Samosa Business Profit: ଦେଶରେ ଯୁବ ଉଦ୍ୟୋଗୀଙ୍କ ସଫଳତାର କାହାଣୀ ବିଷୟରେ ଅନେକ ଆଲୋଚନା ହେଉଛି। କେହି ଚାକିରି ଛାଡି ବ୍ୟବସାୟ ଆରମ୍ଭ କରିଥିବା ବେଳେ କେତେକ କମ୍ ପୁଞ୍ଜି ସହିତ ବ୍ୟବସାୟ ଆରମ୍ଭ କରି କୋଟି କୋଟି ଟଙ୍କା ରୋଜଗାର କରୁଥିବା ଏକ କମ୍ପାନୀ ଗଠନ କରିଛନ୍ତି। ଦେଶରେ ସଫଳ ଷ୍ଟାର୍ଟଅପ୍ ଏବଂ ସେମାନଙ୍କର ପ୍ରତିଷ୍ଠାତାଙ୍କ କାହାଣୀ ବିଭିନ୍ନ ସମୟରେ ଚର୍ଚ୍ଚାର ବିଷୟ ପାଲଟୁଛି। ଏହି କ୍ରମରେ ଆମେ ଆପଣଙ୍କୁ ଜଣେ ମହିଳା ଉଦ୍ୟୋଗୀଙ୍କ ସଫଳତାର କାହାଣୀ କହିବୁ, ଯିଏ କେବଳ ସିଙ୍ଗେଡ଼ା ବିକ୍ରୟ କରି ପ୍ରତିଦିନ ୧୨ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି।


COMMERCIAL BREAK
SCROLL TO CONTINUE READING

ଏକଥା ଶୁଣିବା ପରେ ଆପଣ ଆଶ୍ଚର୍ଯ୍ୟଚକିତ ହୋଇଯାଉଥିବେ। ଜଣେ କେବଳ ସିଙ୍ଗେଡ଼ା ବିକ୍ରୟ କରି ପ୍ରତି ଦିନ କିପରି ୧୨ ଲକ୍ଷ ଟଙ୍କା ରୋଜଗାର କରିପାରିବ? ହରିୟାଣା ଗୁରୁଗ୍ରାମ ଅଞ୍ଚଳର ବି.ଟେକ୍ ସ୍ନାତକ ନିଧି ସିଂହ ବେଙ୍ଗାଲୁରୁ ଠାରେ ଭାରତୀୟ ଜଳଖିଆ ସିଙ୍ଗେଡ଼ାର ଏକ ଦୋକାନ ଖୋଲି ଅତୁଳନୀୟ ସଫଳତା ହାସଲ କରିଛନ୍ତି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସିଙ୍ଗେଡ଼ା ଦୋକାନ ଆରମ୍ଭ କରିବା ପାଇଁ ନିଧି ସିଂହ ବାର୍ଷିକ ୩୦ ଲକ୍ଷ ଟଙ୍କା ଚାକିରି ଛାଡି ଦେଇଥିଲେ ଜାଣନ୍ତୁ ଏହି ଯୁବ ଉଦ୍ୟୋଗୀଙ୍କ ସଫଳତାର କୌତୁହଳପୂର୍ଣ୍ଣ କାହାଣୀ।


ନିଧି ସିଂହ ଏବଂ ତାଙ୍କ ସ୍ୱାମୀ ଶିଖର ବୀର ସିଂହ ପେସାରେ ଇଞ୍ଜିନିୟରିଂ ଗ୍ରାଜୁଏଟ। ଉଭୟେ ବାଙ୍ଗାଲୋର ଠାରେ ରହୁଛନ୍ତି। ଯେତେବେଳେ ଉଭୟ ସ୍ୱାମୀ-ସ୍ତ୍ରୀ ସେମାନଙ୍କ କ୍ୟାରିଅର ଜୀବନରେ ଶିଖରରେ ରହିଥିଲେ, ସେହି ସମୟରେ ମୁଁ ମୋର ଷ୍ଟାର୍ଟଅପ୍ ଆରମ୍ଭ କରିବାକୁ ମନସ୍ଥ କରିଥିଲି। ଏହା ପରେ ବାର୍ଷିକ ୩୦ ଲକ୍ଷ ଟଙ୍କାର ବେତନ ପାଉଥିବା ନିଧି ସିଂହ ଗତ ୨୦୧୫ ବର୍ଷରେ ଚାକିରି ଛାଡି ପରବର୍ତ୍ତୀ ବର୍ଷ ବେଙ୍ଗାଲୁରୁ ଠାରେ ସାମୋସା ସିଂହ ନାମରେ ଏକ ଦୋକାନ ଖୋଲିଥିଲେ।


ଚାକିରି ସମୟରେ ସେମାନଙ୍କୁ ମିଳୁଥିବା ଦରମା ଟଙ୍କାରେ ସେମାନେ ସାମୋସା ସିଂହ ନାମରେ ଏକ ସ୍ନାକ୍ସ ଆଉଟଲେଟ୍ ଆରମ୍ଭ କରିଥିଲେ। ଯେତେବେଳେ ତାଙ୍କର ବ୍ୟବସାୟ ବଢିବାରେ ଲାଗିଲା, ସେତେବେଳେ ତାଙ୍କୁ ଏକ ବଡ଼ ରୋଷେଇ ଘରର ଆବଶ୍ୟକତା ପଡ଼ିଲା। ଯେଉଁଥିପାଇଁ ସେ ତାଙ୍କ ସ୍ୱପ୍ନର ଆପାର୍ଟମେଣ୍ଟ ୮୦ ଲକ୍ଷ ଟଙ୍କା ମୂଲ୍ୟରେ ବିକ୍ରି କରି ଦେଇଥିଲେ। କାରଣ ଏକ ବଡ ଅର୍ଡର ପୂରଣ କରିବା ପାଇଁ ତାଙ୍କୁ ଟଙ୍କାର ଆବଶ୍ୟକତା ରହିଥିଲା।


ବି-ଟେକ୍ କରିବା ବେଳେ ଶିଖର ବୀର ସିଂହ ଏବଂ ନିଧି ସିଂହ ହରିୟାଣାରେ ପରସ୍ପରକୁ ଭେଟିଥିଲେ। ଉଭୟ ବାୟୋଟେକ୍ନୋଲୋଜି କ୍ଷେତ୍ରରେ ବି.ଟେକ୍ କରିଛନ୍ତି। ଉଭୟ ଧନୀକ ଶ୍ରେଣୀର ପୃଷ୍ଠଭୂମିରୁ ଆସିଛନ୍ତି। ଉଭୟ ସ୍ୱାମୀ-ସ୍ତ୍ରୀ ନିଜର ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଥିଲେ। ସେମାନେ ନିଜର ବ୍ୟବସାୟ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଥିଲେ। ବ୍ୟବସାୟ ପାଇଁ ସେମାନେ ନିଜ ଘରକୁ ମ୍ୟାଜିକ୍ ବ୍ରିକ୍ସ ଠାରେ ବିକ୍ରି କରିଥିଲେ। ସେହି ଟଙ୍କା ସହିତ ସେମାନେ ବାଙ୍ଗାଲୋର ଠାରେ ଏକ କାରଖାନା ଭଡାରେ ନେଇଥିଲେ। 


ନିଧି ଏବଂ ତାଙ୍କ ସ୍ୱାମୀଙ୍କ ଏହି ନିଷ୍ପତ୍ତି ଏବଂ ବିଶ୍ୱାସ ଭୁଲ ପ୍ରମାଣିତ ହୋଇନାହିଁ। ସେମାନଙ୍କର ବ୍ୟବସାୟରେରେ ଅଗ୍ରଗତି ଏପରି ହୋଇଥିଲା ଯେ ତାଙ୍କ ବ୍ୟବସାୟ ବହୁଗୁଣିତ ହେବାରେ ଲାଗିଲା। ୱିକେଣ୍ଡର ରିପୋର୍ଟ ଅନୁସାରେ ସେମାନେ ପ୍ରତି ମାସରେ ୩୦ ହଜାର ସିଙ୍ଗେଡ଼ା ବିକ୍ରୟ କରୁଛନ୍ତି। ସେମାନଙ୍କର କାରବାର ପାଖାପାଖି ୪୫ କୋଟି ଟଙ୍କା ରହିଥିବା ଜଣାପଡ଼ିଛି।