COMMERCIAL BREAK
SCROLL TO CONTINUE READING

UNESCO World Heritage: ଯେବେ ଠାରୁ ଦୁର୍ଗା ପୂଜାକୁ ୟୁନେସ୍କୋ ବିଶ୍ୱ ଐତିହ୍ୟ ତାଲିକାରେ ଅନ୍ତର୍ଭୂକ୍ତ କରିଛି  ସେବେ ଠାରୁ ସରଗରମ ହେବାରେ ଲାଗିଛି ରାଜନୀତି। ବର୍ତ୍ତମାନ ଏହାର ଶ୍ରେୟ ନେବାକୁ ନେଇ ମୁହାଁମୁହିଁ ହୋଇଛନ୍ତି କେନ୍ଦ୍ରରେ କ୍ଷମତାସୀନ ବିଜେପି ଏବଂ ପଶ୍ଚିମବଙ୍ଗରେ କ୍ଷମତାସୀନ ଟିଏମସି ସରକାର। ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସକ୍ରିୟ ହେବା ପରେ ବର୍ତ୍ତମାନ କେନ୍ଦ୍ର ସଂସ୍କୃତି ବ୍ୟାପାର ମନ୍ତ୍ରୀ ମୀନାକ୍ଷୀ ଲେଖୀ ତାଙ୍କୁ ଟାର୍ଗେଟ କରିଛନ୍ତି। ଏନେଇ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ କେବଳ ବ୍ୟବସ୍ଥା କରିବା ଦ୍ୱାରା କୌଣସି କାର୍ଯ୍ୟକ୍ରମକୁ ବିଶ୍ୱ ଐତିହ୍ୟ ମାନ୍ୟତା ମିଳି ନଥାଏ। ଦିଲ୍ଲୀ ସିଆର ପାର୍କ ଏବଂ ପହାଡଗଞ୍ଜ ଠାରେ ହେଉଥିବା ଦୁର୍ଗା ପୂଜାରେ କୋଲକାତା ଅପେକ୍ଷା ଅଧିକ ଭଲ ବ୍ୟବସ୍ଥା କରା ଯାଇଥାଏ।


କେନ୍ଦ୍ର ସଂସ୍କୃତି ରାଷ୍ଟ୍ରମନ୍ତ୍ରୀ ମୀନାକ୍ଷୀ ଲେଖୀ (Union Minister of State for Culture Meenakshi Lekhi) କହିଛନ୍ତି ଯେ ଦୁର୍ଗା ପୂଜାକୁ (Durga Puja) ୟୁନେସ୍କୋ  ବିଶ୍ୱ ଐତିହ୍ୟ (UNESCO World Heritage) ମାନ୍ୟତା  ପ୍ରଦାନ କରିବାରେ ସେହି ଅଣ ବଙ୍ଗୀୟଙ୍କ ଅବଦାନ ରହିଛି ଯେଉଁମାନେ ଏହା ପାଇଁ ନିରନ୍ତର କାର୍ଯ୍ୟ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ କେନ୍ଦ୍ର ସରକାରଙ୍କ ଦ୍ୱାରା କରାଯାଇଥିବା ଅନେକ ଉଦ୍ୟମ ପାଇଁ ଦୁର୍ଗା ପୂଜା ୟୁନେସ୍କୋ ମାନ୍ୟତା ପାଇଛି।


ୟୁନେସ୍କୋ ବିଶ୍ୱ ଐତିହ୍ୟ ତାଲିକାରେ ଦୁର୍ଗା ପୂଜା ଅନ୍ତର୍ଭୂକ୍ତ ହେବା ପରେ ଏହାକୁ ନେଇ ସରଗରମ ହୋଇଉଠିଛି ରାଜନୀତି। ପଶ୍ଚିମବଙ୍ଗ ସରକାର (West Bengal Govt) ଏହା ଦର୍ଶାଇବାକୁ ଚେଷ୍ଟା କରା ଯାଇଥିଲା ଯେ, ଦୁର୍ଗା ପୂଜା ପାଇଁ କିପରି ସେମାନେ ଏପରି ଉତ୍କୃଷ୍ଟ ବ୍ୟବସ୍ଥା କରିଛନ୍ତି। ଯାହା ଫଳରେ ଏହାକୁ ବିଶ୍ୱ ଐତିହ୍ୟ ତାଲିକାରେ ଅନ୍ତର୍ଭୁକ୍ତ କରାଯାଇଛି। ହେଲେ ବର୍ତ୍ତମାନ କେନ୍ଦ୍ର ସରକାରଙ୍କ (Govt of India) ପକ୍ଷରୁ କେନ୍ଦ୍ରମନ୍ତ୍ରୀ ମୀନାକ୍ଷୀ ଲେଖୀ ବଙ୍ଗଳା ସରକାରଙ୍କ ପକ୍ଷରୁ କରା ଯାଇଥିବା ଉଦ୍ୟମକୁ ଟାର୍ଗେଟ କରି କହିଛନ୍ତି ଯେ ବିଗତ ୩-୪ ବର୍ଷ ଧରି ସଂସ୍କୃତି, ଶିକ୍ଷା ଏବଂ ବିଦେଶ ମନ୍ତ୍ରଣାଳୟର ନିରନ୍ତର ଉଦ୍ୟମ ପାଇଁ ଲାଗି ଦୁର୍ଗା ପୂଜା ବିଶ୍ୱ ଐତିହ୍ୟ ତାଲିକାରେ ସ୍ଥାନ ପାଇଛି। କେନ୍ଦ୍ରମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ ପୂର୍ବରୁ ଏହି ତାଲିକାରେ କୁମ୍ଭ ମେଳାକୁ (Kumbh Mela) ସ୍ଥାନ ଦେବା ପାଇଁ କେନ୍ଦ୍ର ସରକାର ପ୍ରସ୍ତାବ ପଠାଇଛନ୍ତି। ଏଥର କେନ୍ଦ୍ର ସରକାର ଦଶହରା ଏବଂ ନବରାତ୍ରୀ ଅବସରରେ ହେଉଥିବା ଗରବା (Dussehra Navratri Garba) କାର୍ଯ୍ୟକ୍ରମର ନାମ ପଠାଇଛନ୍ତି। 


Also Read: Durga Puja Celebration: ଦୁର୍ଗା ପୂଜା ବାବଦରେ ବଡ଼ ନିଷ୍ପତ୍ତି ନେଲେ ପଶ୍ଚିମବଙ୍ଗ ସରକାର


ରାଜ୍ୟର ଗଣପର୍ବ କୁହାଯାଉଥିବା ଦୁର୍ଗା ପୂଜା ବାବଦରେ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି ପଶ୍ଚିମବଙ୍ଗ ସରକାର। ରାଜ୍ୟରେ ଦୁର୍ଗା ପୂଜା ଆୟୋଜନ କରୁଥିବା କମିଟି ଲାଗି ୬୦ ହଜାର ଟଙ୍କାର ଅନୁଦାନ ଘୋଷଣା କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ପୂର୍ବରୁ ରାଜ୍ୟର ଦୁର୍ଗା ପୂଜା କମିଟି ଲାଗି ୫୦ ହଜାର ଟଙ୍କାର ସହାୟତା ଦେଉଥିଲେ ପଶ୍ଚିମବଙ୍ଗ ସରକାର। ଅଗଷ୍ଟ ୨୨ ତାରିଖ ସୋମବାର ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି ଅନୁଦାନ ରାଶି ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି। ପୂଜା କମିଟି ଦ୍ୱାରା ଦିଆଯାଉଥିବା ବିଦ୍ୟୁତ୍ ଶୁଳ୍କ ଉପରେ ମଧ୍ୟ ରିହାତି ବର୍ତ୍ତମାନ ୫୦ ପ୍ରତିଶତରୁ ୬୦ ପ୍ରତିଶତକୁ ବୃଦ୍ଧି କରାଯାଇଛି।