମାସରେ ଶେଷ ହୋଇଛି ଓ ବର୍ତ୍ତମାନ ଏଠାରୁ ରାଜସ୍ଥାନକୁ କୋଇଲା ଯୋଗାଇ ଦିଆଯିବ ନାହିଁ । ଯାହା ଶକ୍ତି ସଙ୍କଟ ସୃଷ୍ଟି କରିପାରେ ।
ନୂଆଦିଲ୍ଲୀ: Ashok Gehlot Vs Bhupesh Baghel: ରାଜସ୍ଥାନରେ କୋଇଲା ସଙ୍କଟ (Coal Crisis in Rajasthan) କୁ ନେଇ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍ (Rajasthan CM Ashok Gehlot) ଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ (Chhattisgarh CM Bhupesh Baghel) ପୁଣି ଥରେ ମୁହାଁମୁହିଁ ହେବେ । ଗେହଲୋଟ୍ ଆଜି ରାୟପୁର ଯିବେ ଓ ଭୁପେଶ ବଘେଲଙ୍କୁ ଭେଟିବେ । ଉଭୟ ରାଜ୍ୟ ମଧ୍ୟରେ କୋଇଲା ଖଣି (Coal Mine) ର ଅନୁମୋଦନକୁ ନେଇ ବିବାଦ ଲାଗି ରହିଛି । ବାସ୍ତବରେ, ଛତିଶଗଡ଼ର ପାର୍ସା ଇଷ୍ଟ ଓ ଅନ୍ୟ ଏକ କୋଇଲା ବ୍ଲକକୁ କେନ୍ଦ୍ରରୁ ଅନୁମୋଦନ ମିଳିବା ପରେ ମଧ୍ୟ ବଘେଲ ସରକାର (Baghel Government) ଅନୁମତି ଦେଉନାହାଁନ୍ତି । ଯେଉଁଥିପାଇଁ ରାଜସ୍ଥାନର ଥର୍ମାଲ୍ ପାୱାର୍ ପ୍ଲାଣ୍ଟକୁ କୋଇଲା ଯୋଗାଣ ହୋଇପାରୁ ନାହିଁ । ଏହି କାରଣରୁ ରାଜସ୍ଥାନରେ ଶକ୍ତି ସଙ୍କଟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଛତିଶଗଡର ସିଏମ (Chhattisgarh CM) ଙ୍କୁ କୋଇଲା ଯୋଗାଣ ପାଇଁ ଗେହଲଟ (Ashok Gehlot) ଦାବି କରିବେ । ତାପଜ ବିଦ୍ୟୁତ୍ (Thermal Power) ଉତ୍ପାଦନ ପାଇଁ ଆବଶ୍ୟକ କୋଇଲା ପାଇଁ ରାଜସ୍ଥାନ ଛତିଶଗଡ଼ ଉପରେ ନିର୍ଭରଶୀଳ ।
କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ (Congress President Sonia Gandhi) ଙ୍କ ହସ୍ତକ୍ଷେପ ପରେ ମଧ୍ୟ ରାଜସ୍ଥାନରେ କୋଇଲା ସଙ୍କଟ ସମାଧାନ ହୋଇପାରି ନାହିଁ । ଗେହଲୋଟ୍ (Ashok Gehlot) ୩ ମାସ ପୂର୍ବେ ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖି ରାଜସ୍ଥାନର କୋଇଲା ବ୍ଲକକୁ ଛତିଶଗଡ ସରକାର (Chhattisgarh Government) ଙ୍କ ଠାରୁ ଅନୁମତି ଦେବାରେ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଥିଲେ । କୋଇଲା ଯୋଗାଣ ପାଇଁ ନଭେମ୍ବରରେ ସିଏମ୍ ଗେହଲୋଟ୍ ଛତିଶଗଡର ସିଏମ୍ ଭୁପେଶ ବଘେଲ (Bhupesh Baghel) ଙ୍କୁ ଏକ ଚିଠି ଲେଖିଥିଲେ ମଧ୍ୟ ବିବାଦର ସମାଧାନ ହୋଇପାରି ନାହିଁ । ଡିସେମ୍ବର ୧୨ରେ ଜୟପୁରରେ ମୁଦ୍ରାସ୍ଫୀତି ବିରୋଧରେ କଂଗ୍ରେସର ରାଲିରେ ସିଏମ୍ ଗେହଲୋଟ୍ ଓ ଭୁପେଶ ବଘେଲ ଏକାଠି ହୋଇଥିଲେ ମଧ୍ୟ କୋଇଲା ଖଣି ଅନୁମୋଦନ ଉପରେ ଆଲୋଚନା ହୋଇନଥିଲା । କୋଇଲା ଖଣିର କ୍ଷେତ୍ର ଜଙ୍ଗଲ ବିଭାଗ ଅଧୀନରେ ଆସେ । ସେଠାକାର ଗ୍ରାମବାସୀ ଓ ଆଦିବାସୀମାନେ ଖଣି ଖନନକୁ ବିରୋଧ କରୁଛନ୍ତି । ସ୍ଥାନୀୟ ବିରୋଧ ଯୋଗୁଁ ଛତିଶଗଡ ସିଏମ କୋଇଲା ଖଣି ଅନୁମୋଦନକୁ ବିଳମ୍ବ କରୁଛି ।
ଏହା ବି ପଢ଼ନ୍ତୁ:-ଦିନେ ଥିଲେ ପୁଟିନଙ୍କ ପ୍ରଶଂସକ, ଏବେ ଜେଲେନସ୍କିଙ୍କ ଢାଲ; ଜାଣନ୍ତୁ ୟୁକ୍ରେନର ଡେପୁଟି PMଙ୍କ ବିଷୟରେ...
ଏହା ବି ପଢ଼ନ୍ତୁ:-ଋଷକୁ ଚାରିପଟୁ ଘେରିବାରେ ଲାଗିଛି NATO! ବାଲଟିକ୍ ସାଗରରୁ କଳା ସାଗର ଯାଏ ମୁତୟନ ହେଲା ନାଟୋର ୮ଟି ଯୁଦ୍ଧ ଜାହାଜ
ଏହା ବି ପଢ଼ନ୍ତୁ:-ପୁଟିନଙ୍କ ପରମାଣୁ ଅସ୍ତ୍ରକୁ ମାତ୍ ଦେବ ଆମେରିକାର 'ଟାଇଗର' ଟିମ, ଅତି ଘାତକ ଭାବେ କରେ କାମ; ଜାଣନ୍ତୁ ଏହା ବିଷୟରେ...
ସୂଚନାଯୋଗ୍ୟ, ଭାରତ ସରକାର (Indian Government) ରାଜସ୍ଥାନକୁ ୨୦୧୫ରେ ୪ ହଜାର ୩୪୦ ମେଗାୱାଟ ବିଦ୍ୟୁତ ଉତ୍ପାଦନ ୟୁନିଟ୍ ପାଇଁ ଛତିଶଗଡର ପାର୍ସା ଇଷ୍ଟ-କାଣ୍ଟା ବେସନ (PEKB) ରେ ୧୫ଟି MTPA ତଥା ପାର୍ସାରେ ୫ଟି MTPA କ୍ଷମତାର କୋଇଲା ବ୍ଲକ ବଣ୍ଟନ କରିଥିଲେ । ଏଥିମଧ୍ୟରୁ ପାର୍ସା ଇଷ୍ଟ-କାଣ୍ଟା ବେସନ କୋଇଲା ବ୍ଲକର ପ୍ରଥମ ପର୍ଯ୍ୟାୟ ଖନନ ଚଳିତ ମାସରେ ଶେଷ ହୋଇଛି ଓ ବର୍ତ୍ତମାନ ଏଠାରୁ ରାଜସ୍ଥାନକୁ କୋଇଲା ଯୋଗାଇ ଦିଆଯିବ ନାହିଁ । ଯାହା ଶକ୍ତି ସଙ୍କଟ ସୃଷ୍ଟି କରିପାରେ । ପାରସା କଲ ବ୍ଲକରୁ ରାଜସ୍ଥାନକୁ କୋଇଲା ଯୋଗାଣ ପାଇଁ କେନ୍ଦ୍ର ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ଏବଂ କୋଇଲା ମନ୍ତ୍ରଣାଳୟ ଆବଶ୍ୟକୀୟ ଅନୁମୋଦନ ଦେଇଛନ୍ତି । ଏବେ ଦ୍ୱିତୀୟ ପର୍ଯ୍ୟାୟରେ ଛତିଶଗଡ ସରକାରଙ୍କ ସାମ୍ନାରେ ଜଙ୍ଗଲ ସମ୍ବନ୍ଧୀୟ ଅନୁମୋଦନ ଉପରେ ବିଚାର କରାଯାଉଛି । ଏଠାରେ କହି ରଖୁଛୁ ଯେ, ରାଜସ୍ଥାନର ଅଧିକାଂଶ ଭୂ-କ୍ଷେତ୍ର ହେଉଛି ମରୁଭୂମି ଯେଉଁଠାରେ ବିଦ୍ୟୁତ୍ ଉତ୍ପାଦନ ପାଇଁ ଜଳ ବିଦ୍ୟୁତ୍ କିମ୍ବା କୋଇଲା ଉପଲବ୍ଧ ନାହିଁ ।