ଢାକା: ଫେସବୁକ ଭଳି ସୋସିଆଲ ମିଡିଆ ସାଇଟ ସମଗ୍ର ବିଶ୍ୱରେ ଲୋକଙ୍କ ଜୀବନରେ ବାଧା ସୃଷ୍ଟି କରୁଛି । ଏହାର ଉପଭୋକ୍ତାମାନେ ମଧ୍ୟ ବାଂଲାଦେଶରେ (Bangladesh) ଅଛନ୍ତି । କିନ୍ତୁ ଏହା ମଝିରେ ବାଂଲାଦେଶର ମୁସଲିମ ଧର୍ମଗୁରୁ (Muslim cleric) ତଥା ପ୍ରସିଦ୍ଧ ମୌଲାନା ଅହମ୍ମଦୁଲ୍ଲା ଫେସବୁକର 'ହାହା' ଇମୋଜି ବିରୋଧରେ ଏକ ଅଜବ ଫତୱା ଜାରି କରିଛନ୍ତି ।


COMMERCIAL BREAK
SCROLL TO CONTINUE READING

ଫେସବୁକରେ ଏକ ଭିଡିଓ ପୋଷ୍ଟ କରାଯାଇଛି
ମୌଲାନା ଅହମ୍ମଦୁଲ୍ଲା (Maulana Ahmed Ullah) ତିନି ମିନିଟର ଏକ ଭିଡିଓ ପୋଷ୍ଟ କରି ଫେସବୁକରେ (Facebook) ଲୋକଙ୍କୁ ପରିହାସ କରିବା ବିଷୟରେ ଆଲୋଚନା କରିଥିଲେ । ଏହାର କିଛି ସମୟ ପରେ ସେ ଏକ ଫତୱା ଜାରି କରିଛନ୍ତି । ମୁସଲମାନମାନଙ୍କ ପାଇଁ ଏହା କିପରି ଭାବେ 'ହାରାମ' ତାହା ମଧ୍ୟ ଏହିଁ ଭିଡିଓରେ କୁହାଯାଇଛି ।


ଅଧିକ ପଢ଼ନ୍ତୁ: ପରାଜୟ ପାଇଁ କୋହଲିଙ୍କୁ ଦାୟୀ କଲେ ସଚିନ! ଭାରତର ପରାଜୟକୁ ନେଇ ଦେଲେ ଏପରି ପ୍ରତିକ୍ରିୟା


ଅହମ୍ମଦୁଲ୍ଲା ଦେଇଛନ୍ତି ଏହି ତର୍କ
ଅହମ୍ମଦୁଲ୍ଲା କହିଛନ୍ତି, "ଆଜିକାଲି ଆମେ ଲୋକଙ୍କୁ ପରିହାସ କରିବା ପାଇଁ ଫେସବୁକର 'ହାହା' ଇମୋଜି ବ୍ୟବହାର କରୁଛୁ । ଯଦି ଆପଣ 'ହାହା' ଇମୋଜିକୁ କେବଳ ମଜା ପାଇଁ ବ୍ୟବହାର କରନ୍ତି, ତେବେ ଏହା ଭଲ ଅଟେ । କିନ୍ତୁ ଯଦି ଆପଣଙ୍କର ପ୍ରତିକ୍ରିୟାର ଉଦ୍ଦେଶ୍ୟ ହେଉଛି ସୋସିଆଲ ମିଡିଆରେ ପୋଷ୍ଟ କରିଥିବା କିମ୍ବା ମନ୍ତବ୍ୟ ଦେଇଥିବା ବ୍ୟକ୍ତିଙ୍କୁ ପରିହାସ କରିବା କିମ୍ବା ଅପମାନିତ କରିବା, ତେବେ ଏହା ଇସଲାମରେ ସମ୍ପୂର୍ଣ୍ଣ ହାରାମ ଅଟେ । ଆଲ୍ଲାଙ୍କ ଉଦ୍ଦେଶ୍ୟରେ ମୁଁ ଆପଣଙ୍କୁ ଏହି କାମରୁ ଦୂରେଇ ରହିବାକୁ ଅନୁରୋଧ କରିବି । କାହାକୁ ପରିହାସ କରିବାକୁ 'ହାହା' ଇମୋଜି ବ୍ୟବହାର କରନ୍ତୁ ନାହିଁ ।"


ଅଧିକ ପଢ଼ନ୍ତୁ: କୋରୋନାରୁ ସୁସ୍ଥ ହୋଇଥିବା ଲୋକଙ୍କୁ ଆଉ ଦରକାର ନାହିଁ ଦ୍ୱିତୀୟ ଡୋଜ୍: ICMR Study


ମୌଲାନା ଅହମ୍ମଦୁଲ୍ଲାଙ୍କର ଏହି ୩ ମିନିଟର ଭିଡିଓ ଏପର୍ଯ୍ୟନ୍ତ ୨୦ ଲକ୍ଷରୁ ଅଧିକ ଥର ଦେଖାଯାଇ ସାରିଛି । ଫେସବୁକ ଓ ୟୁଟ୍ୟୁବରେ ମୌଲାନା ଅହମ୍ମଦୁଲ୍ଲାଙ୍କର ୩ ମିଲିୟନରୁ ଅଧିକ ଫଲୋର୍ସ ଅଛନ୍ତି । ଅହମ୍ମଦୁଲ୍ଲା ହେଉଛନ୍ତି ବାଂଲାଦେଶର ନୂତନ ପିଢ଼ିର ମୌଲାନା ଯିଏ ଇଣ୍ଟରନେଟରେ ବହୁତ ସକ୍ରିୟ ଅଟନ୍ତି । ସେ ପ୍ରାୟତ ଟିଭି ଶୋ'ରେ ନିଜର ଆସନ୍ତି ଓ ସେ ମୁସଲିମ ସଂଖ୍ୟାଗରିଷ୍ଠ ବାଂଲାଦେଶରେ ଧାର୍ମିକ ପ୍ରସଙ୍ଗ ଉପରେ ବିତର୍କ କରନ୍ତି । ଅବଶ୍ୟ ମୌଲାନାଙ୍କ ଏହି ଭିଡିଓରେ, ତାଙ୍କର ହଜାର ହଜାର ଅନୁଗାମୀ 'ହାହା' ଇମୋଜି ସହିତ ପ୍ରତିକ୍ରିୟା ଦେଇଥିଲେ ଓ ଏକ ପ୍ରକାରେ ସେମାନଙ୍କ ବିରୋଧକୁ ପଞ୍ଜୀକୃତ କରିଥିଲେ ।