ନୂଆଦିଲ୍ଲୀ: Taj Mahal 22 Underground Rooms Secret: ଉତ୍ତର ପ୍ରଦେଶ (Uttar Pradesh) ର ଦୁଇଟି ବଡ଼ ଜିଲ୍ଲାରୁ ୨ଟି ବଡ଼ ମାମଲା ସାମ୍ନାକୁ ଆସିଛି । ବାରାଣାସୀ (Varanasi) ର ଜ୍ଞାନବାପି ମସଜିଦ (Gyanvapi Masjid) ରେ ଶିବ ଲିଙ୍ଗ (Shivling) ମିଳିବାର ଦାବି କରାଯାଉଥିବା ବେଳେ ଆଗ୍ରା (Agra) ର ତାଜମହଲ ଭିତରେ ଥିବା ୨୨ ରୁମର ରହସ୍ୟ ଉନ୍ମୋଚନ କରିବାକୁ ASI ନିଜର ରିପୋର୍ଟ ଦାଖଲ କରିଛି । ତାଜମହଲ (Taj Mahal) ର ବନ୍ଦ ପଡ଼ିଥିବା ୨୨ଟି କୋଠରୀ (Taj Mahal 22 Underground Rooms Secret) ରେ କ'ଣ ଅଛି ତାହା ଜଣା ପଡିଛି । ଭାରତର ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ଦ୍ୱାରା ଏହି କୋଠରୀଗୁଡ଼ିକର ଫଟୋ ଜାରି କରାଯାଇଛି । ଏହି କୋଠରୀଗୁଡ଼ିକ ଉପରେ ବିବାଦ ଦୀର୍ଘ ଦିନ ଧରି ଚାଲିଆସୁଛି ।


COMMERCIAL BREAK
SCROLL TO CONTINUE READING

ଆଗ୍ରା ASI ମୁଖ୍ୟ ଆରକେ ପଟେଲଙ୍କ ଅନୁଯାୟୀ, ଫଟୋଗୁଡ଼ିକ ASI ୱେବସାଇଟରେ ଜାନୁୟାରୀ ୨୦୨୨ ନ୍ୟୁଜଲେଟର ଆକାରରେ ମଧ୍ୟ ଉପଲବ୍ଧ ଅଛି, କେହି ବି ଏହି ଫଟୋଗୁଡ଼ିକୁ ଏହି ୱେବସାଇଟ୍ ଭିଜିଟ କରି ଦେଖିପାରିବେ । ଏହି ବନ୍ଦ କୋଠରୀଗୁଡ଼ିକରେ ନବୀକରଣ କାର୍ଯ୍ୟ କରାଯାଇଥିବା କୁହାଯାଇଛି । ଏହି କାମରେ ପ୍ରାୟ ୬ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା । ଏଥିସହିତ ପର୍ଯ୍ୟଟନ ଶିଳ୍ପର ସୂତ୍ରରୁ ପ୍ରକାଶ ଯେ ଏହି କୋଠରୀଗୁଡ଼ିକରେ କ’ଣ ଅଛି ତାହା ଉପରେ ଗୁଜବ ସୃଷ୍ଟି ନ ହେଉ, ସେଥିପାଇଁ ଏହି ଫଟୋଗୁଡ଼ିକ ସାର୍ବଜନୀନ କରାଯାଇଛି ।


ପର୍ଯ୍ୟଟନ ବିଭାଗ ସହିତ ଜଡିତ ସୂତ୍ର ଦାବି କରିଛି ଯେ, ଦେଶରେ ଏହି କଠୋରୀର ସାମଗ୍ରୀ ବିଷୟରେ ଭୁଲ ସୂଚନା ପ୍ରସାରକୁ ରୋକିବା ପାଇଁ ଏସବୁ ଫଟୋ ସର୍ବସାଧାରଣ ଡୋମେନରେ ଜାରି କରାଯାଇଛି । ଏହି କୋଠରୀ ଖୋଲିବା ପାଇଁ ଡଃ ରଜନୀଶ କୁମାରଙ୍କ ଦ୍ୱାରା ଦାଖଲ ହୋଇଥିବା ପିଏଲଏକୁ ଆହ୍ଲାବାଦ ହାଇକୋର୍ଟ ଖାରଜ କରିଦେଇଥିଲେ । ଏହି ବନ୍ଦ କୋଠରୀଗୁଡ଼ିକରେ ପ୍ଲାଷ୍ଟର ଓ ଚୂନ ପ୍ୟାନିଂ ସହିତ ବ୍ୟାପକ ମରାମତି କାର୍ଯ୍ୟ ଦେଖାଯାଇଛି । ASI ସୂତ୍ରରୁ ଏହା ଜଣାପଡିଛି ଯେ ଏହି ମରାମତି କାର୍ଯ୍ୟ ପାଇଁ ୬ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି ।


ଏହା ବି ପଢ଼ନ୍ତୁ:-ଭାରତର ଏହି ରେଳ ଟ୍ରାକ୍ ଉପରେ ଆଜି ବି ବ୍ରିଟିଶଙ୍କ ରହିଛି ଅଧିକାର! ସରକାରଙ୍କୁ ଦେବାକୁ ପଡ଼େ ପ୍ରତିବର୍ଷ ଟିକସ


ଏହା ବି ପଢ଼ନ୍ତୁ:-ୟୁକ୍ରେନ ପରେ ବର୍ତ୍ତମାନ ଏହି ଦେଶକୁ ଆକ୍ରମଣ ପାଇଁ ପ୍ରସ୍ତୁତ ହେଉଛି ଋଷ, ବର୍ଡରକୁ ପଠାଇଲା ଭୟଙ୍କର ପରମାଣୁ କ୍ଷେପଣାସ୍ତ୍ର


ଏହା ବି ପଢ଼ନ୍ତୁ:-ଏସବୁ ଦେଶରେ ରହିଛି ଭାରତର ମିଲିଟ୍ରୀ ବେସ୍, ଦେଖନ୍ତୁ ପୁରା ତାଲିକା


 


ଏଠାରେ କହି ରଖୁଛୁ ଯେ, ହାଇକୋର୍ଟ କଡ଼ା ତାଗିଦ କରି ଆବେଦନକାରୀଙ୍କୁ କହିଥିଲେ ଯେ, ଆପଣଙ୍କୁ ଯେଉଁ ବିଷୟ ଉପରେ ଜଣାନାହିଁ, ତାହା ଉପରେ ଆପଣ ଗବେଷଣା କରନ୍ତୁ । ଯାଆନ୍ତୁ MA କରିବେ, PhD କରନ୍ତୁ, ଯଦି କୌଣସି ଅନୁଷ୍ଠାନ ଆପଣଙ୍କୁ ଅନୁସନ୍ଧାନ କରିବାକୁ ଅନୁମତି ଦେଉ ନାହିଁ, ତେବେ ଆମ ପାଖକୁ ଆସନ୍ତୁ । ହାଇକୋର୍ଟ ସ୍ପଷ୍ଟ କରିଛନ୍ତି ଯେ, ଆମେ ଏହି ପିଟିସନର ଶୁଣାଣିକୁ ଆଗକୁ ବଢ଼ାଇବୁ ନାହିଁ, ଆପଣ ତାଜମହଲର ୨୨ କୋଠରୀର ସୂଚନା କାହାଠାରୁ ମାଗିଛନ୍ତି?