ଯେଉଁ ଦେଶମାନେ ବିଦେଶୀ ସାମରିକ ବେସ୍ ନିର୍ମାଣ କରନ୍ତି ସେମାନେ ଅନ୍ତର୍ଜାତୀୟ ସ୍ତରରେ ନିଜର ଶକ୍ତି ପ୍ରଦର୍ଶନ କରନ୍ତି । ସାରା ଦୁନିଆରେ ଆମେରିକା ହେଉଛି ଏକମାତ୍ର ଦେଶ ଯାହା ପାଖରେ ୩୮ଟି ଅନ୍ତର୍ଜାତୀୟ ସାମରିକ ବେସ୍ ଅଛି । ଆସନ୍ତୁ ଜାଣିବା କେଉଁ ଦେଶରେ ଭାରତର ସାମରିକ ବେସ ରହିଛି ।
ନୂଆଦିଲ୍ଲୀ: List of Indian Military Bases Outside India: ବିଦେଶୀ ମାଟିରେ ମିଲିଟ୍ରୀ ବେସ୍ ଅର୍ଥାତ ଭିତ୍ତିଭୂମି ନିର୍ମାଣର ଉଦ୍ଦେଶ୍ୟ ହେଉଛି ସାମରିକ ଉପକରଣ ଓ ସୈନିକମାନଙ୍କୁ ରକ୍ଷା କରିବା । ଅପରେସନ୍ ସହିତ ଅନେକ ପ୍ରକାରର କାର୍ଯ୍ୟ ପାଇଁ ତାଲିମ ଦିଆଯାଏ । ଆହୁରି ମଧ୍ୟ ଯେଉଁ ଦେଶମାନେ ବିଦେଶୀ ସାମରିକ ବେସ୍ ନିର୍ମାଣ କରନ୍ତି ସେମାନେ ଅନ୍ତର୍ଜାତୀୟ ସ୍ତରରେ ନିଜର ଶକ୍ତି ପ୍ରଦର୍ଶନ କରନ୍ତି । ସାରା ଦୁନିଆରେ ଆମେରିକା ହେଉଛି ଏକମାତ୍ର ଦେଶ ଯାହା ପାଖରେ ୩୮ଟି ଅନ୍ତର୍ଜାତୀୟ ସାମରିକ ବେସ୍ ଅଛି । ଆସନ୍ତୁ ଜାଣିବା କେଉଁ ଦେଶରେ ଭାରତର ସାମରିକ ବେସ ରହିଛି ।
ତାଜିକିସ୍ତାନ (Tajikistan) ର ରାଜଧାନୀ ଦୁଶାନବେ (Dushanbe) ର ପ୍ରାୟ ୧୩୦ କିଲୋମିଟର ଦୂରରେ ଦକ୍ଷିଣ-ପୂର୍ବରେ ଅବସ୍ଥିତ ଫାର୍ଖୋର (Farkhor) ରେ ଏକ ଭାରତୀୟ ମିଲିଟ୍ରୀର ଏୟାର ବେସ୍ (Indian Military Air Base) ଅଛି । ଏହା ଭାରତୀୟ ବାୟୁସେନା (Indian Air Force) ଦ୍ୱାରା ପରିଚାଳିତ ହୋଇଥାଏ । ଏହାର ସାଥ୍ ତାଜିକିସ୍ତାନର ବାୟୁସେନା (Tajikistan Air Force) ଦେଇଥାଏ । ଏହା ହେଉଛି ଭାରତର ପ୍ରଥମ ସାମରିକ ବେସ୍, ଯାହା ନିଜ ମାଟି ବାହାରେ ନିର୍ମିତ ହୋଇଛି । ଇରାନରେ ଅବସ୍ଥିତ ଚାବାହାର ପୋର୍ଟ (Chabahar Port) ଓ ଆଫଗାନିସ୍ତାନର ମାଧ୍ୟମରେ ପରିବହନ ସୁବିଧା ମିଳିଥାଏ । ଏଠାରେ ଭାରତୀୟ ବାୟୁସେନା ସୁଖୋଇ -30 ଏମକେ (Sukhoi-30MKI) ଯୁଦ୍ଧ ବିମାନ ମୁତୟନ କରିରଖିଛି ।
ଭୁଟାନରେ ଭାରତର ସାମରିକ ବେସର ଏକ ସ୍ଥାୟୀ ତାଲିମ କେନ୍ଦ୍ର ଅଛି । ଏହାକୁ ଭାରତୀୟ ମିଲିଟ୍ରୀ ଟ୍ରେନିଂ ଟିମ୍ (IMTRAT) କୁହାଯାଏ । ଏହି ତାଲିମ କେନ୍ଦ୍ର ପଶ୍ଚିମ ଭୁଟାନରେ ଅବସ୍ଥିତ । ଏହା ୧୯୬୧-୬୨ ମସିହାରେ ପ୍ରତିଷ୍ଠିତ ହୋଇଥିଲା । ଏହିଠାରେ ଭୁଟାନ (Bhutan) ର ରୟାଲ ଭୁଟାନ ଆର୍ମି (RBA) ର ସୈନିକମାନଙ୍କୁ ତାଲିମ ଦିଆଯାଇଥାଏ । ମିତ୍ର ଦେଶରେ ସ୍ଥିତ ଏହା ହେଉଛି ସର୍ବ ପୁରାତନ ଭାରତୀୟ ସାମରିକ ତାଲିମ କେନ୍ଦ୍ର । ଏଠାରେ କମାଣ୍ଡାଣ୍ଟ ପ୍ରତିରକ୍ଷା ପ୍ରସଙ୍ଗରେ ଭୁଟାନର ରାଜାଙ୍କୁ ପରାମର୍ଶ ଦିଅନ୍ତି । କାରଣ ଏଠାରେ କୌଣସି ପ୍ରତିରକ୍ଷା ମନ୍ତ୍ରୀ ନାହାଁନ୍ତି ।
ଭାରତୀୟ ମିଲିଟ୍ରୀ ଉତ୍ତର ମାଡାଗାସ୍କରରେ ଲିସନିଙ୍ଗ ପୋଷ୍ଟ ଓ ଏକ ରାଡାର ସୁବିଧା ସ୍ଥାପନ କରିଛନ୍ତି । ଏହା ୨୦୦୭ରେ ନିର୍ମିତ ହୋଇଥିଲା । ଯାହାଦ୍ୱାରା ଭାରତ ମହାସାଗରରୁ ଜାହାଜଗୁଡ଼ିକର ଗତିବିଧି ଉପରେ ନଜର ରଖାଯାଇପାରିବ । ସାମୁଦ୍ରିକ ସଞ୍ଚାରକୁ ଶୁଣିବା ଓ ବୁଝିବା ପାଇଁ ଏପରି ବ୍ୟବସ୍ଥା କରାଯାଇଛି । ଏହାର ସାହାଯ୍ୟରେ ମାଡାଗାସ୍କର (Madagascar) ର ନୌସେନା ମଧ୍ୟ ନଜର ରଖେ । ଯେହେତୁ ମାଡାଗାସ୍କରର ସେନା (Madagascar Army) ଏତେ ଶକ୍ତିଶାଳୀ ନୁହେଁ କି ସେମାନେ ଅନୁପ୍ରବେଶ କିମ୍ବା ଆତଙ୍କବାଦୀ କାର୍ଯ୍ୟକଳାପକୁ ରୋକି ପାରିବେ । ତେଣୁ ଭାରତୀୟ ସେନା (Indian Army) ସେମାନଙ୍କୁ ସାହାଯ୍ୟ କରୁଛି ।
ଭାରତ ସରକାର (Indian Government) ମରିସସ (Mauritius) ର ଉତ୍ତର ଆଗଲେଗା ଦ୍ୱୀପରେ କୋଷ୍ଟାଲ ସର୍ଭିଲାନ୍ସ ରାଡାର ସିଷ୍ଟମ ସ୍ଥାପନ କରିଛନ୍ତି । ଏହି ଦ୍ୱୀପ ଭାରତ ମହାସାଗରରେ ଅବସ୍ଥିତ । ଏହାକୁ ତିଆରି କରିବାର ଉଦ୍ଦେଶ୍ୟ ଥିଲା ଭାରତ ଓ ମରିସସ୍ ମଧ୍ୟରେ ସାମରିକ ସହାୟତା ସୃଷ୍ଟି କରିବା । ଏହା ଏକ ରଣନୈତିକ ସ୍ଥାନ, ଯେଉଁଠାରୁ ଏକ ବୃହତ ସମୁଦ୍ର ଅଞ୍ଚଳ ସିଧାସଳଖ ନଜର ରଖାଯାଏ । ଏହି ସମଗ୍ର ଦ୍ୱୀପ ହେଉଛି ଏକ ଭାରତୀୟ ସାମରିକ ବେସ୍ ।
ଓମାନ (Oman) ର ରସ ଅଲ ହଦ ନାମକ ଏକ ସ୍ଥାନରେ ଭାରତୀୟ ମିଲିଟ୍ରୀ ଏକ ଲିସିନିଙ୍ଗ ପୋଷ୍ଟ ନିର୍ମାଣ କରିଛି । ଏହା ବ୍ୟତୀତ ମସ୍କାଟ ନୌସେନା ବେସ ଉପରେ ଭାରତର ବର୍ଥିଂ ଅଧିକାର ରହିଛି । ଅର୍ଥାତ ଏଠାରେ ଭାରତୀୟ ନୌସେନାର ଯୁଦ୍ଧ ଜାହାଜ, ବୁଡ଼ାଜାହାଜ ଆଦିକୁ ଇନ୍ଧନ ଇତ୍ୟାଦି ସାହାଯ୍ୟ ମିଳିଯାଇଥାଏ । ଏହା ବ୍ୟତୀତ ଡକ୍କ (Duqm) ରେ ଭାରତୀୟ ବାୟୁସେନା ଓ ଭାରତୀୟ ନୌସେନାର ଏକ ଛୋଟ ବେସ୍ ଅଛି ।
ଏହା ବି ପଢ଼ନ୍ତୁ:-ୟୁକ୍ରେନ ଯୁଦ୍ଧରେ ନିଜର ଆହତ ସୈନ୍ୟଙ୍କୁ ଗୁଳି କରି ହତ୍ୟା କରୁଛି ଋଷ! ସାମ୍ନାକୁ ଆସିଲା ଚାଞ୍ଚଲ୍ୟକର ତଥ୍ୟ
ଏହା ବି ପଢ଼ନ୍ତୁ:-ରକ୍ତରେ ଦ୍ରୁତ ଗତିରେ କୋଲେଷ୍ଟ୍ରଲ ବଢ଼ାଇଥାଏ ଏହି ୫ଟି ଖାଦ୍ୟ, ହୃଦଘାତକୁ ଏଡ଼ାଇବା ପାଇଁ ଆଜି ହିଁ ଛାଡ଼ନ୍ତୁ
ଏହା ବି ପଢ଼ନ୍ତୁ:-ମାଗଣା ରାସନ ନେଉଥିବା ଏସବୁ କାର୍ଡଧାରକଙ୍କ ପାଇଁ ଖରାପ ଖବର, ଅର୍ଥ ଆଦାୟ ସହ ନିଆଯିବ ଆଇନଗତ କାର୍ଯ୍ୟାନୁଷ୍ଠାନ
ବିଦେଶୀ ମାଟିରେ ସାମରିକ ବେସ୍ ନିର୍ମାଣର ଅନେକ ଲାଭ ଅଛି । ପ୍ରଥମେ, ଆପଣ ଯେକୌଣସି ତାଲିମ ନେଇପାରିବେ କିମ୍ବା ଦେଇପାରିବେ । ଦ୍ୱିତୀୟତଃ ସେହି ଦେଶର ଲୋକଙ୍କ ମଧ୍ୟରେ ଭାରତୀୟତାର ପ୍ରାଧାନ୍ୟ ବଢ଼ିଥାଏ । ଏହାସହ ପ୍ରତିଷ୍ଠା ବଢ଼େ । ଆହୁରି ମଧ୍ୟ ଶତ୍ରୁର ଗତିବିଧି ଉପରେ ନଜର ରଖିବା ସହଜ ହୋଇଯାଏ । ମିଳିତ ଭାବେ ଦୁଇ ଦେଶ ସାମରିକ ବେସରୁ ସେଠାରେ ଘଟୁଥିବା ଅନେକ ଅନ୍ତର୍ଜାତୀୟ ସୀମା ଓ କାର୍ଯ୍ୟକଳାପ ଉପରେ ନଜର ରଖିନ୍ତି ।
ट्रेन्डिंग फोटोज़