Bangladesh Supreme Court Scraps Quotas : ହିଂସାତ୍ମକ ବିରୋଧ ମଧ୍ୟରେ ବାଂଲାଦେଶର ସୁପ୍ରିମକୋର୍ଟ ରବିବାର ସରକାରୀ ଚାକିରିରେ ସଂରକ୍ଷଣ ବ୍ୟବସ୍ଥା ବଜାୟ ରଖିବାକୁ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ବାତିଲ କରିଛନ୍ତି। ତେବେ ସୁପ୍ରିମକୋର୍ଟ ଏହି ସଂରକ୍ଷଣ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ରୂପେ ରଦ୍ଦ କରି ନାହାଁନ୍ତି,ସଂରକ୍ଷଣ ବ୍ୟବସ୍ଥାକୁ ବଜାୟ ରଖିବା ପାଇଁ ସୁପ୍ରିମକୋର୍ଟ ହାଇକୋର୍ଟଙ୍କ ଆଦେଶକୁ ବେଆଇନ ବୋଲି ବିବେଚନା କରିଛନ୍ତି।


COMMERCIAL BREAK
SCROLL TO CONTINUE READING

କୋର୍ଟ କହିଛନ୍ତି, ‘ସର୍ବୋଚ୍ଚ ନ୍ୟାୟାଳୟ ଏହାର ନିଷ୍ପତ୍ତିରେ ସରକାରୀ ଚାକିରିରେ ଯୋଗ୍ୟତା ଆଧାରରେ ୯୩ ପ୍ରତିଶତ ପଦବୀ ପୂରଣ କରିବାକୁ ନିର୍ଦ୍ଦେଶ ଦେଇଥିବାବେଳେ ୧୯୭୧ ମୁକ୍ତି ଯୁଦ୍ଧର ଅନ୍ୟ ବର୍ଗ ତଥା ସ୍ୱାଧୀନତା ସଂଗ୍ରାମୀଙ୍କ ବଂଶଧରଙ୍କ ପାଇଁ ମାତ୍ର ୭ ପ୍ରତିଶତ ପଦବୀ ସଂରକ୍ଷଣ କରିବାକୁ କୁହାଯାଇଛି।


ବର୍ତ୍ତମାନ ବାଂଲାଦେଶରେ ଚାଲୁଥିବା ସଂରକ୍ଷଣ ବ୍ୟବସ୍ଥା ଅନୁଯାୟୀ ୫୬% ସରକାରୀ ଚାକିରୀ ସଂରକ୍ଷିତ ଥିଲା। ଏଥିମଧ୍ୟରୁ ୩୦ ପ୍ରତିଶତ ୧୯୭୧ ମୁକ୍ତି ଯୁଦ୍ଧର ବଂଶଧରଙ୍କ ପାଇଁ, ୧୦ ପ୍ରତିଶତ ପଛୁଆ ପ୍ରଶାସନିକ ଜିଲା ପାଇଁ, ୧୦ ପ୍ରତିଶତ ମହିଳାଙ୍କ ପାଇଁ, ୫ ପ୍ରତିଶତ ଅନୁସୂଚିତ ଜାତି ଏବଂ ୫ ପ୍ରତିଶତ ଭିନ୍ନକ୍ଷମଙ୍କ ପାଇଁ ସଂରକ୍ଷିତ ଥିଲା।


ତେବେ ସ୍ୱାଧୀନତା ସଂଗ୍ରାମୀଙ୍କ ବଂଶଧରମାନଙ୍କୁ ଦିଆଯାଇଥିବା ୩୦ ପ୍ରତିଶତ ସଂରକ୍ଷଣ ବିରୋଧରେ ଛାତ୍ରମାନେ ଆନ୍ଦୋଳନ କରୁଛନ୍ତି। ସୂଚନାଯୋଗ୍ୟ ବାଂଲାଦେଶରେ ପ୍ରତିବର୍ଷ ପ୍ରାୟ ୩ ହଜାର ସରକାରୀ ନିଯୁକ୍ତି ହୋଇଥାଏ, ଯେଉଁଥି ପାଇଁ ପ୍ରାୟ ୪ ଲକ୍ଷ ପ୍ରାର୍ଥୀ ଆବେଦନ କରନ୍ତି।