ନୂଆଦିଲ୍ଲୀ: ଭାରତର (India) ଓ୍ୱାରେନ ବଫେଟ (Waren Buffet) ନାଁରେ ପରିଚିତ ଥିବା ଭେଟେରାନ ନିବେଶକ (Investor) ରାକେଶ ଝୁଞ୍ଜୁନୱାଲାଙ୍କ (Rakesh JhunJhunwala) ରବିବାର ସକାଳେ ଦେହାନ୍ତ (Pasess Away) ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୨ ବର୍ଷ ହୋଇଥିଲା। ସେ ଉଭୟ ବ୍ୟବସାୟୀ (Business) ଏବଂ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ (Chartered Accountants) ଏବଂ ଦେଶର ସବୁଠାରୁ ଧନୀ ବ୍ୟକ୍ତି ଥିଲେ। ହଙ୍ଗାମା ମିଡିଆର (Hungama Media) ଚେୟାରମ୍ୟାନ ରହିସାରିଛନ୍ତି। ଏହା ସହିତ ଆପ୍ଟେକର ମଧ୍ୟ ଚେୟାରମ୍ୟାନ୍ ରହିଥିଲେ। ଭାଇସରୟ ହୋଟେଲ (Vicroy), କନକର୍ଡ ବାୟୋଟେକ୍, ପ୍ରୋ-ଭୋଗ୍ ଇଣ୍ଡିଆ ଏବଂ ଜିଓଜିତ୍ ଆର୍ଥିକ ସେବା ନିର୍ଦ୍ଦେଶକ ମଧ୍ୟ ରହିସାରିଛନ୍ତି ରାକେଶ।


COMMERCIAL BREAK
SCROLL TO CONTINUE READING

କଲେଜରେ ପଢିବା ବେଳେ ଯେତେବେଳେ ଝୁଞ୍ଜ୍ଜୁନୱାଲା ଷ୍ଟକ ମାର୍କେଟରେ ଇନଭେଷ୍ଟ କରିବା ଆରମ୍ଭ କରିଦେଇଥିଲେ। ପରବର୍ତ୍ତନ ସମୟରେ ସେ ଚାଟାର୍ଡା ଆକାଉଣ୍ଟ କରିବା ପାଇଁ ଇନଷ୍ଟିଚ୍ୟୁଟ୍ ଅଫ୍ ଚାର୍ଟାର୍ଡ ଆକାଉଣ୍ଟାଣ୍ଟସ୍ ଅଫ୍ ଇଣ୍ଡିଆରେ ନାମ ଲେଖାଇଥିଲେ। କିନ୍ତୁ ସ୍ନାତକ ହାସଲ କରିବା ପରେ ସେ ଦଲାଲ ଷ୍ଟ୍ରିଟରେ ହେଡଫିରଷ୍ଟକୁ ଡେଇଁବାକୁ ନିଷ୍ପତ୍ତି ନେଇଥିଲେ। ୧୯୮୫ରେ ଝୁନଜୁନୱାଲା ୫ ହଜାର ଟଙ୍କା ପୁଞ୍ଜି ବିନିଯୋଗ କରିଥିଲେ। ସେପ୍ଟେମ୍ବର ୨୦୧୮ ସୁଦ୍ଧା ସେହି ପୁଞ୍ଜି ୧୧ ହଜାର କୋଟି ଟଙ୍କାକୁ ବୃଦ୍ଧି ପାଇଥିଲା।


ତାଙ୍କ ପିତାଙ୍କ ସାଙ୍ଗମାନଙ୍କ ସହିତ ଷ୍ଟକ୍ ମାର୍କେଟ ବିଷୟରେ ଆଲୋଚନା କରିବା ପରେ ଝୁନଜୁନୱାଲା ଏଥିରେ ଆଗ୍ରହ ପ୍ରକାଶ କଲେ। ଝୁନଜୁନୱାଲା ତାଙ୍କ ବାପାଙ୍କ ଉଦ୍ଧେଶ୍ୟରେ କହିଛନ୍ତି ଯେ ସେ ନିୟମିତ ଭାବେ ଖବରକାଗଜ ପଢ଼ିବା ଉଚିତ୍ କାରଣ ଏହି ଖବର ହିଁ ଷ୍ଟକ୍ ମାର୍କେଟରେ ପରିବର୍ତ୍ତନ ଆଣିଥିଲା। ତାଙ୍କ ବାପା ତାଙ୍କୁ ଷ୍ଟକ୍ ମାର୍କେଟରେ ଡବଲ୍ କରିବାକୁ ଅନୁମତି ଦେଇଥିବାବେଳେ ସେ ଆର୍ଥିକ ସହାୟତା ଦେବାକୁ ମନା କରିଦେଇଥିଲେ ଏବଂ ରିପୋର୍ଟ ଅନୁଯାୟୀ ବନ୍ଧୁମାନଙ୍କୁ ଟଙ୍କା ମାଗିବାକୁ ବାରଣ କରିଥିଲେ।


ସୂଚନାଯୋଗ୍ୟ ୧୯୮୫ରେ ସେ କଲେଜରେ ପଢୁଥିବା ସମୟରେ ଷ୍ଟକ୍ ମାର୍କେଟରେ ପୁଞ୍ଜି ବିନିଯୋଗ ଆରମ୍ଭ କରିଥିଲେ। ସେତେବେଳେ ବିଏସଏଫ ସେନସେକ୍ସ ପାଖାପାଖି ୧୫୦ ପଏଣ୍ଟ ଥିଲା ଏବଂ ଝୁନଝୁନୱାଲା ମାତ୍ର ୫ ହଜାର ଟଙ୍କାରୁ ପୁଞ୍ଜି ବିନିଯୋଗ ଆରମ୍ଭ କଲେ। ତେବେ, ଏହି ପରିମାଣ ମଧ୍ୟ ସେତେବେଳେ ବହୁତ ଅଧିକ ଥିଲା। ଝୁନଝୁନୱାଲାଙ୍କର ମୋଟ ନିଟ୍ ମୂଲ୍ୟ ପ୍ରାୟ ୩୯ କୋଟି ଟଙ୍କା ଥିଲା ।


ଟାଟା ଚାରୁ ତାଙ୍କର ଷ୍ଟକ ବଜାରରେ ବିଜୟ ଯାତ୍ରା ଆରମ୍ଭ ହୋଇଥିଲା। ୧୯୮୬ ମସିହାରେ ମସିହାରେ ଝୁନଝୁନଓ୍ୱାଲା ୫ ଲକ୍ଷ ଲାଭ ପାଇଥିଲେ ଝୁନଝୁନଓ୍ୱାଲା।​| ସେ ଟାଟା ଚା’ର ୫ ହଜାର ସେୟାର କିଣିଥିଲେ। ଖୁବ୍ ଶୀଘ୍ର ଏହା ମାତ୍ର ତିନି ମାସ ମଧ୍ୟରେ ୧୪୩ ସ୍ତରରେ ପହଞ୍ଚିଲା। ତାଙ୍କ ଟଙ୍କା ୩ ଗୁଣରୁ ଅଧିକ ବୃଦ୍ଧି ପାଇଲା।


ଷ୍ଟକ୍ ମାର୍କେଟରେ ବିଗ୍ ବୁଲ ଭାବରେ ଜଣାଶୁଣା ଝୁନଝୁନଓ୍ୱାଲା ହର୍ଷଦ ମେହେଟ୍ଟାଙ୍କ ସମୟରେ ଏକ ବିୟର ଭାବରେ ବ୍ୟବହାର କରୁଥିଲେ। ହର୍ଷଦ ମେହେଟ୍ଟା ଘୋଟାଲା ପରେ ସେୟାର ବିକ୍ରି କରି ଜୁନଜୁନୱାଲା ବହୁତ ଟଙ୍କା ରୋଜଗାର କରିଥିଲେ। ଏକ ସାକ୍ଷାତକାରରେ ଝୁନଝୁାୱାଲା ନିଜେ କହିଥିଲେ ଯେ ସେ ସେୟାର ବିକ୍ରି କରି ବହୁତ ଟଙ୍କା ରୋଜଗାର କରିଥିଲେ।ଏହିପରି ଏକ ବିୟର କାର୍ଟେଲ ମନୁ ମାନେକଙ୍କ ଦ୍ୱାରା ପରିଚାଳିତ ହୋଇଥିଲା, ଯାହାକି ବ୍ଲାକ୍ କୋବ୍ରା ଭାବରେ ଜଣାଶୁଣା, ଏଥିରେ ଅନ୍ୟମାନଙ୍କ ମଧ୍ୟରେ ରାଧାକୀଶନ୍ ଦାମନୀ ଏବଂ ରାକେଶ ଝୁନଝୁନଓ୍ୱାଲା ପ୍ରମୁଖ ସାମିଲଥିଲେ । ଏହି ସବୁ ହର୍ଷଦ ମେହେଟ୍ଟା ଉପରେ ନିର୍ମିତ ୱେବ୍ ସିରିଜ୍ ସ୍କାମ ୧୯୯୨ରେ ମଧ୍ୟ ଉଲ୍ଲେଖ କରାଯାଇଛି। ସାମ୍ବାଦିକ ସୁଚେତା ଦଲାଲ ୧୯୯୨ରେ ହର୍ଷଦ ମେହେଟ୍ଟା ଘୋଟାଲାର ପର୍ଦ୍ଦାଫାସ କରିଥିଲେ। ଯାହା ପରେ ସେୟାର ମାର୍କେଟ ଭୁଶୁଡ଼ି ପଡ଼ିଥିଲା। 


୧୯୮୭ ମସିହାରେ ରାକେଶ ଝୁନଝୁନଓ୍ୱାଲା ଧର୍ମପତ୍ନୀ ରେଖା ଝୁନଝୁନଓ୍ୱାଲାଙ୍କୁ ବିବାହ କରିଥିଲେ। ସେ ମଧ୍ୟ ଜଣେ ଷ୍ଟକ ମାର୍କେଟରେ ନିବେଶକ ଥିଲେ। ୨୦୦୩ ମସିହାରେ ରାକେଶ ନିଜର ଏକ ଟ୍ରେଡ଼ିଂ ସଂସ୍ଥା ଆରମ୍ଭ କରିଥିଲେ। ଯାହାର ନାଁ ରେୟାର ଏଣ୍ଟରପ୍ରାଇଜ ରହିଥିଲେ। ନିଜର ଏବଂ ନିଜ ପତ୍ନୀଙ୍କର ନାଁରେ ଏହାର ଶୁଭାରମ୍ଭ କରିଥିଲେ। 


ସାର୍ବଜନୀନ ଡୋମେନରେ ରାକେଶ ଝୁନଝୁନଓ୍ୱାଲା ଏବଂ ଆସୋସିଏଟ୍ସଙ୍କ ନିକଟରେ ବର୍ତ୍ତମାନ ସୁଦ୍ଧା ପ୍ରାୟ ୩୩ଟି ଷ୍ଟକ୍ ରହିଛି। ଯାହାର ମୂଲ୍ୟ ପ୍ରାୟ ୨୫,୮୪୨.୩ କୋଟିରୁ ଅଧିକ। ଟ୍ରେଣ୍ଡଲାଇନ ଅନୁଯାୟୀ ଏହି ସେୟାର ଗୁଡ଼ିକ ମଧ୍ୟରେ ଟାଇଟାନ କମ୍ପାନୀ, ଟାଟା ମୋଟର୍ସ, ଷ୍ଟାର ହେଲଥ ଏବଂ ଆଲାଇଡ୍ ଇନସୁରାନ୍ସ କମ୍ପାନୀ, ମେଟ୍ରୋ ବ୍ରାଣ୍ଡସ୍, ଫୋର୍ଟିସ୍ ହେଲଥ କେୟାର, ନଜାରା ଟେକ୍ନୋଲୋଜି, ଫେଡେରାଲ ବ୍ୟାଙ୍କ, ଡେଲଟା କର୍ପ, ଡିବି ରିଅଲିଟି ଏବଂ ଟାଟା କମ୍ୟୁନିକେସନ୍ ଭଳି ଷ୍ଟକ୍ ତାଙ୍କ ନିକଟରେ ରହିଛି। ତାଙ୍କର ସବୁଠାରୁ ମୂଲ୍ୟବାନ ତାଲିକାଭୁକ୍ତ ହୋଲଡିଂ ହେଉଛି ଘଣ୍ଟା ଏବଂ ଅଳଙ୍କାର ନିର୍ମାତା ଟାଇଟାନ୍, ଯାହାର ମୂଲ୍ୟ ୮୮୩୦.୯ କୋଟି ଟଙ୍କା। ଏହା ପରେ ଷ୍ଟାର ହେଲଥ ଏବଂ ଆଲିଏଡ୍ ଇନସୁରାନ୍ସ କମ୍ପାନୀ ୪୯୫୭.୧ କୋଟି ଟଙ୍କା ଏବଂ ମେଟ୍ରୋ ବ୍ରାଣ୍ଡ ୨୩୯୧.୩ କୋଟି ଟଙ୍କା ରହିଛି।