ବର୍ତ୍ତମାନ ଆଉ ଏକ ବ୍ୟାଙ୍କ ଦେଲା ଖୁସି ଖବର! ବଢ଼ାଇଲା FD ସୁଧ ହାର, ଗ୍ରାହକଙ୍କୁ ମିଳିବ ପୂର୍ବ ଅପେକ୍ଷା ଅଧିକ ଲାଭ
Advertisement

ବର୍ତ୍ତମାନ ଆଉ ଏକ ବ୍ୟାଙ୍କ ଦେଲା ଖୁସି ଖବର! ବଢ଼ାଇଲା FD ସୁଧ ହାର, ଗ୍ରାହକଙ୍କୁ ମିଳିବ ପୂର୍ବ ଅପେକ୍ଷା ଅଧିକ ଲାଭ

Kotak Mahindra Bank FD Interest Rates: କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ (Kotak Mahindra Bank) ୩୬୫ରୁ ୩୮୯ ଦିନରେ ମ୍ୟାଚ୍ୟୋର ହେବାକୁ ଥିବା FD କୁ ୫ ପ୍ରତିଶତକୁ ବୃଦ୍ଧି କରିଛି । ଏହାପୂର୍ବରୁ ବ୍ୟାଙ୍କ ଏହି ଅବଧିରେ ୪.୯ ପ୍ରତିଶତ ସୁଧ ଦେଉଥିଲା । ଏଥି ସହିତ ବ୍ୟାଙ୍କ ବର୍ତ୍ତମାନ କ୍ରମଶ: ୭ରୁ ୩୦ ଦିନ, ୩୧ରୁ ୯୦ ଦିନ ଏବଂ ୯୧ରୁ ୧୨୦ ଦିନ ମଧ୍ୟରେ ମ୍ୟାଚ୍ୟୋର ହେଉଥିବା FD ଉପରେ ୨.୫ ପ୍ରତିଶତ, ୨.୭୫ ପ୍ରତିଶତ ଏବଂ ୩ ପ୍ରତିଶତ ହାରରେ ସୁଧ ଦେବାକୁ ନିଷ୍ପତ୍ତି ନେଇଛି ।

ବର୍ତ୍ତମାନ ଆଉ ଏକ ବ୍ୟାଙ୍କ ଦେଲା ଖୁସି ଖବର! ବଢ଼ାଇଲା FD ସୁଧ ହାର, ଗ୍ରାହକଙ୍କୁ ମିଳିବ ପୂର୍ବ ଅପେକ୍ଷା ଅଧିକ ଲାଭ

ନୂଆଦିଲ୍ଲୀ: Kotak Mahindra Bank FD Interest Rates: ଘରୋଇ କ୍ଷେତ୍ରର ଋଣଦାତା କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ ଅଲଗା ଅଲଗା ଅବଧି ପାଇଁ ଫିକ୍ସଡ୍ ଡିପୋଜିଟ୍ (Fixed Deposits:FD) ଉପରେ ସୁଧ ହାର ସଂଶୋଧନ କରିଛି । ଏହି ସୁଧ ହାର ସମସ୍ତ ଘରୋଇ, NRO ଏବଂ NRE ସମସ୍ତ ଗ୍ରାହକଙ୍କ ପାଇଁ ଅଛି । ନୂତନ ସୁଧ ହାର ବୁଧବାର ଅର୍ଥାତ୍ ମାର୍ଚ୍ଚ ୯,୨୦୨୦ ଠାରୁ କାର୍ଯ୍ୟକାରୀ ହେବ । ଏହି ଦରଗୁଡିକ ୨ କୋଟି ଟଙ୍କା ପର୍ଯ୍ୟନ୍ତ FD ଉପରେ ଲାଗୁ ହେବ ।

କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ (Kotak Mahindra Bank) ୩୬୫ରୁ ୩୮୯ ଦିନରେ ମ୍ୟାଚ୍ୟୋର ହେବାକୁ ଥିବା FD କୁ ୫ ପ୍ରତିଶତକୁ ବୃଦ୍ଧି କରିଛି । ଏହାପୂର୍ବରୁ ବ୍ୟାଙ୍କ ଏହି ଅବଧିରେ ୪.୯ ପ୍ରତିଶତ ସୁଧ ଦେଉଥିଲା । ଏଥି ସହିତ ବ୍ୟାଙ୍କ ବର୍ତ୍ତମାନ କ୍ରମଶ: ୭ରୁ ୩୦ ଦିନ, ୩୧ରୁ ୯୦ ଦିନ ଏବଂ ୯୧ରୁ ୧୨୦ ଦିନ ମଧ୍ୟରେ ମ୍ୟାଚ୍ୟୋର ହେଉଥିବା FD ଉପରେ ୨.୫ ପ୍ରତିଶତ, ୨.୭୫ ପ୍ରତିଶତ ଏବଂ ୩ ପ୍ରତିଶତ ହାରରେ ସୁଧ ଦେବାକୁ ନିଷ୍ପତ୍ତି ନେଇଛି ।

ବ୍ୟାଙ୍କ ୭ ଦିନରୁ ଆରମ୍ଭ ୧୦ ବର୍ଷ ମଧ୍ୟରେ ପରିପକ୍ୱତା ହେଉଥିବା FD ଉପରେ ବ୍ୟାଙ୍କ ୩ ପ୍ରତିଶତରୁ ୫.୮ ପ୍ରତିଶତ ପର୍ଯ୍ୟନ୍ତ ସୁଧ ହାର ପ୍ରଦାନ କରିଥାଏ । କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ (Kotak Mahindra Bank) ବର୍ତ୍ତମାନ ୧୮୧ରୁ ୩୬୩ ଦିନରେ ମ୍ୟାଚ୍ୟୋରିଟି ଥିବା FD ଉପରେ ୪.୪୦ ପ୍ରତିଶତ ସୁଧ, ଅନ୍ୟପଟେ ୩୬୪ ଦିନରେ ମ୍ୟାଚ୍ୟୋରିଟି FD ଉପରେ ୪.୫୦ ପ୍ରତିଶତ ସୁଧ ପ୍ରଦାନ କରିବ । ୩୯୦ ଦିନ ଓ ୨୩ ମାସରୁ କମ୍ ସମୟରେ ମ୍ୟାଚ୍ୟୋରିଟି FD ଉପରେ ୫.୧୦ ପ୍ରତିଶତ ଦରରେ ମିଳିବ । ବରିଷ୍ଠ ନାଗରିକମାନେ FD ଉପରେ ୫୦ ଆଧାର ପଏଣ୍ଟ ଅଧିକ ସୁଧ ହାର ପାଇବେ ।

ଏହା ବି ପଢ଼ନ୍ତୁ:-ଦୁନିଆରେ ପୁଣି ବଢ଼ୁଛି କୋରୋନା ମାମଲା, ଜାଣନ୍ତୁ ଭାରତରେ କେବେ ଆସିବ ଚତୁର୍ଥ ଲହର?

ଏହା ବି ପଢ଼ନ୍ତୁ:-ପୁରୁଣା କୁଲର୍ ଘରକୁ କରିଦେବ କଶ୍ମୀର! କେବଳ ଆପଣାନ୍ତୁ ଏହି ୫ଟି ଟ୍ରିକ୍, ଲୋକ ମଧ୍ୟ ପଚାରିବେ-ନୂଆ AC କେବେ କିଣିଲେ...

ଏହା ବି ପଢ଼ନ୍ତୁ:-କ୍ଷମା ମାଗିଲେ 'କାଚା ବାଦାମ' ଗୀତର ଗାୟକ ଭୁବନ, କହିଲେ-ମୁଁ ପୁଣି ବାଦାମ ବିକିବି

ଏହା ବି ପଢ଼ନ୍ତୁ:-ୟୁକ୍ରେନ ସହ ଯୁଦ୍ଧ ବନ୍ଦ କରିବାକୁ ନେଇ ଋଷ ଦେଲା ବହୁତ ବଡ଼ ବୟାନ

 

ଏଠାରେ କହି ରଖୁଛୁ ଯେ, କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ (Kotak Mahindra Bank) ପୂର୍ବରୁ ଆକ୍ସିସ୍ ବ୍ୟାଙ୍କ (Axis Bank), HDFC ବ୍ୟାଙ୍କ (HDFC Bank), ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (State Bank of India:SBI), IndusInd Bank, IDBI Bank ବିଭିନ୍ନ FD ଅବଧିରେ ସୁଧ ହାର ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି ।