Tejashwi Yadav Mocks ED Raid Claims: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ କରାଯାଇଥିବା ଦାବିକୁ ସୋମବାର ପ୍ରତ୍ୟାଖ୍ୟାନ କରିଛନ୍ତି ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ। ଇଡି ଦାବି ଉପରେ ପ୍ରତିକ୍ରିୟା ରଖି ବିହାର ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଚଢାଉ ବେଳେ ପ୍ରବର୍ତ୍ତନ ନିର୍ଦ୍ଦେଶାଳକୁ କିଛି ମିଳିନାହିଁ। ନିକଟରେ "ଲ୍ୟାଣ୍ଡ ଫର୍ ଜବ୍ସ"  ମାମଲାରେ ଇଡି ଆରଜେଡ଼ି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ପରିବାର ସଦସ୍ୟଙ୍କୁ ଜେରା କରିଥିଲା। ଏହି ମାମଲାରେ କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସି  ଲାଲୁ ପ୍ରସାଦ ଯାଦବଙ୍କ ବିଭିନ୍ନ ଠିକଣା ଉପରେ ଚଢାଉ କରିଥିଲା।


COMMERCIAL BREAK
SCROLL TO CONTINUE READING

"ଲ୍ୟାଣ୍ଡ ଫର୍ ଜବ୍ସ" (Land For Jobs) ମାମଲାରେ ହୋଇଥିବା ଅର୍ଥ ହେରଫେର ଉପରେ ହୋଇଥିବା ଯାଞ୍ଚ ବେଳେ ୬୦୦ କୋଟି ଡଲାର ମୂଲ୍ୟର ଅପରାଧିକ ଆୟ ଚିହ୍ନଟ ହୋଇଥିବା ନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଦାବି କରିଯାଇଥିଲା। ହେଲେ ଇଡ଼ି ପକ୍ଷରୁ ଦାବିକୁ ସୋମବାର ପ୍ରତ୍ୟାଖ୍ୟାନ କରିଛନ୍ତି ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ। ଏନେଇ ବିହାର ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଲୋକେ ଏହା କୁହାକୁହି ହେଉଛନ୍ତି ଯେ, ମୋ ପାଖରୁ ଅନେକ ସମ୍ପତ୍ତି ଉଦ୍ଧାର କରାଯାଇଛି। ହେଲେ କିଛି ମିଳିନାହିଁ। ମୁଁ ସେମାନଙ୍କୁ ଚ୍ୟାଲେଞ୍ଜ କରିପାରିବି। ଜବତ ହୋଇଥିବା ସାମଗ୍ରୀ ତାଲିକା ଜାରି କରିପାରିବି ବୋଲି ରାଜଧାନୀ ପାଟନା ଠାରେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ଏହା କହିଛନ୍ତି ତେଜସ୍ୱୀ ଯାଦବ।  


Also Read: Bihar: ଭାଷଣ ପାଇଁ ଟ୍ରୋଲ ହେଲେ ବିରୋଧି ଦଳ ନେତା ତେଜସ୍ୱୀ ଯାଦବ


 


ଇଡ଼ି ଦାବିକୁ ଏକ ମିଥ୍ୟା ପ୍ରଚାର ବୋଲି ଏହାକୁ ପ୍ରତ୍ୟାଖ୍ୟାନ କରିଛନ୍ତି ତେଜସ୍ୱୀ ଯାଦବ। ଏନେଇ ବିହାର ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, "ଅନୁସନ୍ଧାନକାରୀ ସଂସ୍ଥା ତାଙ୍କ ପଛରେ ଏପରି ପଡ଼ିଛି, ସତେ ଯେପରି ସେ ହେଉଛନ୍ତି ପ୍ରକୃତ ଅଦାନୀ। ଯାହା କର୍ପୋରେଟ୍ ଠକେଇ ଅଭିଯୋଗର ସମ୍ମୁଖୀନ ହୋଇଥିବା କୋଟିପତି ବ୍ୟବସାୟୀ ଗୌତମ ଆଦାନୀଙ୍କୁ ଦର୍ଶାଉଛି। ସିବିଆଇ ଏବଂ ଇଡି ବୋଧେ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି କିମ୍ବା ମୋ ଚେହେରା ଗୌତମ ଆଦାନୀଙ୍କ ସହ ମେଳ ଖାଉଛି? ୮୦ ହଜାର କୋଟି ଟଙ୍କାର ଦୁର୍ନୀତି ଅଭିଯୋଗକୁ ଅଣଦେଖା କରି ସେମାନେ ବହୁ ବର୍ଷ ଧରି ପ୍ରତି ଦୁଇ ଚାରି ଦିନରେ ଥରେ ମୋ ଘର ଉପରେ ଚଢାଉ କରିଛନ୍ତି। ହେଲେ ସେମାନେ କିଛି ପାଇ ନାହାଁନ୍ତି। "


ଶନିବାର ଇଡି ପକ୍ଷରୁ କୁହାଯାଇଥିଲା ଯେ, "ଲ୍ୟାଣ୍ଡ ଫର୍ ଜବ୍ସ" ଦୁର୍ନୀତି ମାମଲାରେ ଯାଞ୍ଚ ସମୟରେ ୬୦୦ କୋଟି ଡଲାର ମୂଲ୍ୟର ଅପରାଧିକ ଆୟ ଚିହ୍ନଟ ହୋଇଛି। ଯେଉଁଥିରେ ପୂର୍ବତନ ବିହାର ମୁଖ୍ୟମନ୍ତ୍ରୀ ତଥା ଆରଜେଡି ସଭାପତି ଲାଲୁ ପ୍ରସାଦ ଏବଂ ତାଙ୍କ ପରିବାର ସଦସ୍ୟଙ୍କ ନାମ ଅଭିଯୁକ୍ତ ତାଲିକାରେ ରହିଛି। ଅନୁସନ୍ଧାନ ସମୟରେ ପାଖାପାଖି ୬୦୦ କୋଟି ଟଙ୍କାପ ଅପରାଧିକ ଆୟ ଚିହ୍ନଟ ହୋଇଥିଲା। ଯାହା ମଧ୍ୟରେ ୩୫୦ କୋଟିର ଅସ୍ଥାବର ସମ୍ପତ୍ତି ଏବଂ ବିଭିନ୍ନ ବେନାମୀଦାର ଅର୍ଥାତ ବେନାମୀ ସମ୍ପତ୍ତି ପାଇଁ ଆଗରେ ରହିଥିବା ବ୍ୟକ୍ତି ମାଧ୍ୟମରେ ହୋଇଥିବା ୨୫୦ କୋଟି କାରବାର ରହିଛି। 


Also Read: IRCTC Scam: ଉପମୁଖ୍ୟମନ୍ତ୍ରୀଙ୍କ ଉପରକୁ ମାଡ଼ି ଆସିଲା ସଂକଟର କଳା ବାଦଲ


 


ପୂର୍ବରୁ ତେଜସ୍ୱୀ ଯାଦବ କହିଥିଲେ ଯେ ଯଦି ସେ ଏହି ଚଢାଉ ପରେ ଯଦି ଆପଣ ସ୍ୱାକ୍ଷରିତ ଜବରଦଖଲ ତାଲିକା ସାର୍ବଜନୀନ କରନ୍ତି ତାହେଲେ ବିଜେପି ଲଜ୍ଜିତ ହେବ। କେନ୍ଦ୍ରରେ କ୍ଷମତାସୀନ ବିଜେପି ସରକାର ପୁନର୍ବାର ଗୁଜବ ପ୍ରଚାର କରୁଛି। ଦଳ ୬୦୦ କୋଟି ଡଲାର ମୂଲ୍ୟର ନୂଆ କାହାଣୀ ଆଣିବା ପୂର୍ବରୁ ପୂର୍ବ ଥରର ହିସାବ କରିବାକୁ କହିଥିଲା।