Major Accident: ଡେରାଡୁନ: ପାର୍ବଣରେ ସମଗ୍ର ଦେଶ ବେଶ ଉତ୍ସବମୁଖର ରହିଥିବା ବେଳେ ଉତ୍ତରାଖଣ୍ଡରୁ ଏକ ହୃଦୟସ୍ପର୍ଷୀ ଘଟଣା ସାମ୍ନାକୁ ଆସିଛି। ଉତ୍ତରାଖଣ୍ଡର ଏକ ବଡ଼ ଧରଣର ଅଘଟଣ ଘଟିଥିବା ଖବର ସାମ୍ନାକୁ ଆସିଛି। ୪୫ ରୁ ୫୦ ଜଣ ବରଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବସ ଘାଟିରେ ଓଲଟି ପଡ଼ିବାରୁ ଅନ୍ୟୁନ ୩୦ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି। ଏହି ସୂଚନା ପାଇବା ପରେ ସ୍ଥାନୀୟ ପ୍ରଶାସନ, ପୋଲିସ ପ୍ରଶାସନ ଓ ସ୍ଥାନୀୟ ବାସିନ୍ଦାଙ୍କ ସହାୟତାରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। 


COMMERCIAL BREAK
SCROLL TO CONTINUE READING

ମିଳିଥିବା ସୂଚନା ଅନୁଯାୟୀ, ବରଯାତ୍ରୀରେ ଭର୍ତ୍ତି ଏକ ବସ୍ ଲାଲଦାଙ୍ଗରୁ କାଡ୍ଡାତଲ୍ଲା ଅଭିମୁଖେ ଯାଉଥିଲା। ତା’ପରେ ରାସ୍ତାରେ, ବିରୋଖଲର ସିଏମଡି ବୁଲାଣି ନିକଟରେ ଅନିୟନ୍ତ୍ରିତ ଭାବରେ ଘାଟିରେ ଖସି ପଡ଼ିଥିଲା। ଏହି ବସ୍‌ରେ ୪୦ ରୁ ୫୦ ଜଣ ବରଯାତ୍ରୀ ରହିଥିବା ନେଇ ସୂଚନା ରହିଛି।  ତେବେ ଶେଷ ଖବର ଲେଖାଯିବା ପର୍ଯ୍ୟନ୍ତ ୬ ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି। 


ଏହି ଦୁର୍ଘଟଣାରେ ମୃତାହତଙ୍କ ସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ରହିଛି। ବର୍ତ୍ତମାନ ସ୍ଥାନୀୟ ବାସିନ୍ଦା ତଥା ପ୍ରଶାସନ ମୃତାହତଙ୍କୁ ଖୋଜିବା କାର୍ଯ୍ୟରେ ନିୟୋଜିତ ରହିଛନ୍ତି। ତେବେ ଘନ ଅନ୍ଧକାର ହେତୁ ଉଦ୍ଧାର କାର୍ଯ୍ୟରେ ଏକ ସମସ୍ୟା ଦେଖାଦେଇଛି। ପୌଡି ଗରୱାଲ ଜିଲ୍ଲାର ଏହି ଭୟଙ୍କର ବସ୍ ଦୁର୍ଘଟଣାର ଖବର ପାଇବା ପରେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ରାଜ୍ୟ ବିପର୍ଯ୍ୟୟ ପରିଚାଳନା କେନ୍ଦ୍ରରେ ପହଞ୍ଚିଥିଲେ। ସେ ଗଣମାଧ୍ୟମକୁ କହିଛନ୍ତି ଯେ 'ଟିମ୍ ବିପର୍ଯ୍ୟୟ ମୁକାବିଲା ଫୋର୍ସ (SDRF) ଦୁର୍ଘଟଣାସ୍ଥଳରେ ରିଲିଫ ଓ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି। ଦୁର୍ଘଟଣା ସ୍ଥଳରେ ସମସ୍ତ ସୁବିଧା ଆଣିବାକୁ ଆମେ ଯଥାସମ୍ଭବ ଚେଷ୍ଟା କରୁଛୁ। ଉଦ୍ଧାର କାର୍ଯ୍ୟରେ ସ୍ଥାନୀୟ ଗ୍ରାମବାସୀ ମଧ୍ୟ ସାହାଯ୍ୟ କରୁଛନ୍ତି।