Pramila Mallick: ଗୃହରେ ସରକାରଙ୍କୁ ଘେରିବାକୁ ବିଜେଡି ପ୍ରସ୍ତୁତ: ପ୍ରମିଳା
Advertisement
Article Detail0/zeeodisha/odisha2530203

Pramila Mallick: ଗୃହରେ ସରକାରଙ୍କୁ ଘେରିବାକୁ ବିଜେଡି ପ୍ରସ୍ତୁତ: ପ୍ରମିଳା

ଭୁବନେଶ୍ୱର: ଆସନ୍ତା କାଲିଠାରୁ ରାଜ୍ୟ ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ଏହା ପୂର୍ବରୁ ଆଜି ସର୍ବଦଳୀୟ ବୈଠକ ଡାକିଛନ୍ତି ବାଚସ୍ପତି ସୁରମା ପାଢୀ। ବାଚସ୍ପତି ସୁରମା ପାଢୀଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିବା ଏହି ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଓ କଂଗ୍ରେସ ବିଧାୟକ

Pramila Mallick: ଗୃହରେ ସରକାରଙ୍କୁ ଘେରିବାକୁ ବିଜେଡି ପ୍ରସ୍ତୁତ: ପ୍ରମିଳା

Pramila Mallick: ଭୁବନେଶ୍ୱର: ଆସନ୍ତା କାଲିଠାରୁ ରାଜ୍ୟ ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ଏହା ପୂର୍ବରୁ ଆଜି ସର୍ବଦଳୀୟ ବୈଠକ ଡାକିଛନ୍ତି ବାଚସ୍ପତି ସୁରମା ପାଢୀ। ବାଚସ୍ପତି ସୁରମା ପାଢୀଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିବା ଏହି ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଓ କଂଗ୍ରେସ ବିଧାୟକ ଦଳ ନେତା ଯୋଗ ଦେଇଛନ୍ତି। ଏହି ଅଧିବେଶନକୁ ସୁରୁଖୁରୁରେ ପରିଚାଳନା ଲାଗି ବାଚସ୍ପତି ସମସ୍ତଙ୍କର ସହଯୋଗ ଲୋଡ଼ିଛନ୍ତି।  

ବୈଠକ ପରେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି କି ବିଧାନସଭା କିପରି ସୁରୁଖୁରୁରେ ଚାଲିବ ସେ ନେଇ ବୈଠକରେ ଆଲୋଚନା ହୋଇଥିଲା। ଏହି ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହିତ ଅନ୍ୟାନ୍ୟ ମନ୍ତ୍ରୀଗଣ ଉପସ୍ଥିତ ରହିଥିଲେ। ଏହି ଅଧିବେଶନକୁ କିପରି ଭାବେ ସୁରୁଖୁରୁରେ ପରିଚାଳନା କରାଯିବ ତାହା ଉପରେ ଆଲୋଚନା କରାଯିବ। କିନ୍ତୁ ବିରୋଧୀ ଦଳ ଭାବେ ବିଜେଡି ତାହାର ଦାୟିତ୍ୱ ତୁଲାଇବ। ସରକାରଙ୍କୁ ଘେରିବା ପାଇଁ ବିଜେଡ଼ି ତାର ରଣନୀତି ପ୍ରସ୍ତୁତ କରିଛି। ସରକାରଙ୍କୁ ଘେରିବା ପାଇଁ ଅନେକ ପ୍ରସଙ୍ଗ ରହିଛି। ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଠାରୁ ଆରମ୍ଭ କରି ନାରୀ ନିର୍ଯାତନା ପର୍ଯ୍ୟନ୍ତ ଏକାଧିକ ପ୍ରସଙ୍ଗରେ ବିଜେଡ଼ି ଗୃହରେ ସ୍ୱର ଉତ୍ତୋଳନ କରିବ ବୋଲି ଶ୍ରୀମତୀ ମଲ୍ଲିକ କହିଥିଲେ। 

ଏଠାରେ କହି ରଖୁ କି ଏହି ବୈଠକ ଆଜି ଦିନ ସାଢ଼େ ୧୦ଟା ବେଳେ ଡକାଯାଇଥିଲା। ବୈଠକ ପୂର୍ବରୁ ଉଭୟ ବିଜେଡି ଓ କଂଗ୍ରେସ ପକ୍ଷରୁ ମଧ୍ୟ ଦଳୀୟ ଆଲୋଚନା ହୋଇଛନ୍ତି। ଗୋଟିଏ ପ୍ରମୁଖ ବିରୋଧୀ ଦଳର ଭୂମିକା ନିର୍ବାହ କରିବା ଲାଗି କ’ଣ ରଣନୀତି ରହିବ ସେ ସମ୍ପର୍କରେ ବିଜେଡିର ବରିଷ୍ଠ ନେତାମାନେ ଆଲୋଚନା କରିଛନ୍ତି। ଏହି ପ୍ରସ୍ତାବକୁ ଦଳର ନେତା ତଥା ରାଜ୍ୟ ବିରୋଧୀ ଦଳ ନେତାଙ୍କୁ ପ୍ରଦାନ କରାଯିବ ବୋଲି ଦଳ ପକ୍ଷରୁ ସୂଚନା ଦିଆଯାଇଛି।