ନୂଆଦିଲ୍ଲୀ: କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ (Union Minister Nitin Gadkari) କହିଛନ୍ତି ଯେ, ଅଟୋମୋବାଇଲ କମ୍ପାନୀଗୁଡିକର (Automobile Companies) ବରିଷ୍ଠ ଅଧିକାରୀମାନେ ତାଙ୍କୁ ପ୍ରତିଶୃତି ଦେଇଛନ୍ତି ଯେ ସେମାନେ ୬ ମାସ ମଧ୍ୟରେ ଫ୍ଲେକ୍ସ-ଫ୍ୟୁଲ (flex-fuel) ଯାନର ଉତ୍ପାଦନ ଆରମ୍ଭ କରିଦେବେ । ପବ୍ଲିକ ଟ୍ରାନ୍ସପୋର୍ଟକୁ  ୧୦୦ ପ୍ରତିଶତ ସ୍ୱଚ୍ଛ ଶକ୍ତି ଉତ୍ସରୁ ଚଳାଇବାକୁ ସରକାର ଏକ ଯୋଜନା ଉପରେ କାର୍ଯ୍ୟ କରୁଛନ୍ତି ବୋଲି ଗଡକରୀ (Nitin Gadkari) କହିଛନ୍ତି ।


COMMERCIAL BREAK
SCROLL TO CONTINUE READING

ସେ (Nitin Gadkari) କହିଛନ୍ତି ଯେ, ଏହି ସପ୍ତାହରେ ମୁଁ ସମସ୍ତ ପ୍ରମୁଖ ଅଟୋମୋବାଇଲ କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ଓ SIAM ର ପ୍ରତିନିଧୀଙ୍କ ସହ ଏକ ବୈଠକ କରିଥିଲି । ସେମାନେ ମୋତେ ପ୍ରତିଶୃତି ଦେଇଛନ୍ତି ଯେ ସେମାନେ ଏପରି ଯାନ ପାଇଁ ଫ୍ଲେସ-ଇନ୍ଧନ ଇଞ୍ଜନର ବିନିର୍ମାଣ ଆରମ୍ଭ କରିବେ, ଯାହା ଏକରୁ ଅଧିକ ଇନ୍ଧନରେ ଚାଲିପାରୁ ଥିବ ।


ଫ୍ଲେକ୍ସ-ଫ୍ୟୁଲ ହେଉଛି ଗ୍ୟାସୋଲିନ ଓ ମଥାନଲ କିମ୍ବା ଇଥାନାଲ (Ethanol) ର ମିଶ୍ରଣରୁ ପ୍ରସ୍ତୁତ ବୈକଳ୍ପିକ ଇନ୍ଧନ । ସେ (Gadkari) କହିଛନ୍ତି ଯେ ଟିଭିଏସ୍ ମୋଟର (TVS Motor) ଓ ବଜାଜ ଅଟୋ (Bajaj Auto) ଭଳି କମ୍ପାନୀ ଦୁଇ ଚକିଆ ଯାନ ଓ ତିନି ଚକିଆ ଯାନ ପାଇଁ ଫ୍ଲେକ୍ସ-ଫ୍ୟୁଲ ଇଞ୍ଜିନ ଉତ୍ପାଦନ ଆରମ୍ଭ କରିସାରିଛନ୍ତି ।


ଏହି ନମନୀୟ ଇନ୍ଧନ ଯାନଗୁଡିକ ସାଧାରଣ କାର ପରି ସମସ୍ତ ସମାନ ଉପକରଣରେ ଲାଗିଛି । କିନ୍ତୁ ଏଥିରେ କିଛି ବିଶେଷ ଉପକରଣ ମଧ୍ୟ ସ୍ଥାପନ କରାଯାଇଛି । ଏହାର ଏକ ଇଲେକ୍ଟ୍ରୋନିକ୍ କଣ୍ଟ୍ରୋଲ୍ ମଡ୍ୟୁଲ୍ ଅଛି । ଏହା ଇନ୍ଧନ ମିକ୍ସର୍, ଇଗ୍ନିସନ୍ ଟାଇମିଂ, ନିର୍ଗମନ ପ୍ରଣାଳୀ, ଯାନର ସଞ୍ଚାଳନ ଏବଂ ଯାନରେ ସମ୍ମୁଖୀନ ହେଉଥିବା ସମସ୍ୟାକୁ ସଠିକ୍ ଭାବରେ ନିୟନ୍ତ୍ରଣ କରିଥାଏ । ଏହି ଯାନଗୁଡିକରେ ଏକ ସ୍ୱତନ୍ତ୍ର ଇନ୍ଧନ ଟ୍ୟାଙ୍କ ଅଛି, ଯାହାର ଦୁଇଟି ଇନ୍ଧନ ଧାରଣ କରିବାର କ୍ଷମତା ଅଛି ।


ଏହା ବି ପଢ଼ନ୍ତୁ:-ୟୁକ୍ରେନ ପରେ ପୁଟିନଙ୍କ ପରବର୍ତ୍ତୀ ଟାର୍ଗେଟ ହେଉଛି ଏହି ଦେଶ, ଜାଣନ୍ତୁ କ'ଣ ରହିଛି ଋଷର ପ୍ଲାନ୍


ଏହା ବି ପଢ଼ନ୍ତୁ:-୫୦୦ ଟଙ୍କାରୁ କମ୍ ଦାମରେ ବିକ୍ରି ହେଉଛି AC! ତୁରନ୍ତ ଏହି ଡିଲର ଉଠାନ୍ତୁ ଲାଭ


ଏହା ବି ପଢ଼ନ୍ତୁ:-ବର୍ତ୍ତମାନ ଆଉ ଏକ ବ୍ୟାଙ୍କ ଦେଲା ଖୁସି ଖବର! ବଢ଼ାଇଲା FD ସୁଧ ହାର, ଗ୍ରାହକଙ୍କୁ ମିଳିବ ପୂର୍ବ ଅପେକ୍ଷା ଅଧିକ ଲାଭ


 


ଇନ୍ଧନ ଭାବରେ ତେଲ ଏକ ସୀମିତ ଉତ୍ସ । ତେଣୁ, ଏହାର ଏକ ବିକଳ୍ପ ଖୋଜିବା ଆବଶ୍ୟକ । ଏଭଳି ପରିସ୍ଥିତିରେ ଫ୍ଲେକ୍ସ ଫ୍ୟୁଲ ଏକ ଗୁରୁତ୍ୱପୂର୍ଣ୍ଣ ବିକଳ୍ପ । ପେଟ୍ରୋଲ ଓ ଇଥାନଲ (ethanol) କୁ ମିଶ୍ରଣରେ ବ୍ୟବହାର କରି ଇନ୍ଧନ ଅଭାବ ଦୂର ହୋଇପାରିବ । ପାରମ୍ପାରିକ ଇନ୍ଧନ ଅପେକ୍ଷା ଏହା ମଧ୍ୟ ଶସ୍ତା ଅଟେ ।