Bangladesh Economic Crisis: ନୂଆଦିଲ୍ଲୀ: ଯାହା ପୂର୍ବରୁ ଆଶଙ୍କା କରାଯାଉଥିଲା, ତାହା ଏବେ ଘଟିବାକୁ ଯାଉଛି। ସମଗ୍ର ବିଶ୍ୱର ଅର୍ଥନୀତି (World Economy) ଏକ ପ୍ରକାର ଭୁଶୁଡ଼ିବାରେ ଲାଗିଛି। ଯାହା ଏବେ ସମସ୍ତଙ୍କ ପାଇଁ ଏକ ସତର୍କ ଘଣ୍ଟି। ଯଦି ବାତ୍ୟା ପଶ୍ଚିମବଙ୍ଗ (WestBengal) କି ଆନ୍ଧ୍ରପ୍ରଦେଶ (Andhrapradesh) ଦେଇ ପ୍ରବେଶ କରିବ, ତେବେ ଓଡ଼ିଶାର (Odisha) ଉପରେ କିଛି ତ ପ୍ରଭାବ ପକାଇବ ବା ନା ନାହିଁ।  ନିଶ୍ଚୟ ପକାଇବ। ସେହିପରି ଯେତେବେଳେ ପଡୋଶୀ ଦେଶ ଶ୍ରୀଲଙ୍କା (Srilanka), ପାକିସ୍ତାନ (Pakistan), ନେପାଳ (Nepal) କିମ୍ବା ବାଂଲାଦେଶର (Bangladesh) ଅର୍ଥନୀତି (Economic) ଭୁଶୁଡି ପଡିବ ଏହା ନିଶ୍ଚୟ ଭାରତ ଉପରେ ପ୍ରଭାବ ପକାଇବ। ଏଥିରେ ତିଳେ ହେଁ ସନ୍ଦେହ ନାହିଁ। ବର୍ତ୍ତମାନ ସ୍ଥିତିରେ ବାଂଲାଦେଶର (Bangladesh) ଆର୍ଥିକ ସ୍ଥିତି ଶ୍ରୀଲଙ୍କା ଭଳି ହେବାକୁ ଯାଉଛି। ଏହାର କାରଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ଚକିତ ହୋଇ ପଡିବେ।


COMMERCIAL BREAK
SCROLL TO CONTINUE READING

ଭାରତର ପଡୋଶୀ ରାଷ୍ଟ୍ର ଗୁଡ଼ିକ ଏବେ ଆର୍ଥିକ ସଂକଟ ଦେଇ ଗତି କରୁଛନ୍ତି। ଏହି ଆର୍ଥିକ ଦୁ୍ର୍ଦ୍ଦଶା ଘଟାଇବା ଥିବା ମୁଖ୍ୟ ଦେଶ ହେଉଛି ଚୀନ। ଚୀନର ଜାଲରେ ଯିଏ ପଡିଛି ତାହାର ଆର୍ଥିକ ପରିସ୍ଥତି ବରବାଦ  ହେବା ଏକ ପ୍ରକାର ସୁନିଶ୍ଚିତ। ଏହାକୁ ନଜରରେ ରଖି କିଛି ଦିନ ତଳେ ବାଂଲାଦେଶ ଚୀନରୁ ଆମଦାନୀ ( IMPORT FROM CHINA )ଉପରେ ବ୍ୟାନ ଲଗାଇ ଦେଇଛି। ଏଭଳି ଦୁର୍ଦଶା ଏବେ ଆମ ପଡ଼ୋଶୀ ରାଷ୍ଟ୍ର ବାଂଲାଦେଶରେ ହେବାକୁ  ଯାଉଛି। ଯେଉଁ ବାଂଲାଦେଶକୁ ଏହି ସ୍ଥିତିରେ ଅଧିକ ମଜବୁତ ଥିବା କଥା କୁହା ଯାଉଥିଲା, କିନ୍ତୁ ବର୍ତ୍ତମାନ ଏହା ଭୁଲ ସାବ୍ୟସ୍ତ ହେବାକୁ ଯାଉଛି । କାରଣ ବାଂଲାଦେଶର ସ୍ଥିତି ଶ୍ରୀଲଙ୍କା ଭଳି ହେବାକୁ ଯାଉଥିବା କଥା ଖୋଦ ବାଂଲାଦେଶ ଏକ ନିବେଦନରୁ  ଜଣାପଡିଛି, ତେବେ କଣ ରହିଛି ଏହି ନିବେଦନ ଆସନ୍ତୁ ଜାଣିବା... 


ଏକ ଆନ୍ତର୍ଜାତିକ ଗଣମାଧ୍ୟମ ସୂତ୍ରରୁ ଜଣାପଡିଛି ଯେ ବଙ୍ଗଳାଦେଶ ଆଇଏମଏଫକୁ ୪.୫ ଆରବ ଡଲାରମାନେ ଭାରତୀୟ ମୁଦ୍ରାରେ ୩୫୦୦୦ ଋଣ ନେବା ପାଇଁ ନିବେଦନ କରିଛି। କାରଣ ବର୍ମା ବାଂଲାଦେଶର ବିଦେଶୀ ମୁଦ୍ରା ଭଣ୍ଡାର କମି କମି ଯାଉଛି। ଫଳରେ ପେଟ୍ରୋଲ ଡିଜେଲ ଗ୍ୟାସ ଭଳି ଅତ୍ୟାବଶକୀୟ ଜିନିଷ କିଣିବାକୁ ଅସୁବିଧାର ସମ୍ମୁଖିନ ହେବାକୁ ପଡ଼ିଲାଣି। ଯଦି ଏହି ଭଳି ସ୍ଥିତି ଆଗକୁ ଜାରି ରହେ ତେବେ ଆଗକୁ ଶ୍ରୀଲଙ୍କା ଭଳି ପରିସ୍ଥିତି ହେବା ସୁନିଶ୍ଚିତ। ଏହିଭଳି ପରିସ୍ଥିତିକୁ ମୁକାବିଲା କରିବା ପାଇଁ ବାଂଲାଦେଶ ଆଗୁଆ ଆଇଏମଏଫକୁ ୠଣ ପାଇଁ ନିବେଦନ  କରିଥିବା ଜଣାପଡିଛି । କିନ୍ତୁ ବାଂଲାଦେଶକୁ ଋଣ ମିଳିବା ଏତେ ସହଜ ନୁହେଁ, କାରଣ ଏଥିରେ ରହିଛି ବଡ କେଁ...।


ଯେଉଁମାନେ ଚୀନ ଠାରୁ ଋଣ ନେଇଛନ୍ତି ସେମାନଙ୍କୁ ଆଇଏମଏଫ ଋଣ ଦେବାକୁ ମନା କରିପାରେ। ଉଦାହରଣ ସ୍ୱରୂପ ଆମ ପଡୋଶୀ ରାଷ୍ଟ୍ର ପାକିସ୍ତାନ। ତେଣୁ ଏହି ପରିସ୍ଥିତିରେ ଆଗକୁ ବାଂଲାଦେଶ କିପରି ମୁକାବିଲା କରିବା ଏହା ବାଂଲାଦେଶ ପାଇଁ ବଡ ଚାଲେଞ୍ଜ। ଅନ୍ୟପକ୍ଷରେ ଯଦି ବାଂଲାଦେଶର ପରିସ୍ଥିତି ଶ୍ରୀଲଙ୍କା ଭଳି ହୁଏ ତେବେ, ଆଗାମୀ ଦିନରେ ଏହା ଭାରତ ପାଇଁ ମଧ୍ୟ ବଡ ବିପଦ ସୃଷ୍ଟି କରିବ। କାରଣ ଏହି ସମୟରେ ବାଂଲାଦେଶରୁ ବେରୋଜଗାର ହୋଇ ଅନେକ ଲୋକ ଭାରତକୁ ଅନୁପ୍ରବେଶ କରିବେ। ଏଥିରେ କିଛି ସନ୍ଦେହ ନାହିଁ।