Bharat Jodo Nyay Yatra: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ 'ଭାରତ ଯୋଡୋ ନ୍ୟା ଯାତ୍ରା' ରବିବାର ଅର୍ଥାତ୍ ଆଜିଠାରୁ ଆରମ୍ଭ ହେବାକୁ ଯାଉଛି। ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଏହି ଯାତ୍ରା ଇମ୍ଫାଲରୁ ଆରମ୍ଭ ହୋଇ ମାର୍ଚ୍ଚ ୨୦ରେ ମୁମ୍ବାଇରେ ଶେଷ ହେବ। ଏହି ଯାତ୍ରା ପାଇଁ ପ୍ରସ୍ତୁତି ଇମ୍ଫାଲରେ ଶେଷ ହୋଇଛି। ଏହି ଯାତ୍ରା ଥୋବାଲ ଜିଲ୍ଲାର ଖାଙ୍ଗଜୋମରୁ ଆରମ୍ଭ ହେବ । ଦୀର୍ଘ ୬୬ ଦିନ ଧରି ଚାଲିଥିବା ଏହି ଭାରତ ଯୋଡୋ ନ୍ୟାୟ ଯାତ୍ରା ଦେଶର ୧୫ ଟି ରାଜ୍ୟ ଦେଇ ଗତି କରିବ । ଏହି ଯାତ୍ରା ପାଦରେ ଏବଂ ବସ୍ ଦ୍ୱାରା କରାଯିବ। ଏହି ସମୟରେ ରାହୁଲ ଗାନ୍ଧୀ ବିଭିନ୍ନ ସ୍ଥାନରେ ଅଟକି ରହି ସ୍ଥାନୀୟ ଲୋକଙ୍କ ସହ ଯୋଗାଯୋଗ କରିବେ ଏବଂ ସାଧାରଣ ସଭାକୁ ସମ୍ବୋଧିତ କରିବେ। ୬୭ ତମ ଦିନ ଯାତ୍ରା ଶେଷ ହେବା ପରେ ରାହୁଲ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିବେ ବୋଲି ସୂଚନା ରହିଛି।


COMMERCIAL BREAK
SCROLL TO CONTINUE READING

ଖାଙ୍ଗଜୋମ ଯୁଦ୍ଧ ମେମୋରିଆଲ ହେଉଛି ଏକ ଐତିହାସିକ ସ୍ମାରକ, ଯାହା ୨୦୧୬ ମସିହାରେ ଭାରତର ତତ୍କାଳୀନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଦ୍ୱାରା କଂଗ୍ରେସ ସରକାରଙ୍କ ସମୟରେ ଉଦଘାଟିତ ହୋଇଥିଲା। ଏହା ୧୮୯୧ ମସିହାରେ ଅନ୍ତିମ ଆଙ୍ଗ୍ଲୋ-ମଣିପୁର ଯୁଦ୍ଧର ସହିଦମାନଙ୍କ ସ୍ମୃତିରେ ନିର୍ମିତ। କଂଗ୍ରେସ ଅନୁଯାୟୀ ରାହୁଲ ଗାନ୍ଧୀ (Rahul Gandhi)  ରବିବାର ସକାଳ ୧୧ ଟାରେ ଇମ୍ଫାଲରେ ପହଞ୍ଚି ଖୋଙ୍ଗଜୋମ ଯୁଦ୍ଧ ମେମୋରିଆଲ ପରିଦର୍ଶନ କରିବେ। ଏହା ପରେ ଯାତ୍ରା ପୂର୍ବରୁ ଥୋବାଲରେ ଏକ ସଭା ହେବ । ତେବେ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଆରମ୍ଭ ହେବାକୁ ଯାଉଥିବା ଏହି ଦ୍ୱିତୀୟ ଯାତ୍ରାରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିବେ।


ଏହି ଗସ୍ତ ସମୟରେ INDIA ଗଠବନ୍ଧନର ଅନେକ ନେତା ମଧ୍ୟ ଅଂଶଗ୍ରହଣ କରିବାର ସମ୍ଭାବନା ରହିଛି । କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ (Mallikarjun Kharge) ସମସ୍ତ ବିରୋଧୀ ଦଳର ସଭାପତିଙ୍କୁ ଏହି ଯାତ୍ରାରେ ଭାଗ ନେବାକୁ ନିମନ୍ତ୍ରଣ ପଠାଇଛନ୍ତି। ଏହା ବ୍ୟତୀତ ଅନ୍ୟାନ୍ୟ ସେଲିବ୍ରିଟି ମଧ୍ୟ ଏହି ଯାତ୍ରାରେ ଅଂଶଗ୍ରହଣ କରିବା ନେଇ ସୂଚନା ରହିଛି। ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଭାରତ ଯୋଡୋ ନ୍ୟାୟ ଯାତ୍ରା ଦେଶର ୧୫ ଟି ରାଜ୍ୟ ଦେଇ ଯିବ। ଏହି ଯାତ୍ରାରେ ୧୧୦ ଟି ଜିଲ୍ଲା, ୧୦୦ ଟି ଲୋକସଭା ଆସନ ଏବଂ ୩୩୭ ଟି ବିଧାନସଭା ଆସନ ରହିବ। ଏହି ଅବଧି ମଧ୍ୟରେ, ଏହି ଯାତ୍ରା ୬ ହଜାର ୭୧୩ କିଲୋମିଟର ଦୂରତା ଅତିକ୍ରମ କରିବ । ଏହି ଯାତ୍ରା ମଣିପୁର, ନାଗାଲାଣ୍ଡ, ଆସାମ, ମେଘାଳୟ, ଅରୁଣାଚଳ ପ୍ରଦେଶ, ପଶ୍ଚିମବଙ୍ଗ, ବିହାର, ଝାଡଖଣ୍ଡ, ଓଡି଼ଶା, ଉତ୍ତରପ୍ରଦେଶ, ଛତିଶଗଡ, ରାଜସ୍ଥାନ, ଗୁଜୁରାଟ ଦେଇ ମହାରାଷ୍ଟ୍ର ହୋଇ ମୁମ୍ବାଇରେ ପହଞ୍ଚିବ। ୬୬ ଦିନର ଯାତ୍ରା ଏଠାରେ ଶେଷ ହେବ । 


ଏଠାରେ କହିରଖୁଛୁ ଯେ, ଭାରତ ଯୋଡୋ ଯାତ୍ରାର (Bharat Jodo Yatra) ପ୍ରଥମ ପର୍ଯ୍ୟାୟ ତାମିଲନାଡୁର କନ୍ୟାକୁମାରୀରୁ ୭ ସେପ୍ଟେମ୍ବର ୨୦୨୨ ରେ ଆରମ୍ଭ ହୋଇ ଜାନୁଆରୀ ୨୦୨୩ରେ ଶ୍ରୀନଗର, ଜାମ୍ମୁ କାଶ୍ମୀରରେ ଶେଷ ହୋଇଥିଲା। ଏହି ସମୟ ମଧ୍ୟରେ ରାହୁଲ ଗାନ୍ଧୀ ପ୍ରାୟ ୪ ହଜାର ୦୮୦ କିଲୋମିଟର ଦୂରତା ଅତିକ୍ରମ କରିଥିଲେ। ଏହି ରାଲି ୧୨୬ ଦିନ ମଧ୍ୟରେ ୧୨ ଟି ରାଜ୍ୟର ୭୫ଟି ଜିଲ୍ଲା ଦେଇ ଗତି କରିଥିଲା। ଆଜି ପର୍ଯ୍ୟନ୍ତ ଏହା ହେଉଛି ଭାରତର ଦୀର୍ଘତମ ପଦଯାତ୍ରା। ଭାରତ ଯୋଡୋ ଯାତ୍ରାର ସମାପ୍ତି ପରେ ରାହୁଲ ଗାନ୍ଧୀ ଅନେକ ଥର ତାଙ୍କ ଅନୁଭୂତି ବାଣ୍ଟିଛନ୍ତି। 


Also Read: Makar Sankranti 2024: ସଂକ୍ରାନ୍ତିରେ ରାଶି ଅନୁସାରେ କରନ୍ତୁ ଦାନ, ଭାଗ୍ୟ ଫିଟିବା ସହ ମିଳିବ ଶୁଭ ଫଳ