ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ (MS Dhoni) ଅଫିସିଆଲ୍ ଟ୍ୱିଟର (Twitter) ଆକାଉଣ୍ଟରୁ ବ୍ଲୁ ଟିକ୍ (Blue Tick) ହଟାଇ ଦିଆଯାଇଛି ।କୁହାଯାଉଛି ଯେ ସେ ଦୀର୍ଘ ଦିନ ଧରି ନିଜ ଟ୍ୱିଟର ବ୍ୟବହାର କରିନାହାଁନ୍ତି । ଏହି କାରଣରୁ ତାଙ୍କ ଟ୍ୱିଟର ଆକାଉଣ୍ଟରୁ ବ୍ଲୁ ଟିକ୍ ହଟାଇ ଦିଆଯାଇଛି । ଧୋନି ଗତ ଜାନୁଆରୀ ୨୦୨୧ ରେ ଟ୍ୱିଟ୍ କରିଥିଲେ । ସେ ୨୦୧୮ ପରଠାରୁ ଟ୍ୱିଟରରେ ଖୁବ୍ କମ୍ ଟ୍ୱିଟ୍ କରୁଛନ୍ତି ।


COMMERCIAL BREAK
SCROLL TO CONTINUE READING

ମହେନ୍ଦ୍ର ସିଂ ଧୋନି (MS Dhoni) ) ଗତ ବର୍ଷ ୧୫ ଅଗଷ୍ଟରେ ଅନ୍ତର୍ଜାତୀୟ କ୍ରିକେଟରୁ (International cricket) ବିଦାୟ ନେଇଥିଲେ । ସେ ଏହି ନିଷ୍ପତ୍ତିକୁ ଇନଷ୍ଟାଗ୍ରାମରେ ଘୋଷଣା କରିଥିଲେ । ତେବେ ସେ ୨୦ ଅଗଷ୍ଟରେ କେବଳ ଟ୍ୱିଟର ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଧନ୍ୟବାଦ ପତ୍ରର ଉତ୍ତର ଦେଇଥିଲେ । ଏହା ପରେ ସେ ସେପ୍ଟେମ୍ବରରେ ଭାରତୀୟ ବାୟୁସେନା ବିଷୟରେ ମାତ୍ର ଦୁଇଟି ଟ୍ୱିଟ୍ କରିଛନ୍ତି ।



ଅଧିକ ପଢ଼ନ୍ତୁ: ପିଏମ ମୋଦିଙ୍କ ବଡ଼ ନିଷ୍ପତ୍ତି! ବଦଳିଲା 'ରାଜୀବ ଗାନ୍ଧୀ ଖେଳ ରତ୍ନ' ଆୱାର୍ଡ଼ର ନାମ


ଧୋନି ୨୦୧୯ ରେ ମୋଟ ସାତୋଟି ଟ୍ୱିଟ୍ କରିଥିଲେ । ଏହାପୂର୍ବରୁ, ୨୦୧୮ ପର୍ଯ୍ୟନ୍ତ ସେ ଟ୍ୱିଟରରେ ବହୁତ ସକ୍ରିୟ ଥିଲେ । ସେ ୨୦୧୮ ରେ ୨୦ ରୁ ଅଧିକ ଟ୍ୱିଟ୍ କରିଛନ୍ତି । ୨୦୧୯ ବିଶ୍ୱକପ୍ ପରଠାରୁ ଧୋନି ଅନ୍ୟ ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ ମଧ୍ୟ କମ୍ ସକ୍ରିୟ ଅଛନ୍ତି । ତେବେ ଗତ ବର୍ଷ ୧୫ ଅଗଷ୍ଟରେ ଇନଷ୍ଟାଗ୍ରାମରେ ଅନ୍ତର୍ଜାତୀୟ କ୍ରିକେଟକୁ ବିଦାୟ ଦେବା ପରେ ସେ ଚଳିତ ବର୍ଷ ୮ ଜାନୁଆରୀରେ ଆଉ ଏକ ପୋଷ୍ଟ କରିଥିଲେ । ଏହି ପୋଷ୍ଟଟି ତାଙ୍କର ଧର୍ମ ଓ ଜୈବିକ କୃଷି ବିଷୟରେ ଥିଲା ।