Earthquake News: ବିଶେଷଜ୍ଞ କହିଛନ୍ତି ଯେ ହିମାଳୟ ଅଞ୍ଚଳ ବେଲ୍ଟ ପାଖରୁ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ ପାଇଁ ବହୁତ ବଡ଼ ବିପଦ ରହିଛି। ଏଭଳି ପରିସ୍ଥିତିରେ ଦିଲ୍ଲୀରେ କୌଣସି ବଡ଼ ଭୂକମ୍ପ ହେବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇ ପାରିବ ନାହିଁ। ମଣିଷ ଅତି କମରେ ୩-୩.୯ ତୀବ୍ରତା ବିଶିଷ୍ଟ ଭୂମିକମ୍ପ ଅନୁଭବ କରିଥାଏ।
Trending Photos
Earthquake in North India: ବିଗତ କିଛି ଦିନ ହେବ ଧମକାଦାର ଭୂକମ୍ପ ଝଟକାରେ କମ୍ପି ଉଠୁଛି ଉତ୍ତର ଭାରତ। ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଭୂକମ୍ପ କମ୍ପନ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି କରିଛି। ଗତ ଶନିବାର ଏଠାରେ ଗୋଟିଏ ମିନିଟ ସମୟ ବ୍ୟବଧାନରେ କମ୍ପି ଉଠିଛି ପୃଥିବୀ। ଏହି ଭୂକମ୍ପ ତୀବ୍ରତା ୪.୫ ରହିଥିବା ରିକ୍ଟର ସ୍କେଲ ରେକର୍ଡ କରିଛି।
ବିଶେଷଜ୍ଞ କହିଛନ୍ତି ଯେ ହିମାଳୟ ଅଞ୍ଚଳ ବେଲ୍ଟ ପାଖରୁ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ ପାଇଁ ବହୁତ ବଡ଼ ବିପଦ ରହିଛି। ଏଭଳି ପରିସ୍ଥିତିରେ ଦିଲ୍ଲୀରେ କୌଣସି ବଡ଼ ଭୂକମ୍ପ ହେବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇ ପାରିବ ନାହିଁ। ମଣିଷ ଅତି କମରେ ୩-୩.୯ ତୀବ୍ରତା ବିଶିଷ୍ଟ ଭୂମିକମ୍ପ ଅନୁଭବ କରିଥାଏ। ଜାଣନ୍ତୁ କାହିଁକି କେବଳ ଉତ୍ତର ଭାରତ ଅଞ୍ଚଳରେ ଅଧିକାଂଶ ଭୂକମ୍ପ ଝଟକା ଅନୁଭୂତ ହୋଇଥାଏ।
ଭୂକମ୍ପ ଜୋନ୍ ଅନୁଯାୟୀ ଭାରତ ୪ ଭାଗରେ ବିଭକ୍ତ ହୋଇଛି। ଯେଉଁଥିରେ ଜୋନ୍-୨, ଜୋନ୍-୩, ଜୋନ୍-୪ ଏବଂ ଜୋନ୍-୫ ଅନ୍ତର୍ଭୂକ୍ତ ରହିଛି। ଏହା ମଧ୍ୟରୁ ସବୁଠାରୁ ବିପଜ୍ଜନକ ହେଉଛି ଜୋନ୍-୫। ସମଗ୍ର ଉତ୍ତର-ପୂର୍ବ ଭାରତ ଜୋନ୍-୫ ମଧ୍ୟରେ ରହିଛି। ବିଶେଷଜ୍ଞଙ୍କ କହିବା ଅନୁଯାୟୀ ଏଠାରେ ୯ ତୀବ୍ରତା ବିଶିଷ୍ଟ ଭୂକମ୍ପ ଅନୁଭୂତ ହୋଇପାରେ। ଯାହା ଭୟଙ୍କର ବିନାଶ କରିବାର କ୍ଷମତା ରଖିଛି। ଜାମୁ କାଶ୍ମୀର, ହିମାଚଳ ପ୍ରଦେଶ, ଉତ୍ତର ପ୍ରଦେଶ, ଗୁଜୁରାଟ କଚ୍ଛ ଅଞ୍ଚଳର ରଣ, ଉତ୍ତର ବିହାର ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ଆଣ୍ଡାମାନ-ନିକୋବର ଦ୍ୱୀପପୁଞ୍ଜର କିଛି ଅଂଶ ଜୋନ୍-୫ ବର୍ଗରେ ରହିଛି।
Also Read: Earthquake: ହିମାଳୟ ଅଞ୍ଚଳରେ ବଢୁଛି ଭୂକମ୍ପ ଆଶଙ୍କା, କ'ଣ କହୁଛନ୍ତି ଭୂବିଜ୍ଞାନୀ?
ଜୋନ୍-୪ ବର୍ଗରେ ମୁମ୍ବାଇ, ଦିଲ୍ଲୀ, ପଶ୍ଚିମ ଗୁଜୁରାଟ, ଉତ୍ତରାଖଣ୍ଡ, ଉତ୍ତର ପ୍ରଦେଶର ପାହାଡ଼ିଆ ଅଞ୍ଚଳ ଏବଂ ବିହାର-ନେପାଳ ସୀମାର କିଛି ଅଞ୍ଚଳକୁ ରଖାଯାଇଛି। ଏଠାରେ ଭୂକମ୍ପ ହେବାର ଆଶଙ୍କା ଅଧିକ ରହିଛି। ଭୂକମ୍ପ ଦୃଷ୍ଟିକୋଣରୁ ଏହି ଅଞ୍ଚଳ ବିପଜ୍ଜନକ ବୋଲି ଜଣାପଡ଼ିଛି। ଜୋନ୍-୩ ବର୍ଗରେ କେରଳ, ବିହାର, ପୂର୍ବ ଗୁଜୁରାଟ, ଉତ୍ତରପ୍ରଦେଶ, ପଞ୍ଜାବ, ମହାରାଷ୍ଟ୍ର, ପଶ୍ଚିମ ରାଜସ୍ଥାନ ଏବଂ ମଧ୍ୟ ପ୍ରଦେଶର କିଛି ଅଞ୍ଚଳକୁ ରଖାଯାଇଛି। ତାମିଲନାଡୁ, ରାଜସ୍ଥାନ ଏବଂ ମଧ୍ୟପ୍ରଦେଶ, ପଶ୍ଚିମବଙ୍ଗ ଏବଂ ହରିୟାଣାର କିଛି ଅଂଶ ଜୋନ୍-୨ ବର୍ଗରେ ରଖାଯାଇଛି। ଏଠାରେ ଭୂକମ୍ପ କମ୍ପନ ଝଟକା କମ୍ ଅନୁଭୂତ ହୋଇଥାଏ।
ଭୂକମ୍ପ ଅନୁଭୂତ ହେବା ନେଇ ପୂର୍ବାନୁମାନ କରାଯାଇ ପାରିବ ନାହିଁ। ଏହା କେବେ ଘଟିବ ତାହା କେହି ଜାଣନ୍ତି ନାହିଁ। ଏହା ପରବର୍ତ୍ତୀ ମୁହୂର୍ତ୍ତରେ ହୋଇପାରେ କିମ୍ବା ଏକ ମାସ ପରେ ହୋଇପାରେ ଅଥବା ଶହ ଶହ ବର୍ଷ ପରେ ମଧ୍ୟ ହୋଇପାରେ। ବିଗତ ୧୫୦ ବର୍ଷ ମଧ୍ୟରେ ହିମାଳୟ ଅଞ୍ଚଳରେ ଚାରୋଟି ବଡ଼ ଭୂକମ୍ପ ଝଟକା ରେକର୍ଡ କରାଯାଇଛି। ଯାହା ମଧ୍ୟରେ ୧୮୯୭ ମସିହାରେ ସିଲଂ, ୧୯୦୫ ମସିହାରେ କାଙ୍ଗ୍ରା, ୧୯୩୪ ମସିହାରେ ବିହାର-ନେପାଳ ସୀମା ଏବଂ ୧୯୫୦ ମସିହାରେ ଆସାମରେ ଅନୁଭୂତ ହୋଇଥିବା ଭୂମିକମ୍ପ ସାମିଲ ରହିଛି। ଏହି ତଥ୍ୟରୁ ମଧ୍ୟ ଭୂକମ୍ପର ବାରମ୍ବାରତା ବିଷୟରେ କିଛି କୁହାଯାଇପାରିବ ନାହିଁ। ୧୯୯୧ ଉତ୍ତରକାଶୀରେ ଭୂମିକମ୍ପ ଅନୁଭୂତ ହୋଇଥିଲା। ଏହା ପରେ ୧୯୯୯ ମସିହାରେ ଚାମୋଲି ଏବଂ ୨୦୧୫ ବର୍ଷରେ ନେପାଳରେ ଭୟାବହ ଭୂକମ୍ପର ଝଟକା ଅନୁଭୂତ ହୋଇଥିଲା।
Also Read: Earthquake: କ'ଣ ପଶୁଙ୍କ ପାଖରେ ରହିଛି ଭୂକମ୍ପ ଚିହ୍ନଟ କରିବାର ଶକ୍ତି? ଗବେଷାଣାରୁ ମିଳିଲା ଏପରି ତଥ୍ୟ
ଭୂମିକମ୍ପକୁ ନେଇ ଭୟଭୀତ ହେବା ପରିବର୍ତ୍ତେ ଏହାର ମୁକାବିଲା ପାଇଁ କେବଳ ଏହାର ପ୍ରସ୍ତୁତିକୁ ମଜବୁତ କରିବାକୁ ହେବ। ଯାହାଫଳରେ ଭୂକମ୍ପ କାରଣରୁ ହେଉଥିବା ଧନ ଜନ କ୍ଷୟକ୍ଷତିକୁ ଅନେକାଂଶରେ କମ କରାଯାଇ ପାରିବ। ଭୂମିକମ୍ପର ମୁକାବିଲା ପାଇଁ ଏଥିପାଇଁ ନିର୍ମାଣ କାର୍ଯ୍ୟକୁ ଭୂକମ୍ପ ପ୍ରତିରୋଧୀ କରାଯିବା ଆବଶ୍ୟକ। ଭୂକମ୍ପ ସମୟରୁ କିମ୍ବା ପୂର୍ବରୁ ଅଥବା ପରେ ଏହାର ମୁକାବିଲା ପ୍ରସ୍ତୁତି ବିଷୟରେ ଲୋକଙ୍କୁ ସଚେତନ କରାଯିବା ଆବଶ୍ୟକ। ବର୍ଷକୁ ଅତି କମରେ ଥରେ ଏନେଇ ମକ୍ ଡ୍ରିଲ୍ କରାଯିବା ଦରକାର।