ନୂଆଦିଲ୍ଲୀ: ରାଜସ୍ଥାନ ରାଜନୀତିରେ ତୁମ୍ଭିତୋଫାନ ଜାରି ରହିଛି। ଖୋଲାଖୋଲି ଭାବେ ବିଦ୍ରୋହ ସୃଷ୍ଟି କରିଥିବା ସଚିନ ପାଇଲଟଙ୍କ ଉପରେ ଲଗାତାର ବର୍ଷିଛନ୍ତି ରାଜ୍ୟର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ। ସୋମବାର ଦିନ ସଚିନ ପାଇଲଟଙ୍କ ଉପରେ ଜୋରଦାର ବର୍ଷିଛନ୍ତି ଗେହଲୋଟ। ସେ କହିଛନ୍ତି କି, ନିକମ୍ମା ଓ ଅପାରଗ। 


COMMERCIAL BREAK
SCROLL TO CONTINUE READING

ସେ ଆହୁରି ମଧ୍ୟ କହିଛନ୍ତି କି, ତାଙ୍କୁ ରାଜ୍ୟ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ପଦରୁ ବହୁ ଆଗରୁ ହଟାଇ ଦିଆଯିବାର ଆବଶ୍ୟକ ରହିଥିଲା। ଆମେ ସମସ୍ତେ ଜାଣିଛୁ  ସେ କିଛି ବି କାର୍ଯ୍ୟ କରୁନାହାନ୍ତି। ସେ ନିକମ୍ମା, ଅପାରଗ ଥିଲେ ବୋଲି ଆମେ ସମସ୍ତେ ଜାଣିଛୁ। ମାତ୍ର କିଛି କାମ କରୁନଥିଲେ। କେବଳ ଲୋକଙ୍କ ମଧ୍ୟରେ ମିଥ୍ୟା ମନ୍ତବ୍ୟ ଦର୍ଶାଇ କନ୍ଦଳ ସୃଷ୍ଟି କରୁଥିଲେ ବୋଲି ସେ କହିଛନ୍ତି। 


ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ କହିଛନ୍ତି କି, ସେ ଗତ ଛ ମାସ ମଧ୍ୟରେ ବିଜେପି ସହାୟତାରେ ରାଜ୍ୟରେ ସରକାର ଭାଙ୍ଗିବାକୁ ପ୍ରୟାସ ଆରମ୍ଭ କରି ଆସୁଛନ୍ତି। ଯେତେବେଳେ ବି ମୁଁ କହି ଆସିଛି ଯେ, ସେ ସରକାରଙ୍କୁ ଅସୁବିଧାରେ ପକାଇବାକୁ ସମସ୍ୟା ସୃଷ୍ଟି କରୁଛନ୍ତି କିମ୍ବା  ଦଳ ବିରୋଧୀ କାର୍ଯ଼୍ୟ କରୁଛନ୍ତି, ସେତେବେଳେ ମୋ କଥାକୁ କେହି ମଧ୍ୟ ବିଶ୍ୱାସ କରୁନଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ। 


ଗେହଲୋଟ ଆହୁରି ମଧ୍ୟ କହିଛନ୍ତି କି, ଏତେ ନୀରିହ ଶାନ୍ତ ସରଳ ଚରିତ୍ରର ବ୍ୟକ୍ତି ଏଭଳି କାର୍ଯ୍ୟ କରିବ ବୋଲି କେହି ମଧ୍ୟ ବିଶ୍ୱାସ କରିପାରିନଥିଲେ। ମୁଁ ଏଠାରେ ପରୀବା ବିକ୍ରି କରିବାକୁ ଆସିନି। ମୁଁ ରାଜ୍ୟର ମୁଖ୍ୟମନ୍ତ୍ରୀ। ଏଠାରେ କହି ରଖୁଛୁ ଯେ, ଅଶୋକ ଗେହଲୋଟ ଓ ସଚୀନ ପାଇଲଟଙ୍କ ମଧ୍ୟରେ ଏବେ ବି କନ୍ଦଳ ଜାରି ରହିଛି।