ନୂଆଦିଲ୍ଲୀ: ଆଉ କିଛିଦିନ ପରେ ଫେବ୍ରୁଆରୀ ମାସ ସରିଯିବ । ଯଦି ଆପଣଙ୍କ କାମ କିଛି ବ୍ୟାଙ୍କ ସହିତ ଜଡିତ ଅଛି ତେବେ ଜମା ବି ଡେରିକରନ୍ତୁନି । ଯଥାଶୀଘ୍ର ଆପଣଙ୍କ କାମ ସାରିଦିଅନ୍ତୁ । କାରଣ ମାର୍ଚ୍ଚ ମାସର କେଉଁ ଦିନ ଯଦି ଆପଣ ବ୍ୟାଙ୍କ ଯିବାକୁ ଚାହୁଁଛନ୍ତି ତେବେ ଥରେ କ୍ୟାଲେଣ୍ଡର ଉପରେ ନଜର ପକାଇଦିଅନ୍ତୁ । ତେବେ ଜାଣିରଖନ୍ତୁ ମାର୍ଚ୍ଚ ମାସରେ କେଉଁଦିନ ବ୍ୟାଙ୍କ ଖୋଲା ରହିବ ନାହିଁ।  ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (RBI) ର ଛୁଟିଦିନ କ୍ୟାଲେଣ୍ଡର ଅନୁଯାୟୀ ମାର୍ଚ୍ଚରେ ହୋଲି ଏବଂ ମହାଶିବରାତ୍ରୀଙ୍କ ସମେତ ମୋଟ ୧୧ ଦିନ ବ୍ୟାଙ୍କରେ ତାଲା ଝୁଲିବ ।


COMMERCIAL BREAK
SCROLL TO CONTINUE READING

ଆସନ୍ତା ମାସରେ ୫ ମାର୍ଚ୍ଚ, ୧୧ ମାର୍ଚ୍ଚ, ୨୨ ମାର୍ଚ୍ଚ, ୨୯ ମାର୍ଚ୍ଚ ଏବଂ ୩୦ ମାର୍ଚ୍ଚରେ ବ୍ୟାଙ୍କ ଛୁଟି ରହିବ । ଏହା ବ୍ୟତିତ ବ୍ୟାଙ୍କ (Bank) ଗୁଡିକ ସେହି ମାସରେ ଥିବା ୪ଟି ରବିବାର ଏବଂ ୨ ଟି ଶନିବାର ପାଇଁ ମଧ୍ୟ ବନ୍ଦ ରହିବ ଯାହାଫଳରେ ଗ୍ରାହକ ନିଜ କାମ ଚଳିତ ମାସରେ ସାରିଦେବା ଅତି ଜରୁରୀ । ଏହି ଛୁଟିପରେ ମଧ୍ୟ ବ୍ୟାଙ୍କ କର୍ମଚାରୀ ମାନେ ୯ ସଂଗଠନ ସହ ସାର୍ବଜୈନିକ କ୍ଷେତ୍ର ଅନୁସାରେ, ବ୍ୟାଙ୍କର ପ୍ରସ୍ତାବିତ ଘରୋଇକରଣ କୁ ବିରୋଧ କରି ୧୫ ମାର୍ଚ୍ଚରୁ ୨ ଦିନ ବ୍ୟାଙ୍କ ବନ୍ଦ ରହିବା ସୂଚନା ରହିଛି । ସୂଚନାନୁଯାୟୀ, ଅର୍ଥମନ୍ତ୍ରୀ  (Finance Minister) ନିର୍ମଳା ସୀତାରମଣ (Nirmala Sitharaman) ବଜେଟ ଅଭିଭାଷଣରେ ବ୍ୟାଙ୍କ ଗୁଡି଼କର ଘରୋଇକରଣ (Privatization) କରିବା ନେଇ ଘୋଷଣା କରିଛନ୍ତି । ଏହାକୁ ବିରୋଧ କରି ବ୍ୟାଙ୍କ ୟୁନିୟନ ସଂଗଠନ ଧାରଣା ଦେବାକୁ ଘୋଷଣା କରିଛି ।


Also Read:  'Tractor ଉପରେ ବସି Actor ହେବାକୁ ଚାହୁଁଛନ୍ତି Rahul Gandhi'


ମାର୍ଚ୍ଚ ମାସର ଆରମ୍ଭ ଓ ଆର୍ଥିକ ବର୍ଷ ୨୦୨୧-୨୨ ମଧ୍ୟ ଆରମ୍ଭ ହୋଇଯିବ । ଆଉ ଏହି ସମୟରେ ୧୧ ଦିନ ବ୍ୟାଙ୍କ ବନ୍ଦ ରହିଲେ ମଧ୍ୟ ନେଟ ବ୍ୟାଙ୍କିଂ ଦ୍ୱାରା ଆପଣ ନିଜ ନିଜ କାମ ମଧ୍ୟ କରିପାରିବେ । RBI ର କହିବାନୁସାରେ,  ରାଜ୍ୟରେ ବ୍ୟାଙ୍କର ଛୁଟିଦିନ ଅଲଗା ଅଲଗା ପଡ଼ିପାରେ । ତେଣୁ ବ୍ୟାଙ୍କ ସହ ଜଡ଼ିତ ସମସ୍ତ କାମ ଚଳିତ ମାସ ସାରିଦେବାକୁ କହିଛି ଆରବିଆଇ ।