ନୂଆଦିଲ୍ଲୀ: Free Ration Scheme: ଯଦି ଆପଣ ଗରିବ କଲ୍ୟାଣ ଅନ୍ନ ଯୋଜନା (Garib Kalyan Anna Yojana) ଅନ୍ତର୍ଗତ ମାଗଣା ରାସନ  (Free Ration) ର ଲାଭ ଉଠାଉଛନ୍ତି, ତେବେ ଆପଣଙ୍କ ପାଇଁ ବହୁତ ବଡ଼ ସୂଚନା ଅଛି । ଚଳିତ ବର୍ଷର ବଜେଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ (Finance Minister Nirmala Sitharaman) ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା (PMGKAY) ର ଅବଧି ଆଗକୁ ବୃଦ୍ଧି କରିବା ବିଷୟରେ କୌଣସି ଆଶ୍ୱାସନା ଦେଇନାହାଁନ୍ତି ।


COMMERCIAL BREAK
SCROLL TO CONTINUE READING

ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (NFSA) ଅନ୍ତର୍ଗତ ୮୦ କୋଟି ହିତାଧିକାରୀଙ୍କୁ ମାଗଣା ଖାଦ୍ୟ ଶସ୍ୟ ଯୋଗାଇବା ପାଇଁ କେନ୍ଦ୍ର ସରକାର (Central Government) ମାର୍ଚ୍ଚ ୨୦୨୦ରେ ଏହି ଯୋଜନା ଆରମ୍ଭ କରିଥିଲେ । ଏହାର ଉଦ୍ଦେଶ୍ୟ ଥିଲା ମହାମାରୀ ସମୟରେ ଅଭାବୀ ଲୋକଙ୍କ କଷ୍ଟକୁ ଦୂର କରିବା । ଏହା ବ୍ୟତୀତ, କୋରୋନା ମହାମାରୀ ସମୟରେ ଲୋକଙ୍କୁ ଖାଦ୍ୟ ଶସ୍ୟ ଯୋଗାଇବା ।


ଏଠାରେ ଆପଣଙ୍କୁ କହିରଖୁଛୁ ଯେ ଗରିବ କଲ୍ୟାଣ ଅନ୍ନ ଯୋଜନା ଅଧୀନରେ ସରକାର ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ୫ କିଲୋଗ୍ରାମ ଅତିରିକ୍ତ ଖାଦ୍ୟ ଶସ୍ୟ ମାଗଣାରେ ଦେଇଛନ୍ତି । ଏହା NFSA ଅଧୀନରେ କିଲୋଗ୍ରାମ ପ୍ରତି ୨-୩ ଟଙ୍କା ମୂଲ୍ୟରେ ସାଧାରଣ ଖାଦ୍ୟଶସ୍ୟ ବଣ୍ଟନ ହୋଇଥାଏ । ଅର୍ଥ ମନ୍ତ୍ରୀଙ୍କୁ ପଚରାଯାଇଥିଲା ଯେ ମାର୍ଚ୍ଚ ୨୦୨୨ ପରେ PMGKAY ର ପରିସର ବୃଦ୍ଧି କରାଯିବ କି? ବଜେଟ ପରେ ସାମ୍ବାଦିକ ସମ୍ମିଳନୀରେ ସୀତାରମଣ କହିଛନ୍ତି ଯେ, ମୋତେ ବଜେଟ ବ୍ୟତୀତ ଅନ୍ୟ କିଛି ଉପରେ କହିବାର ନାହି ।


ଏହା ବି ପଢ଼ନ୍ତୁ:-ଦୀର୍ଘ ସମୟ ଧରି ଶାରୀରିକ ସମ୍ପର୍କ ସ୍ଥାପନ ନ କରିବାରୁ ପଡ଼ିଥାଏ ଏହି ପ୍ରଭାବ, ଜାଣି ଚକିତ ହେବେ ଆପଣ


ଏହା ବି ପଢ଼ନ୍ତୁ:-୨ ମିନିଟରେ ଜାଣନ୍ତୁ ଖାଇବା ତେଲରେ ମିଶ୍ରଣ ହୋଇଛି ନା ଏହା ଶୁଦ୍ଧ, FSSAI କହିଲା ଏହି ସହଜ ଟ୍ରିକ୍​


ଏହା ବି ପଢ଼ନ୍ତୁ:-OTT ରେ ରହିଛି ଏହି ୭ଟି ବୋଲ୍ଡ ୱେବ୍ ସିରିଜ୍, ଭୁଲରେ ବି ଦେଖନ୍ତୁନି ପରିବାର ସହ


ଏହା ବି ପଢ଼ନ୍ତୁ:-ମର୍ଯ୍ୟାଦାର ସମସ୍ତ ସୀମା ଲଙ୍ଘିଲା ଏହି ୱେବ୍ ସିରିଜ, ପାରା ବଢ଼ାଉଛି 'କବିତା ଭାବି'ଙ୍କ ଏହି ହଟ୍ ଅନ୍ଦାଜ୍


ଏହା ବି ପଢ଼ନ୍ତୁ:-ଆପଣଙ୍କ କଳ୍ପନାଠାରୁ ଅଧିକ ବୋଲ୍ଡ ଏହି ୱେବ୍ ସିରିଜର 'ଲଳିତା ଭାଭି', ଫଟୋ ଦେଖି ଉଡ଼ିଯିବ ଆପଣଙ୍କ ହୋଶ୍!


ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାର ଚତୁର୍ଥ ପର୍ଯ୍ୟାୟରେ ସରକାର ଦ୍ୱାରା ୨୦୨୨ ମାର୍ଚ୍ଚ ସୁଦ୍ଧା ଅତିରିକ୍ତ ଖାଦ୍ୟ ଶସ୍ୟ ବଣ୍ଟନ କରାଯିବ । ଏହି ଯୋଜନା ମାଧ୍ୟମରେ ପ୍ରତି ମାସରେ ୫ କିଲୋଗ୍ରାମ ମାଗଣା ରାସନ ଯୋଗାଇ ଦିଆଯାଏ । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାକୁ PM Ration ସବସିଡି ସ୍କିମ୍ ମଧ୍ୟ କୁହାଯାଏ । ଏହାର ସମୁଦାୟ ହିତାଧିକାରୀ ହେଉଛନ୍ତି ଦେଶର ୮୦ କୋଟି ଲୋକ ଓ ଏଥିରେ ଗରିବ ଲୋକଙ୍କୁ ରାସନ ଉପରେ ଦିଆଯାଉଛି । ଆପଣ https://pmmodiyojana.in/pradhanmantri-ration-subsidy-yojana/ ଭିଜିଟ୍ କରି ଏହି ଯୋଜନା ବିଷୟରେ ଅଧିକ ସୂଚନା ପାଇପାରିବେ ।