Nitish Government:  ପାଟନା: ବିହାରର ଜୁନିୟର ଡାକ୍ତରଙ୍କୁ ଖୁସି ଖବର ଦେଲେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର। ନୀତିଶ କୁମାରଙ୍କ ସରକାର ଜୁନିୟର ଡାକ୍ତରଙ୍କ ଇଣ୍ଟର୍ନସିପ ସମୟରେ ମିଳୁଥିବା ଷ୍ଟାଇପେଣ୍ଡରେ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ସମୟରେ ମିଳୁଥିବା ଷ୍ଟାଇପେଣ୍ଟରେ ୫ ହଜାର ଟଙ୍କା ବୃଦ୍ଧି କରିବାକୁ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଛନ୍ତି। ବର୍ତ୍ତମାନ ଏହି ଜୁନିୟର ଡାକ୍ତରଙ୍କୁ ୧୫ ହଜାର ଟଙ୍କା ଷ୍ଟାଇପେଣ୍ଡ ମିଳୁଛି। ସେଥିରେ ବୃଦ୍ଧି ହେବା ପରେ ଡାକ୍ତରମାନେ ୨୦ ହଜାର ଟଙ୍କା ଷ୍ଟାଇପେଣ୍ଟ ପାଇବେ। 


COMMERCIAL BREAK
SCROLL TO CONTINUE READING

ମଙ୍ଗଳବାର ଦିନ ପାଟନାରେ ନୀତୀଶ କ୍ୟାବିନେଟ ବୈଠକରେ ଏହି ପ୍ରସ୍ତାବକୁ ଅନୁମୋଦନ ମିଳିଛି। ମଙ୍ଗଳବାର ଡକାଯାଇଥିବା ବୈଠକରେ ନୀତୀଶ ସରକାର ମୋଟ ୧୯ଟି ଏଜେଣ୍ଡା ଉପରେ ନିଜର ଷ୍ଟାମ୍ପ ଲଗାଇଛନ୍ତି। ଏହି ବୈଠକରେ ଅନେକ ଗୁରୁତ୍ତ୍ୱପୂର୍ଣ୍ଣ ପ୍ରସଂଗ ଉପରେ ଆଲୋଚନା କରାଯାଇଥିଲା। ଏହି ପ୍ରସଂଗ ମଧ୍ୟରେ ଦୁଷ୍କର୍ମ ପକ୍ସୋ ଆଇନ ଭଳି ଅନେକ ମାମଲା ପାଇଁ ସ୍ୱତନ୍ତ୍ର କୋର୍ଟରେ ଅତିରିକ୍ତ ଜିଲ୍ଲା ଏବଂ ସେସନ୍ସ ଜଜଙ୍କ ୫୪ ନୂତନ ପଦବୀ ସୃଷ୍ଟି ପ୍ରସ୍ତାବକୁ ମଧ୍ୟ ଅନୁମୋଦନ ମିଳିଥିଲା। ଏହା ବ୍ୟତୀତ ବିହାରର ମରୁଡ଼ି ପରିସ୍ଥିତିକୁ ଦୃଷ୍ଟିରେ ରଖି ୬୦ କୋଟି ଟଙ୍କା ପ୍ରଦାନ ନିଷ୍ପତ୍ତି ଉପରେ ଅନୁମୋଦନ କରାଯାଇଛି।


ଏଥିସହ ଅତିରିକ୍ତ ୨୯ କୋଟି ଟଙ୍କା ପ୍ରତ୍ୟାହାର କରିବାକୁ କ୍ୟାବିନେଟ୍ ଅନୁମୋଦନ କରିଛି, ଏହା ବ୍ୟତୀତ ନୀତୀଶ ସରକାର ମଧ୍ୟ ଡିଜେଲ ଅନୁଦାନ ପାଇଁ ଜରୁରୀ କାଳୀନ ପାଣ୍ଠିରୁ ପ୍ରତ୍ୟାହାରକୁ ଅନୁମୋଦନ କରିଛନ୍ତି। ବିଗତ ଦିନରେ ମଦ ମାଫିଆ ଉପରେ କଟକଣା ଲଗାଇବାକୁ ସରକାର କଠୋରତା ପ୍ରଦର୍ଶନ କରିଛନ୍ତି, ଏଭଳି ପରିସ୍ଥିତିରେ ମଦ କାରବାରକୁ ରୋକିବା ପାଇଁ ଡ୍ରୋନ୍, ଯାନବାହାନ, ଡଙ୍ଗା ଏବଂ ଅନ୍ୟାନ୍ୟ ସାମଗ୍ରୀ କ୍ରୟ ପାଇଁ କ୍ୟାବିନେଟ୍ ବୈଠକରେ ୨୫ କୋଟି ଟଙ୍କା ଅନୁମୋଦନ କରାଯାଇଛି। 


ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ପୁର୍ନିଆର ସରକାରୀ ମେଡିକାଲ କଲେଜ ଏବଂ ହସ୍ପିଟାଲର କାର୍ଯ୍ୟ ପାଇଁ ୪୨୩ଟି ପଦବୀକୁ ମଧ୍ୟ ଅନୁମୋଦନ କରାଯାଇଛି।