Kuhoo Garg: ବ୍ୟାଡମିଣ୍ଟନ ଖେଳାଳି ତଥା ଉତ୍ତରାଖଣ୍ଡର ପୂର୍ବ ଡିଜିପି ଅଶୋକ କୁମାରଙ୍କ ଝିଅ କୁହୁ ଗର୍ଗ (Kuhoo Garg) ସର୍ବ ଭାରତୀୟ ପ୍ରଶାସନିକ ସେବା ପରୀକ୍ଷା (UPSC)ରେ ସଫଳତା ହାସଲ କରିଛନ୍ତି । ୧୭୮ ରାଙ୍କ ହାସଲ କରିଛନ୍ତି କୁହୁ । ବ୍ୟାଡମିଣ୍ଟନ (Badminton) ଖେଳି ଦେଶ ପାଇଁ ଗୌରବ ଆଣିଥିବା କୁହୁ ୟୁପିଏସସିରେ ମଧ୍ୟ ବାଜି ମାରିଛନ୍ତି ।


COMMERCIAL BREAK
SCROLL TO CONTINUE READING

ବ୍ୟାଡମିଣ୍ଟନ ଖେଳରେ ପାରଦର୍ଶୀତା ଦେଖାଇବା ଥିବା କୁହୁ (Kuhoo Garg) ସେଣ୍ଟ ଜୋସେଫ ଡେରାଡୁନୁରୁ ସ୍କୁଲିଂ ସରିବା ପରେ ଦିଲ୍ଲୀ ଏସଆରସିସି କଲେଜରୁ ଗ୍ରାଜୁଏସନ୍ ଶେଷ କରି ୟୁପିଏସସି ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ । କୁହୁ ବ୍ୟାଡ଼ମିଣ୍ଟନ ଖେଳିବା ସହ ଦିନକୁ ୮ରୁ ୧୦ ଘଣ୍ଟା ପରିଶ୍ରମ କରୁଥିଲେ । ତେବେ ଏହି ଶୃଙ୍ଖଳିତ ଜୀବନଶୈଳୀ ତାଙ୍କୁ ୟୁପିଏସସି ପରୀକ୍ଷାରେ କୃତକାର୍ଯ୍ୟ କରାଇବାରେ ସଫଳତା ଦେଇଥିବା ସେ କହିଛନ୍ତି । କୁହୁ ଗର୍ଗଙ୍କ ବାପା ଅଶୋକ କୁମାର ୨୦୨୦-୨୩ ଯାଏଁ ଉତ୍ତରାଖଣ୍ଡର ଡିଜିପି ଭାବେ ଦାୟିତ୍ବରେ ଥିଲେ। ସେପଟେ କୁହୁଙ୍କ ମା' ଜଣେ ଅଳକନନ୍ଦା ଜଣେ ପ୍ରଫେସର ଅଟନ୍ତି। ସେ ଅଶୋକ ପନ୍ତ ବିଶ୍ୱବିଦ୍ୟାଳୟରେ କାର୍ଯ୍ୟରତ ଅଛନ୍ତି। କୁହୁଙ୍କର ଦୁଇ ଭାଇ ଅଛନ୍ତି।


Also Read- Ram Navami 2024: ପବିତ୍ର ରାମ ନବମୀ ଅବସରରେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କ ଶୁଭେଚ୍ଛା


Also Read- Puri News: ଆଜି ରାମ ନବମୀ, ଆଜିଠାରୁ ଆରମ୍ଭ ହେବ ରଥକାମ


ପ୍ରକାଶ ଥାଉ କି, ବ୍ୟାଡମିଣ୍ଟନ ଖେଳରେ କୁହୁ ୫୬ଟି ଅଲଇଣ୍ଡିଆ ମେଡାଲ୍ , ୧୮ଟି ଅନ୍ତର୍ଜାତୀୟ ମେଡାଲ ପାଇଛନ୍ତି । ଅନ୍ତର୍ଜାତୀୟ ସ୍ତରରେ ବ୍ୟାଡମିଣ୍ଟନରେ କୁହୁ ୩୪ତମ ସ୍ଥାନରେ ଥିବାବେଳେ ଦେଶରେ ମିକ୍ସଡ୍ ଡବଲ୍ସରେ ସେ ୧ ନମ୍ବର ସ୍ଥାନରେ ଅଛନ୍ତି ।