ନ୍ୟୁୟୋର୍କ: ପୁରୁଣା ପତ୍ନୀଙ୍କୁ ଝୁରୁଛନ୍ତି ବିଶ୍ୱର ଅନ୍ୟତନ ଧନୀ ବ୍ୟକ୍ତି Bill Gates। ଛାଡପତ୍ର ଦେବା ପରେ ପୁଣି ଥରେ ସେ ମେଲିଣ୍ଡାଙ୍କୁ ବିବାହ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ବିଲ୍ ସିଧାସଳଖ ନିଜ ପୂର୍ବ ପତ୍ନୀ ମେଲିଣ୍ଡାଙ୍କୁ ନୁହଁ ବରଂ ରବିବାର ଏକ ସାକ୍ଷାତକାରରେ ନିଜର ମନର କଥାକୁ ଖୋଲି କହିଛନ୍ତି। ସେ ପୁଣି ଥରେ ନିଜର ପୁରୁଣା ଦିନକୁ ଫେରିବାରୁ ଚାହୁଁଛନ୍ତି ବୋଲି ସଙ୍କେତ ଦେଇଛନ୍ତି।  


COMMERCIAL BREAK
SCROLL TO CONTINUE READING

ମାଇକ୍ରୋସଫ୍ଟ ମାଲିକ (Microsoft founder) ବିଲ୍ ଗେଟ୍ସ, ନିକଟରେ ଲଣ୍ଡନର ସଣ୍ଡେ ଟାଇମ୍ସକୁ ଏକ ସାକ୍ଷାତକାର ଦେଇଛନ୍ତି। ଯାହାକୁ ନେଇ ଏବେ ବିଶ୍ୱବ୍ୟାପୀ ଚର୍ଚ୍ଚା ଚାଲିଛି। ସାକ୍ଷାତକାର ବିଲ୍ ଗେଟ୍ସ, ତାଙ୍କ ପୂର୍ବ ପତ୍ନୀ ମେଲିଣ୍ଡା ଗେଟ୍ସ (Melinda Gates) ଙ୍କ ସହ ତାଙ୍କ ଛାଡପତ୍ର ବିଷୟରେ ଚର୍ଚ୍ଚା କରିଥିଲେ। ବିଲ୍ (Bill Gates) ତାଙ୍କର ୨୭ ବର୍ଷର ବିବାହରେ କୌଣସି ଅନୁତାପ କରିନାହାନ୍ତି ଏବଂ ସେ ପୁଣି ଥରେ ତାହାକୁ ମେଣ୍ଟେନ୍ କରିବେ ବୋଲି କହିଥିଲେ। ତେବେ ଏଥିରୁ ସ୍ପଷ୍ଟ ହେଉଛି ଯେ, ବିଲ, ତାଙ୍କ ପୂର୍ବ ପତ୍ନୀ ମେଲିଣ୍ଡାଙ୍କୁ ଝୁରୁଛନ୍ତି ଓ ତାଙ୍କ ସହ ପୁଣି ଥରେ ଜୀବନ ଅତିବାହିତ କରିବାକୁ ଚାହୁଁଛନ୍ତି।


Also Read: 'ଯୁଦ୍ଧରୁ କେହି ଲାଭବାନ ହୁଅନ୍ତି ନାହିଁ ବରଂ ସମସ୍ତେ କ୍ଷତି ସହିବେ'


ଗତ ବର୍ଷ ଏକ ମିଳିତ ବିବୃତ୍ତିରେ ବିଲ୍ ଓ ମିଲେଣ୍ଡା ସେମାନଙ୍କ ଛାଡପତ୍ର ଘୋଷଣା କରିଥିଲେ। ଯେଉଁଠାରେ ସେମାନେ କହିଥିଲେ ଯେ, ସେମାନେ ଆଉ ନିଜକୁ ଦମ୍ପତି ଭାବରେ ଆଗକୁ ବଢୁ ନାହାଁନ୍ତି। ଏକ ସାକ୍ଷାତକାରରେ, ମାଇକ୍ରୋସଫ୍ଟ ପ୍ରତିଷ୍ଠାତା ତାଙ୍କ ପୂର୍ବ ପତ୍ନୀ ମେଲିଣ୍ଡା କିମ୍ବା ବିବାହ ପ୍ରତି କୌଣସି କଟୁ ଭାବନା ନଥିବା ବିଷୟରେ କହିଥିଲେ। ସେ କହିଥିଲେ, "ପିଲାମାନେ ଘରୁ ବାହାରିବାବେଳେ ପ୍ରତ୍ୟେକ ବିବାହ ଏକ ପରିବର୍ତ୍ତନ ମଧ୍ୟ ଦେଇ ଗତି କରିବ। ମୋର ଦୁଃଖର ବିଷୟ ଛାଡପତ୍ର ନାମକ ଏହି ପରିବର୍ତ୍ତନକୁ ଗତି କରିଛି। କିନ୍ତୁ ମୋ ଦୃଷ୍ଟିକୋଣରୁ ଏହା ଏକ ସର୍ବକୃଷ୍ଟ ବିବାହ ଥିଲା। ମୁଁ ଏହାକୁ ପରିବର୍ତ୍ତନ କରି ନ ଥା'ନ୍ତି। ଆପଣ ଜାଣନ୍ତି, ମୁଁ ଅନ୍ୟ କାହାକୁ ବିବାହ କରିବାକୁ ପସନ୍ଦ କରିବି ନାହିଁ। ମୁଁ ମେଲିଣ୍ଡାଙ୍କୁ ପୁନର୍ବାର ବିବାହ କରିପାରିବି କି?"


୧୯୯୪ରେ ବିବାହ ବନ୍ଧନରେ ବାନ୍ଧି ହେବା ପୂର୍ବରୁ ବିଲ୍ ଏବଂ ମେଲିଣ୍ଡା ସାତ ବର୍ଷ ପାଇଁ ଡେଟ୍ କରିଥିଲେ। ସେମାନଙ୍କ ତିନୋଟି ସନ୍ତାନ- ଝିଅ ଜେନିଫର୍ (୨୬), ପୁଅ ରୋରୀ (୨୨) ଏବଂ ଅନ୍ୟ ଜଣେ ଝିଅ ଫୋବେ(୧୯) ଅଛନ୍ତି। ଜେନିଫର ଜଣେ ବ୍ୟବସାୟୀଙ୍କୁ ବିବାହ କରିଛନ୍ତି। ବିଲ୍ ଅନ୍ୟ ଜଣେ ମହିଳାଙ୍କ ସହ ସମ୍ପର୍କ ରଖୁଥିବା ସନ୍ଦେହରେ ମେଲିଣ୍ଡା ତାଙ୍କୁ ଛାଡପତ୍ର ଦେଇଥିବା କୁହାଯାଉଛି। ଗତବର୍ଷ ଯେତେବେଳେ ବିଲ୍ ଏବଂ ମେଲିଣ୍ଡା ଅଲଗା ହୋଇଥିଲେ ସତ, କିନ୍ତୁ ବିଲ୍ ଏବଂ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନକୁ ମିଳିତ ଭାବରେ ପରିଚାଳନା କରୁଥିବାରୁ ସେମାନଙ୍କର ସମ୍ପର୍କ ରହିଛି। ତେବେ ଏହା ଏକ ଜଟିଳ ତଥା ନିକଟତର ସମ୍ପର୍କ ଓ ବ୍ୟକ୍ତିଗତ ଜୀବନରେ ଅଲଗା ହେବା ସତ୍ତ୍ୱେ ସେମାନେ ଏକାଠି କାମ କରି ବହୁତ ଖୁସି ଅଛନ୍ତି ବୋଲି ମାଇକ୍ରୋସଫ୍ଟ ପ୍ରତିଷ୍ଠାତା କହିଛନ୍ତି।