Weather Update: ୧୪ ଜିଲ୍ଲାରେ ଢାଳିବ ବର୍ଷା ! ଜାରି ହେଲା ୟେଲୋ ୱାର୍ଣ୍ଣିଂ
Advertisement
Article Detail0/zeeodisha/odisha2478266

Weather Update: ୧୪ ଜିଲ୍ଲାରେ ଢାଳିବ ବର୍ଷା ! ଜାରି ହେଲା ୟେଲୋ ୱାର୍ଣ୍ଣିଂ

ଆସନ୍ତା ୨୩, ୨୪ ଓ ୨୫ରେ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଉପକୂଳ ଓଡ଼ିଶା ସହ ଆଭ୍ୟନ୍ତରୀଣ ଓଡିଶାରେ ବର୍ଷା ହୋଇପାରେ ।

Weather Update: ୧୪ ଜିଲ୍ଲାରେ ଢାଳିବ ବର୍ଷା ! ଜାରି ହେଲା ୟେଲୋ ୱାର୍ଣ୍ଣିଂ

Weather Update: ଗୋଟିଏ ପଟେ ବାତ୍ୟାକୁ ନେଇ ସାଧାରଣ ଲୋକଙ୍କ ମନରେ ଛନକା ରହିଥିବା ସମୟରେ ପାଣିପାଗ ବିଭାଗ ପକ୍ଷରୁ କିଛି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଆଜି ଏବଂ ଆସନ୍ତାକାଲି ପାଇଁ ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି ଜିଲ୍ଲାକୁ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଆସନ୍ତା ୨୩, ୨୪ ଓ ୨୫ରେ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଉପକୂଳ ଓଡ଼ିଶା ସହ ଆଭ୍ୟନ୍ତରୀଣ ଓଡିଶାରେ ବର୍ଷା ହୋଇପାରେ ।

 

ଅନ୍ୟପଟେ, ବଜ୍ରପାତ ନେଇ ମଧ୍ୟ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । ଗଜପତି, ଗଞ୍ଜାମ, ନୟାଗଡ, ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, ଭଦ୍ରକ, ବାଲେଶ୍ୱର, ମୟୁରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡରେ ବଜ୍ରପାତ ହେବ ବୋଳି ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତି ଯେ, ୨୨ ତାରିଖ ବେଳକୁ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ହେବ। ଏହା ଉତ୍ତପ -ପଶ୍ଚିମ ଦିଗ ଆଡକୁ ଯାଇପାରେ।  ଏହା ଅଧିକ ଘନୀଭୂତ ହୋଇ ପାରେ।  କିନ୍ତୁ ଏହା ବାତ୍ୟା ସମ୍ଭାବନାକୁ ନେଇ କୌଣସି ପୂର୍ବାନୁମାନ ନାହିଁ। ୨୩ ଓ ୨୪ ତାରିଖ ବେଳକୁ ଉପକୂଳ ଓ ଆଭ୍ୟନ୍ତରୀଣ ଓଡି଼ଶାରେ ବର୍ଷା ହେବ ବୋଲି ସେ କହିଛନ୍ତି। ସେପଟେ, କିନ୍ତୁ ଜିଏଫ୍-ଏସ୍ ମଡେଲ୍ ସଦ୍ୟ ଆକଳନ ଅନୁସାରେ, ୨୪ ତାରିଖ ରେ ପାରାଦୀପରୁ ବାଲେଶ୍ବର ମଝିରେ  ଓଡି଼ଶା ଉପକୂଳର କୌଣସି ସ୍ଥାନରେ ବାତ୍ୟା ମାଡ଼ ହୋଇପାରେ।  ଲ୍ୟାଣ୍ତଫଲ୍ ସମୟରେ ବାତ୍ୟା କେନ୍ଦ୍ରସ୍ଥଳ ର ଚାପ ୯୪୪ ମିଲିବାର୍ ରହିବ। ଏହା ଅତିଭୀଷଣ ବାତ୍ୟା ରୂପ ନେଇପାରେ। ୨୫ ତାରିଖରେ ମଧ୍ୟ ଓଡି଼ଶାରେ ବାତ୍ୟାର ପ୍ରଭାବ ରହିବ। ବାତ୍ୟା ପ୍ରଭାବରେ ରାଜ୍ୟରୁ ୨୩ ତାରିଖରୁ ରାଜ୍ୟରେ ବର୍ଷା ଆରମ୍ଭ ହେବ ବୋଲି ସୂଚନା ମିଳିଛି। 

Also Read- PM Modi Russia Visit: ପୁଣି ଋଷ ଯିବେ ପ୍ରଧାନମନ୍ତ୍ରୀ ମୋଦୀ, ମିଳିଛି ପୁଟିନଙ୍କ ନିମନ୍ତ୍ରଣ

Also Read- Top 10 News: ଭରତପୁର ମାମଲାରେ ଚାଲିଛି ଖୋଳତାଡ଼ ଓ ବର୍ତ୍ତମାନର ୧୦ଟି ପ୍ରମୁଖ ଖବର...