ପାଟନା: ବିହାର (Bihar) ବିଜେପିକୁ ଏକ ବଡ଼ ଝଟକା ଲାଗିଛି । ପଶ୍ଚିମ ଚମ୍ପାରନ୍ ଜିଲ୍ଲାର ନାରକଟିୟାଗଞ୍ଜ ବିଧାନସଭା ଆସନରୁ (Narkatiyaganj Assembly Seat) ଜିତିଥିବା ବିଧାୟିକା ରଶ୍ମୀ ବର୍ମା (BJP MLA Rashmi Varma) ରବିବାର ଦିନ ଇସ୍ତଫା ଦେଇ ପାର୍ଟିର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରାଇଛନ୍ତି । କୁହାଯାଉଛି ଯେ ସେ ବିହାର ବିଧାନସଭା ବାଚସ୍ପତି ବିଜୟ କୁମାର ସିହ୍ନାଙ୍କ ପାଖରେ ନିଜର ଇସ୍ତଫା ପତ୍ର ଦାଖଲ କରିଛନ୍ତି ।


COMMERCIAL BREAK
SCROLL TO CONTINUE READING

କୁହାଯାଉଛି ଯେ ବ୍ୟକ୍ତିଗତ କାରଣରୁ ରଶ୍ମୀ ବର୍ମା ନିଜ MLA ପଦରୁ ଇସ୍ତଫା ଦେଇଛନ୍ତି । ଇସ୍ତଫା ଦେବାବେଳେ ଶମି ଧର୍ମେନ୍ଦ୍ର ଲେଖିଛନ୍ତି ଯେ ବ୍ୟକ୍ତିଗତ କାରଣରୁ ସେ ନିଜ ବିଧାୟକ ପଦରୁ ଇସ୍ତଫା ଦେଉଛନ୍ତି ।



ରଶ୍ମୀ ବର୍ମାଙ୍କର ଏକ ଦୀର୍ଘ ରାଜନୈତିକ କ୍ୟାରିୟର ଅଛି । ୨୦୧୪ ରେ ରଶ୍ମୀ ବର୍ମା ଜେଡିୟୁରୁ ​​ରାତାରାତି ବିଜେପି ଯୋଗ ଦେଇଥିଲେ ଏବଂ ବିଜେପି ଟିକେଟରେ ଉପ-ନିର୍ବାଚନରେ ​​ନଅ ମାସ ବିଧାୟକ ହୋଇଥିଲେ । ୨୦୧୫ ନିର୍ବାଚନରେ ​​ଯଦି ବିଜେପି ଟିକେଟ୍ ନ ଦେଇଥାନ୍ତା ତେବେ ସ୍ୱାଧୀନ ପାର୍ଥି ଭାବେ ନିର୍ବାଚନ ଲଢ଼ିବାକୁ ମଧ୍ୟ ପ୍ରସ୍ତୁତ ଥିବା  କହିଥିଲେ ।


ଏହା ବି ପଢ଼ନ୍ତୁ: ଔରାଙ୍ଗଜେବ ଏବଂ ବାବରଙ୍କ ପରି ମଧ୍ୟ ଲିଭିଯିବ ଓୱେସିଙ୍କ ନାମ: ହିମନ୍ତ ବିଶ୍ବଶର୍ମା


ଏହା ବି ପଢ଼ନ୍ତୁ: ଭାରତର ଏହି ରାଜ୍ୟରେ ଘରର ବୟୋଜ୍ୟେଷ୍ଠଙ୍କୁ ହତ୍ୟା କରି ଦିଅନ୍ତି ପରିବାର ଲୋକେ