Earthquake: ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ଭୂକମ୍ପ କ୍ଲିନିକ୍ ଖୋଲିବେ ବିହାର ସରକାର, ଜାଣନ୍ତୁ କାରଣ
Earthquake Clinic: ରାଜ୍ୟରେ ଭୂକମ୍ପ ସଚେତନତା କ୍ଲିନିକ୍ ନିର୍ମାଣ କରିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ବିହାର ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ବୈଷୟିକ ପରାମର୍ଶଦାତା ଡକ୍ଟର ବି.କେ ସହାୟ। ଏନେଇ ଡକ୍ଟର ସହାୟ କହିଛନ୍ତି ଯେ ବିହାର ଭୂକମ୍ପର ପଞ୍ଚମ ଜୋନ ବର୍ଗରେ ଆସୁଛି। ଏହାକୁ ଦୃଷ୍ଚିରେ ରଖି ବିହାର ସରକାର ଲୋକଙ୍କୁ ଭୂକମ୍ପ ପ୍ରତିରୋଧକ ଘର ତିଆରି କରିବାକୁ ପରାମର୍ଶ ଦେଇଛନ୍ତି।
Bihar Earthquake Clinic: ରାଜ୍ୟରେ ଅନୁଭୂତ ହେଉଥିବା ଭୂକମ୍ପ ବିଷୟରେ ଅବଗତ ଅଛନ୍ତି ବିହାର ସରକାର। ସାଧାରଣ ଲୋକଙ୍କୁ ଭୂକମ୍ପ ପ୍ରତିରୋଧକ ଘର ନିର୍ମାଣ କରିବା ପାଇଁ ପ୍ରତ୍ୟେକ ଜିଲ୍ଲାରେ ଭୂକମ୍ପ ସଚେତନତା କ୍ଲିନିକ୍ ଖୋଲାଯାଉଛି। ଯାହାର ଆରମ୍ଭ ମଧ୍ୟ ହୋଇସାରିଛି। ରାଜ୍ୟର ପାଟନା, ମୁଜାଫରପୁର, ଭାଗଲପୁର ଜିଲ୍ଲାରେ ଭୂକମ୍ପ ସଚେତନତା କ୍ଲିନିକ୍ ନିର୍ମାଣ କରାଯାଇଛି। ଏହି କ୍ଲିନିକ ରାଜ୍ୟର ଅନ୍ୟ ସ୍ଥାନରେ ନିର୍ମାଣ କରିବା ଯୋଜନା ପ୍ରସ୍ତୁତ କରାଯାଇଛି। ଖୁବ୍ ଶୀଘ୍ର ରାଜ୍ୟର ବିଭିନ୍ନ ଜିଲ୍ଲାରେ ଭୂମିକମ୍ପ ସଚେତନତା କ୍ଲିନିକ୍ ପ୍ରତିଷ୍ଠା କରିବାକୁ ନିଷ୍ପତ୍ତି ନେଇଛନ୍ତି ବିହାର ସରକାର।
ରାଜ୍ୟରେ ଭୂକମ୍ପ ସଚେତନତା କ୍ଲିନିକ୍ ନିର୍ମାଣ କରିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ବିହାର ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ବୈଷୟିକ ପରାମର୍ଶଦାତା ଡକ୍ଟର ବି.କେ ସହାୟ। ଏନେଇ ଡକ୍ଟର ସହାୟ କହିଛନ୍ତି ଯେ ବିହାର ଭୂକମ୍ପର ପଞ୍ଚମ ଜୋନ ବର୍ଗରେ ଆସୁଛି। ଏହାକୁ ଦୃଷ୍ଚିରେ ରଖି ବିହାର ସରକାର ଲୋକଙ୍କୁ ଭୂକମ୍ପ ପ୍ରତିରୋଧକ ଘର ତିଆରି କରିବାକୁ ପରାମର୍ଶ ଦେଇଛନ୍ତି। ରାଜ୍ୟର ୮ ଜିଲ୍ଲା ଯାହା ନେପାଳ ସୀମାକୁ ଲାଗିଛି ତାହା ଭୂକମ୍ପ ପ୍ରବଣ ଅଞ୍ଚଳରେ ଆସୁଛି।
Also Read: Earthquake: କାହିଁକି ବାରମ୍ବାର କମ୍ପି ଉଠୁଛି ଉତ୍ତର ଭାରତ? କ'ଣ କହୁଛନ୍ତି ବିଶେଷଜ୍ଞଙ୍କ
ବିହାରର ମଧୁବନୀ, ସୁପୌଲ, ସହାରସା, ଅରାରିୟା, ସୀତାମଢି, ଦାରବଙ୍ଗା, କିଶାନଗଞ୍ଜ ହେଉଛି ସେହି ଜିଲ୍ଲା ଯାହାକି ଅତ୍ୟନ୍ତ ସମ୍ବେଦନଶୀଳ ଅଞ୍ଚଳ। ଏହି ଜିଲ୍ଲାରେ ବାଉଁଶ ଏବଂ ପକ୍କା ଘର କ୍ଲିନିକ୍ ନିର୍ମାଣ କରି ଲୋକଙ୍କୁ ସଚେତନ କରାଯାଉଛି। ଏହି କ୍ଲିନକରେ ଭୂମିକମ୍ପ ବାବଦରେ ଜାଣିଥିବା ଲୋକ ଉପସ୍ଥିତ ରହୁଛନ୍ତି। ସାଧାରଣ ଲୋକଙ୍କୁ ଭୂମିକମ୍ପ ପ୍ରତିରୋଧକ ଘର ତିଆରି କରିବାକୁ ଭୂକମ୍ପ ବିଶେଷଜ୍ଞ ପରାମର୍ଶ ଦେଉଛନ୍ତି।
Also Read: Earthquake: କ'ଣ ପଶୁଙ୍କ ପାଖରେ ରହିଛି ଭୂକମ୍ପ ଚିହ୍ନଟ କରିବାର ଶକ୍ତି? ଗବେଷାଣାରୁ ମିଳିଲା ଏପରି ତଥ୍ୟ
ବୈଷୟିକ ପରାମର୍ଶଦାତା ଡକ୍ଟର ବି.କେ ସହାୟ କହିଛନ୍ତି ଯେ ଭୂକମ୍ପ ପ୍ରତିରୋଧକ ଘର ତିଆରି କରିବା ପାଇଁ ଅଧିକ ଟଙ୍କା ଖର୍ଚ୍ଚ ହୁଏ ନାହିଁ। ଭୂକମ୍ପ ପ୍ରତିରୋଧକ ଘର ପାଞ୍ଚରୁ ଦଶ ପ୍ରତିଶତ ଅଧିକ ମୂଲ୍ୟରେ ନିର୍ମିତ ହୋଇଥାଏ। ପ୍ରତି ୧୦୦ ବର୍ଷ ପରେ ଭୂକମ୍ପ ଫେରିଥାଏ। ଏହି ସମସ୍ୟାର ସମାଧାନ ପାଇଁ ବିହାର ସରକାର କାର୍ଯ୍ୟ କରୁଛନ୍ତି। ଗତ ୧୯୩୪ ମସିହାରେ ବିହାରରେ ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଥିଲା। ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ସଦସ୍ୟ ଏସ.ଏନ୍ ଆର୍ଯ୍ୟ କହିଛନ୍ତି ଯେ ଯଦି ବିହାରରେ ରାତିରେ ଭୂମିକମ୍ପ ଅନୁଭଊତ ହୁଏ ତାହେଲେ ଲକ୍ଷ ଲକ୍ଷ ଲୋକଙ୍କ ମୃତ୍ୟୁ ହୋଇପାରେ। ଯଦି ଦିନରେ ଭୂମିକମ୍ପ ହୁଏ, ତାହେଲେ ମୃତ୍ୟୁ ସଂଖ୍ୟା କମ୍ ହୋଇପାରେ।
Also Read: Earthquake: ହିମାଳୟ ଅଞ୍ଚଳରେ ବଢୁଛି ଭୂକମ୍ପ ଆଶଙ୍କା, କ'ଣ କହୁଛନ୍ତି ଭୂବିଜ୍ଞାନୀ?
ଡକ୍ଟର ବି.କେ ସାହାୟ କହିଛନ୍ତି ଯେ ଭୂକମ୍ପ କ୍ଲିନିକ୍ କୌଣସି ରକେଟ୍ ବିଜ୍ଞାନ ନୁହେଁ। ଭୂକମ୍ପ ପ୍ରବଣ ଅଞ୍ଚଳରେ କିପରି ଭୂମିକମ୍ପ ପ୍ରତିରୋଧକ ଘର ନିର୍ମାଣ କରାଯିବ ସେ ସମ୍ପର୍କରେ ଲୋକଙ୍କୁ ଅବଗତ କରାଯାଇଛଥାଏ। ଯଦି ଆପଣ ଏକ ଘର ନିର୍ମାଣ କରୁଛନ୍ତି, ତାହେଲେ ଆପଣଙ୍କୁ ଗେଟିର ଆକାର, ସିମେଣ୍ଟ ପରିମାଣ, ଲୁହା ଛଡର ଗୁଣବତ୍ତା ବାବଦରେ ବିଶେଷ ଧ୍ୟାନ ଦେବାକୁ ପଡିବ। ଘର ନିର୍ମାଣରେ ହେଉଥିବା ସାମଗ୍ରୀକୁ ନା ଅଧିକ ନା କମ୍ ପରିମାଣରେ ବ୍ୟବହାର କରାଯାଏ। ଘରି ତିଆରିରେ ବ୍ୟବହୃତ ହେଉଥିବା ଇଟାକୁ ଅତି କମରେ ୬ ଘଣ୍ଟା ପାଣିରେ ଭିଜାଇ ରଖିବାକୁ ହୋଇଥାଏ। ଯଦି ଏହା ଠାରୁ କମ ସମୟ ଇଟା କମ୍ ଭିଜାଯାଏ ତାହେଲେ ଇଟା ଶକ୍ତିଶାଳୀ ହୁଏ ନାହିଁ। ବିହାରରେ ଦୁଇ ପ୍ରକାରର ଘର ନିର୍ମାଣ ହୋଇଥିବା କହିଛନ୍ତି ଡକ୍ଟର ସହାୟ। ଗୋଟିଏ ପ୍ରକାର ଘର ଯେଉଁଠାରେ ଯନ୍ତ୍ରୀଙ୍କ ପରାମର୍ଶରେ ସ୍କ୍ରାଚର୍ ଫ୍ରେମ୍ ତିଆରି କରାଯାଏ। ଦ୍ୱିତୀୟ ପ୍ରକାର ଘର ଯାହା ଇଟା ଏବଂ ସିମେଣ୍ଟ ବ୍ୟବହାର କରି ନିର୍ମାଣ କରାଯାଏ। ବେଳେ ରାଜମିସ୍ତ୍ରୀ ଘର ମାଲିକଙ୍କ ନିକଟରେ ମୁଣ୍ଡ ନୂଆଁଇ ଦେବା ସହ ଗୁଣବତ୍ତା ଉପରେ ବୁଝାମଣା କର ଦେଇଥାନ୍ତି। ଯାହା ଫଳରେ ଘର ଦୁର୍ବଳ ହୋଇଯାଇଥାଏ।