'Tractor ଉପରେ ବସି Actor ହେବାକୁ ଚାହୁଁଛନ୍ତି Rahul Gandhi'
Advertisement

'Tractor ଉପରେ ବସି Actor ହେବାକୁ ଚାହୁଁଛନ୍ତି Rahul Gandhi'

କେନ୍ଦ୍ରୀୟ କୃଷି ଆଇନ ବିରୁଦ୍ଧରେ ଫେବୃରୀ ୨୨ ତାରିଖ ସୋମବାର ନିଜ ସଂସଦୀୟ କ୍ଷେତ୍ର ୱାୟନାଡ ଠାରେ ଟ୍ରାକ୍ଟର ରାଲିର ଆୟୋଜନ କରିଥିଲେ ସ୍ଥାନୀୟ ସାଂସଦ ରାହୁଲ ଗାନ୍ଧୀ । 

'Tractor ଉପରେ ବସି Actor ହେବାକୁ ଚାହୁଁଛନ୍ତି Rahul Gandhi'

ନୂଆଦିଲ୍ଲୀ: କେନ୍ଦ୍ରୀୟ କୃଷି ଆଇନ ୨୦୨୦ ବିରୁଦ୍ଧରେ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ ସୀମାରେ ପାଖାପାଖି ୩ ମାସ ଧରି ଆନ୍ଦୋଳନ ଚଳାଇଛନ୍ତି ବିଭିନ୍ନ କୃଷକ ସଙ୍ଗଠନ। ଏହି ଆନ୍ଦୋଳନକୁ ସମର୍ଥନ ଜଣାଇଛନ୍ତି ବିଭିନ୍ନ ବିରୋଧି ଦଳ। ଚାଷୀ ଆନ୍ଦୋଳନ ପ୍ରସଙ୍ଗକୁ ନେଇ ମୁହାଁମୁହଁ ହୋଇଛନ୍ତି ଶାସକ ବିଜେପି ଏବଂ ବିରୋଧି କଂଗ୍ରେସ। 

କେନ୍ଦ୍ରୀୟ କୃଷି ଆଇନରେ (Farm Act 2020) କେଉଁଠି ଅଭାବ ରହିଛି ତାହା କଂଗ୍ରେସ କହୁ ବୋଲି ଦଳୀୟ ନେତା ରାହୁଲ ଗାନ୍ଧୀଙ୍କୁ ଆହ୍ୱାନ ଦେଇଥିଲେ କେନ୍ଦ୍ର ଅର୍ଥମନ୍ତ୍ରୀ (Union Finance Minister) ନିର୍ମଳା ସୀତାରମଣ (Nirmala Sitaraman)। ଆଉ ଏବେ ଏ ପ୍ରସଙ୍ଗରେ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ (Union Parliamentary Affairs Minister) ପ୍ରହ୍ଲାଦ ଯୋଶୀ (Prahlad Joshi) ରାହୁଲ ଗାନ୍ଧୀଙ୍କ ଉଦ୍ଦେଶ୍ୟରେ ତେରଛା ବାଣ ମାରିଛନ୍ତି। 

Also Read: 'କୃଷି ଆଇନରେ କେଉଁଠି ଅଭାବ ରହିଛି ତାହା କଂଗ୍ରେସ କହୁ'

ଏନେଇ କେନ୍ଦ୍ରମନ୍ତ୍ରୀ ଯୋଶୀ କହିଛନ୍ତି, "କୃଷି ଆଇନ ମାମଲାରେ ରାହୁଲ ଗାନ୍ଧୀ ଟ୍ରାକ୍ଟର ଉପରେ ବସି ଅଭିନେତା ହେବାକୁ ଚେଷ୍ଟା କରୁଛନ୍ତି (Rahul Gandhi is trying to become an Actor by sitting on a Tractor)। " 

କେନ୍ଦ୍ରୀୟ କୃଷି ଆଇନ ବିରୁଦ୍ଧରେ ଫେବୃରୀ ୨୨ ତାରିଖ ସୋମବାର ନିଜ ସଂସଦୀୟ କ୍ଷେତ୍ର ୱାୟନାଡ (Waynad Loksabha) ଠାରେ ଟ୍ରାକ୍ଟର ରାଲିର ଆୟୋଜନ କରିଥିଲେ ସ୍ଥାନୀୟ ସାଂସଦ ରାହୁଲ ଗାନ୍ଧୀ (Rahul Gandhi)। ତାଙ୍କୁ ଜବାବ ଦେବାକୁ ଯାଉ ଉପରୋକ୍ତ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର ସଂସଦୀୟ ବ୍ୟାପର ମନ୍ତ୍ରୀ।   

Also Read: ରାଜନୀତି ପାଇଁ ବଳି ଚଢିଗଲା ଚାଷୀଙ୍କ ଦାବି

 କେନ୍ଦ୍ରମନ୍ତ୍ରୀ ଯୋଶୀ କହିଛନ୍ତି ଯଦି କେରଳ ୱାୟନାଡ ଲୋକସଭା ଆସନରୁ ପ୍ରତିନିଧିତ୍ୱ କରୁଥିବା ରାହୁଲ ଗାନ୍ଧୀ ଯଦି କୃଷି ଉତ୍ପାଦନ ମାର୍କେଟିଂ କମିଟି-ଏପିଏମସି (Agricultural Produce Market Committee-APMC) ସପକ୍ଷରେ ଅଛନ୍ତି ତାହେଲେ ସେହି ରାଜ୍ୟରେ ଏପିଏମସି ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ନେଇ କାହିଁକି ମୁହଁ ଖୋଲୁନାହାଁନ୍ତି। ପଞ୍ଜାବରେ କ୍ଷମତାସୀନ କଂଗ୍ରେସ ସରକାର ଏପରି ଏକ ଆଇନ ଆଣିଛନ୍ତି ଯେଉଁଥିରେ ଚୁକ୍ତିନାମା ଭଙ୍ଗ କରିଥିବା ଚାଷୀଙ୍କୁ ଜେଲକୁ ପଠାଇବାର ବ୍ୟବସ୍ଥା ରହିଛି।  

Also Read: କୃଷକ ଆନ୍ଦୋଳନକୁ ନେଇ ଆସିଲା କୃଷିମନ୍ତ୍ରୀଙ୍କ ପ୍ରତିକ୍ରିୟା

ରାହୁଲ ଗାନ୍ଧୀ ନିଜ ସଂସଦୀୟ କ୍ଷେତ୍ର ୱାୟାନାଡ ଠାରେ ଏକ ଟ୍ରାକ୍ଟର ରାଲି କରି କେନ୍ଦ୍ରୀୟ କୃଷି ଆଇନ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ (PM Modi) ଟାର୍ଗେଟ କରିବା ସହ ତାଙ୍କର ନୀରବତା ଉପରେ ପ୍ରଶ୍ନ ଉଠାଇଥିଲେ। ଏହି ରାଲିରେ ସେ କହିଥିଲେ କୃଷକଙ୍କ ସମସ୍ୟାକୁ ନେଇ ପପ୍ ଗାୟିକା ସ୍ୱର ଉଠାଇଛନ୍ତି। ହେଲେ ଭାରତ ସରକାରଙ୍କ ଏ ମାମଲାରେ ଆଗ୍ରହ ନାହିଁ। ଯେପର୍ଯ୍ୟନ୍ତ ସରକାର ଉପରେ ଦାବି ପୂରଣ କରିବା ଲାଗି ଚାପ ନ ପକାଯାଇଛି ସେ ପର୍ଯ୍ୟନ୍ତ ସେହି ୩ କୃଷି ଆଇନ ପ୍ରତ୍ୟାହାର ହେବ ନାହିଁ।

Also Read: କୃଷକ ଆନ୍ଦୋଳନ: ୧୩ ଦିନରେ ବାହାରିଲାନି ନିଷ୍କର୍ସ, ଡିସେମ୍ବର ୧୪ରେ ଦେଶବ୍ୟାପୀ ଆନ୍ଦୋଳନ

କଂଗ୍ରେସ ସାଂସଦ (Congress MP) କହିଛନ୍ତି ଚାଷୀଙ୍କୁ ବର୍ବାଦ କରିବାକୁ ୩ଟି ନୂଆ କୃଷି ଆଇନ ଆଣିଛନ୍ତି କେନ୍ଦ୍ର ସରକାର। ସେ ଅଭିଯୋଗ କରିଛନ୍ତି କିଛି ଲୋକ ଏହା ଉପରେ ନିଜର କର୍ତ୍ତୃତ୍ୱ ରଖିବାକୁ ଚେଷ୍ଟା କରୁଛନ୍ତି। କୃଷି ଆଇନ ପ୍ରତ୍ୟାହାର କରିବାକୁ ସରକାରଙ୍କ ଉପରେ ଚାପ ପକାଇବାକୁ ରାହୁଲ ଗାନ୍ଧୀ ଲୋକଙ୍କୁ ନିବେଦନ କରିଛନ୍ତି। ରାହୁଲ ଗାନ୍ଧୀ କ୍ରମାଗତ ଭାବେ କେନ୍ଦ୍ରୀୟ କୃଷି  ଆଇନ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିବା ଜାରି ରଖିଛନ୍ତି।