ବାଇଡେନ ସରକାର କହିଲା ତା` ପାଇଁ ଭାରତ କାହିଁକି ଏତେ ଖାସ୍
ନେଡ ଏହା ମଧ୍ୟ କହିଛନ୍ତି ଯେ ଆମେରିକାର ବୈଦେଶିକ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କେନ୍ ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କ ସହ କଥା ହୋଇଛନ୍ତି ।
ନୂଆଦିଲ୍ଲୀ: ଆମେରିକାର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ନେଡ ପ୍ରାଇସ (US Foreign Ministry spokesman Ned Price) କହିଛନ୍ତି ଯେ ଭାରତ-ପ୍ରଶାନ୍ତ ମହାସାଗର କ୍ଷେତ୍ର (Indo-Pacific region) ରେ ଭାରତ ଆମେରିକାର ଏକ ଗୁରୁତ୍ୱପୂର୍ଣ୍ଣ ସହଯୋଗୀ ଅଟେ । ଅଗ୍ରଣୀ ବିଶ୍ୱ ଶକ୍ତି ଭାବରେ ଭାରତର ଆବିର୍ଭାବ ଓ ଏହି କ୍ଷେତ୍ରରେ ସୁରକ୍ଷା ପ୍ରଦାନ କରୁଥିବା ଦେଶ ଭାବରେ ଆମେ ସ୍ୱାଗତ କରୁଛୁ ।
ଅଧିକ ପଢ଼ନ୍ତୁ:-ପେନସନ୍ ସମ୍ବନ୍ଧୀୟ ଏହି ନିୟମକୁ ବଦଳାଇଲେ ସରକାର, କର୍ମଚାରୀଙ୍କ ପରେ ପରିବାରକୁ ମିଳିବ ବଡ଼ ରିହାତି
ନେଡ ଏହା ମଧ୍ୟ କହିଛନ୍ତି ଯେ ଆମେରିକାର ବୈଦେଶିକ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କେନ୍ ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କ ସହ କଥା ହୋଇଛନ୍ତି । ଗତ ୧୪ ଦିନ ମଧ୍ୟରେ ଦୁଇ ମନ୍ତ୍ରୀଙ୍କ ମଧ୍ୟରେ ଏହା ହେଉଛି ଦ୍ୱିତୀୟ ବାର୍ତ୍ତାଳାପ । ଫୋନରେ କଥାବାର୍ତ୍ତା କରି ଦୁଇ ନେତା ଆମେରିକା-ଭାରତ ସହଭାଗୀତାର ଶକ୍ତିକୁ ଦୋହରାଇଛନ୍ତି ଏବଂ ମିଆଁମାରର ସାମ୍ପ୍ରତିକ ପରିସ୍ଥିତି ସମେତ ପାରସ୍ପରିକ ବିଷୟ ଉପରେ ଆଲୋଚନା କରିଛନ୍ତି ।
ଅଧିକ ପଢ଼ନ୍ତୁ:-LPG ଉପରେ ମିଳୁଥିବା ସବସିଡି ହେବ ବନ୍ଦ! ଜାଣନ୍ତୁ ଏପରି କ'ଣ କରିଛନ୍ତି ମୋଦି ସରକାର
ମିଆଁମାରରେ ହୋଇଥିବା କ୍ଷମତା ପରିବର୍ତ୍ତନ ଓ ଗଣତାନ୍ତ୍ରିକ ପ୍ରକ୍ରିୟାର ଅଣଦେଖାକୁ ନେଇ ବ୍ଲିଙ୍କେନ୍ ଉଦ୍ବେଗ ପ୍ରକାଶ କରିଛନ୍ତି । ଫେବୃଆରୀ ୧ରେ ମିଆଁମାରର ସେନା ଦେଶର ସର୍ବୋଚ୍ଚ ନେତା ଅଙ୍ଗ ସାନ ସୁ କିଙ୍କ ସମେତ ତାଙ୍କ ସରକାରର ବରିଷ୍ଠ ନେତାମାନଙ୍କୁ ଗିରଫ କରି କ୍ଷମତା ଦଖଲ କରିନେଇଥିଲେ ।
ଉଭୟ ଦେଶର ନେତାମାନେ ମଧ୍ୟ ଭାରତ-ପ୍ରଶାନ୍ତ ମହାସାଗରରେ ଭାରତ-ଆମେରିକା ସହଯୋଗର ଗୁରୁତ୍ୱ ସହିତ ଆଞ୍ଚଳିକ ବିକାଶ ଉପରେ ଆଲୋଚନା କରିଥିଲେ । ପ୍ରାଇସ୍ କହିଛନ୍ତି, ଉଭୟ ଦେଶ କ୍ୱାର୍ଡ ଓ ଅନ୍ୟାନ୍ୟ ଉପାୟରେ ଆଞ୍ଚଳିକ ସହଯୋଗ ବୃଦ୍ଧି କରିବାକୁ ଜୋର ଦେଇଛନ୍ତି । କୋଭିଡ-19 ଓ ଜଳବାୟୁ ପରିବର୍ତ୍ତନ ପରି ଆହ୍ୱାନର ସମାଧାନ ପାଇଁ ପ୍ରତିବଦ୍ଧତା ମଧ୍ୟ ପ୍ରକାଶ କରିଛି ।
ଅଧିକ ପଢ଼ନ୍ତୁ:-ଏହି ମାସରେ ମିଳିବ ମହଙ୍ଗା ଭତ୍ତା! କେନ୍ଦ୍ର କର୍ମଚାରୀଙ୍କ ବଢ଼ିବ ଦରମା
ଏକ ପ୍ରଶ୍ନର ଉତ୍ତରରେ ପ୍ରାଇସ କହିଛନ୍ତି ଯେ, ''ଭାରତ-ଆମେରିକାର ବିଶ୍ୱସ୍ତରୀୟ ସାମରକିକ ଭାଗିଦାରୀ କେବଳ ବ୍ୟାପକ ନୁହେଁ ବରଂ ବହୁମୁଖୀ ମଧ୍ୟ ଅଟେ । ଆମେ ଅନେକ ଦିଗରେ ଉଚ୍ଚ ସ୍ତରୀୟ ସହଯୋଗକୁ ଆଗକୁ ବଢ଼ାଇବା । ଆମେ ନିଶ୍ଚିତ ଯେ ଆଗାମୀ ସମୟରେ ଆମର ସହଭାଗୀତା ଓ ସମ୍ପର୍କ ଗଭୀର ହେବ ।'' ନେଡ୍ ପ୍ରାଇସ୍ ଏହା ମଧ୍ୟ କହିଛନ୍ତି ଯେ ଭାରତ ଆମେରିକାର ସର୍ବବୃହତ ବାଣିଜ୍ୟ ସହଯୋଗୀ ରହିବ । ୨୦୧୯ରେ ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ୧୪୬ ବିଲିୟନ ଡ଼ଲାରକୁ ବୃଦ୍ଧି ପାଇଛି ।