ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ (Narendra Modi) ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟର ଆଜିର ବୈଠକରେ ଦେଶରେ ଚାଲୁଥିବା ମାଗଣା ରାସନ ଯୋଜନାର ବୈଧତା ବଢ଼ାଇବାକୁ ନିଷ୍ପତ୍ତି ନିଆଯାଇଛି । ମାଗଣା ରାସନ ଯୋଜନା (Free ration scheme) ଚଳିତ ବର୍ଷ ସେପ୍ଟେମ୍ବର ପର୍ଯ୍ୟନ୍ତ ଜାରି ରହିବ ବୋଲି କ୍ୟାବିନେଟ ବୈଠକରେ ନିଷ୍ପତ୍ତି ନିଆଯାଇଛି । କହିରଖୁଛୁ ଯେ ଏହି ଯୋଜନା ୩୧ ମାର୍ଚ୍ଚରେ ଶେଷ ହେବାକୁ ଯାଉଥିଲା ।


COMMERCIAL BREAK
SCROLL TO CONTINUE READING

ବୈଧତା ବଢାଇବାକୁ ନିଷ୍ପତ୍ତି ସମ୍ପର୍କରେ ପ୍ରଧାନମନ୍ତ୍ରୀ ମୋଦି ଟ୍ୱିଟ୍ କରି କହିଛନ୍ତି, "ଭାରତର ସାମର୍ଥ୍ୟ ଦେଶର ପ୍ରତ୍ୟେକ ନାଗରିକଙ୍କ ଶକ୍ତିରେ ସମାହିତ ଅଛି । ଏହି କ୍ଷମତାକୁ ଆହୁରି ମଜବୁତ କରିବା ପାଇଁ ସରକାର ପ୍ରଧାନ ମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାକୁ (PMGKAY) ୬ ମାସ ବୃଦ୍ଧି କରି ସେପ୍ଟେମ୍ବର ୨୦୨୨ ପର୍ଯ୍ୟନ୍ତ ଜାରି ରଖିବାକୁ ନିଷ୍ପତ୍ତି ନେଇଛି । ଦେଶର ୮୦ କୋଟିରୁ ଅଧିକ ଲୋକ ଏହାର ଫାଇଦା ଉଠାଇ ପାରିବେ ।"



ପ୍ରଧାନ ମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଅଧୀନରେ, ୮୦ କୋଟିରୁ ଅଧିକ ଲୋକଙ୍କୁ ମାସକୁ ୫ କିଲୋଗ୍ରାମ ଲେଖାଏଁ ଖାଦ୍ୟ ଶସ୍ୟ ଯୋଗାଇ ଦିଆଯାଉଛି । ଜାତୀୟ ଖାଦ୍ୟ ସୁରକ୍ଷା ଅଧିନିୟମ (NFSA) ଅନୁଯାୟୀ, ୮୦ କୋଟି ରାସନ କାର୍ଡଧାରୀଙ୍କୁ ମାଗଣା ରାସନ ପାଇଁ ଚିହ୍ନଟ କରାଯାଇଛି । ରାସନ ଦୋକାନ ମାଧ୍ୟମରେ ବଣ୍ଟିତ ସବସିଡିଯୁକ୍ତ ଖାଦ୍ୟ ଶସ୍ୟ ବ୍ୟତୀତ ସେମାନଙ୍କୁ ମାଗଣା ରାସନ ଦିଆଯାଏ ।


ସୂଚନାଯୋଗ୍ୟ ଯେ ପ୍ରଧାନ ମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଅଧୀନରେ ମାଗଣା ଖାଦ୍ୟ ଶସ୍ୟର ଲାଭ ଯେଉଁମାନଙ୍କ ପାଖରେ ରାସନ କାର୍ଡ ନାହିଁ ସେମାନଙ୍କୁ ମିଳେ ନାହିଁ । ପ୍ରଧାନ ମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା କେବଳ ରାସନ କାର୍ଡଧାରୀଙ୍କ ମଧ୍ୟରେ ସୀମିତ, ଅର୍ଥାତ୍ ଦେଶର ଯେଉଁ ନାଗରିକଙ୍କ ପାଖରେ ରାସନ କାର୍ଡ ଉପଲବ୍ଧ ଅଛି, ସେ ଏହି ଯୋଜନା ଅଧୀନରେ ଅତିରିକ୍ତ ରାସନ ପାଇବାକୁ ଯାଉଛନ୍ତି ।


ଏହା ବି ପଢ଼ନ୍ତୁ: PM ମୋଦିଙ୍କୁ ଭେଟିବାକୁ ଚାହୁଁଥିଲେ ଚୀନ୍ ବୈଦେଶିକ ମନ୍ତ୍ରୀ, ଭାରତ କହିଲା-'ସମ୍ଭବ ନୁହେଁ'


ଏହା ବି ପଢ଼ନ୍ତୁ: କାହିଁକି ମୋଦିଙ୍କୁ ଲଗାତାର ଟାର୍ଗେଟ କରୁଛନ୍ତି କେଜ୍ରିୱାଲ? ବୁଝନ୍ତୁ ଏହା ପଛର ରଣନୀତି