ଭବାନୀପୁରରେ ମମତାଙ୍କ ଭାଗ୍ୟ ପରୀକ୍ଷା!
ସୂଚନାଯୋଗ୍ୟ, ଭବାନୀପୁର ସମେତ ପଶ୍ଚିମବଙ୍ଗର ତିନୋଟି ଆସନରେ ଉପ-ନିର୍ବାଚନ ଅନୁଷ୍ଠିତ ହେଉଛି ।
ନୂଆଦିଲ୍ଲୀ: Bhawanipur By Election Updates: ପଶ୍ଚିମବଙ୍ଗର ଭବାନୀପୁର ଆସନରେ ଉପ-ନିର୍ବାଚନ ପାଇଁ ମତଦାନ ଜାରି ରହିଛି । ଏହି ନିର୍ବାଚନ ମମତା ବାନାର୍ଜୀ (Mamata Banerjee) ଙ୍କ ପାଇଁ ସର୍ବାଧିକ ଗୁରୁତ୍ୱ ରଖିଥାଏ । ଏହି ଉପ-ନିର୍ବାଚନର ଫଳାଫଳ ସ୍ଥିର କରିବ ଯେ ମମତା ବାନାର୍ଜୀ ସିଏମ୍ ଗାଦିରେ ରହିବେ ନା ତାଙ୍କୁ ଇସ୍ତଫା ଦେବାକୁ ପଡିବ । ମମତା ବାନାର୍ଜୀ (Mamata Banerjee) ଙ୍କ ପାଇଁ ଏଠାରେ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ହେଉଛି ବିଜେପି (BJP) ର ପ୍ରାର୍ଥୀ ପ୍ରିୟଙ୍କା ତିବ୍ରେୱାଲ (Priyanka Tibrewal) ।
ଏହି ଉପ-ନିର୍ବାଚନ ନା କେବଳ ପଶ୍ଚିମବଙ୍ଗର ରାଜନୀତିର ଭବିଷ୍ୟତକୁ ସ୍ଥିର କରିବ, ବରଂ ଏହା ୨୦୨୪ରେ ହେବାକୁ ଥିବା ସାଧାରଣ ନିର୍ବାଚନରେ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରେ । ପ୍ରକୃତରେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ମମତା ବାନାର୍ଜୀଙ୍କ ଦଳ ଏକ ବଡ଼ ବିଜୟ ହାସଲ କରିଥିଲା କିନ୍ତୁ ସେ ନିଜେ ନନ୍ଦିଗ୍ରାମ ଆସନରୁ ଶୁଭେନ୍ଧୁ ଅଧିକାରୀଙ୍କୁ ଠାରୁ ହାରି ଯାଇଥିଲେ । ଏହା ସତ୍ତ୍ୱେ ସେ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ । ବର୍ତ୍ତମାନ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦରେ ରହିବା ପାଇଁ ଏହି ଉପ ନିର୍ବାଚନ ଜିତିବା ଆବଶ୍ୟକ ।
ସୂଚନାଯୋଗ୍ୟ, ଭବାନୀପୁର ସମେତ ପଶ୍ଚିମବଙ୍ଗର ତିନୋଟି ଆସନରେ ଉପ-ନିର୍ବାଚନ ଅନୁଷ୍ଠିତ ହେଉଛି । ମୁର୍ଶିଦାବାଦ ଜିଲ୍ଲାର ସାମସରଗଞ୍ଜ ଓ ଜାଙ୍ଗିପୁର ଆସନରେ ମଧ୍ୟ ମତଦାନ ଜାରି ରହିଛି । ଭବାନୀପୁର ସିଟରେ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଏଠାରେ ୯୭ଟି ମତଦାନ ବୁଥ ସ୍ଥାପନ କରାଯାଇଛି ଓ ୧୫ଟି କେନ୍ଦ୍ରୀୟ ବାହିନୀର କମ୍ପାନୀ ମୁତୟନ ହୋଇଛନ୍ତି । ଆହୁରି ମଧ୍ୟ ବୁଥର ୨୦୦ ମିଟର ମଧ୍ୟରେ ଧାରା ୧୪୪ ଲାଗୁ କରାଯାଇଛି ।
ପଶ୍ଚିମବଙ୍ଗର ସମସରଗଞ୍ଜ, ଜାଙ୍ଗିପୁର ଏବଂ ଭବାନୀପୁର ଉପ-ନିର୍ବାଚନରେ ଯଥାକ୍ରମେ ଅପରାହ୍ନ 1 ଟା ପର୍ଯ୍ୟନ୍ତ ୫୭.୧୫ ପ୍ରତିଶତ, ୫୩.୭୮ ପ୍ରତିଶତ ଏବଂ ୩୫.୭ ପ୍ରତିଶତ ମତଦାନ ହୋଇଛି । ସେପଟେ ବୋମା ଫିଙ୍ଗିବା ମାମଲାରେ ଟିଏମସି ନେତା ଅନାରୁଲ ହକଙ୍କୁ ଗିରଫ କରାଯାଇଛି ।
ଅଧିକ ପଢ଼ନ୍ତୁ:-କ୍ୟାପଟେନଙ୍କ ବଡ଼ ବୟାନ, କହିଲେ- ମୁଁ ଆଉ କଂଗ୍ରେସରେ ରହିବି ନାହିଁ
ଅଧିକ ପଢ଼ନ୍ତୁ:-ପେନସନ ନିୟମ ବଦଳାଇଲେ ମୋଦି ସରକାର! ବର୍ତ୍ତମାନ ଏତିକି ମିଳିବ ମାସିକ ପେନସନ; ଜାଣନ୍ତୁ ନୂଆ ନିୟମ
ଅଧିକ ପଢ଼ନ୍ତୁ:-ଏଣିକି ଋଷ ସହ ହାତ ମିଳାଇ ଆଫଗାନିସ୍ତାନରେ ଆମେରିକା କରିବ ପ୍ରହାର; ଏହିପରି ଆତଙ୍କୀଙ୍କ ହେବ ବିନାଶ