ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM narendra Modi) ବିଦେଶ ଗସ୍ତରେ ଅଛନ୍ତି ଓ ଏହି ସମୟରେ ସେ ଭାରତୀୟ ସମ୍ପ୍ରଦାୟ (Indian community) ର ଲୋକଙ୍କୁ ମଧ୍ୟ ଭେଟିଛନ୍ତି । ଜର୍ମାନୀର ଭାରତୀୟ ସମ୍ପ୍ରଦାୟକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦି (PM Modi) କହିଛନ୍ତି ଯେ, ସାରା ଦୁନିଆର ରିଅଲ ଟାଇମ ଡିଜିଟାଲ ପେମେଣ୍ଟରେ ବାରତର ଅଂଶ ୪୦ ପ୍ରତିଶତରୁ ଅଧିକ ଅଟେ । ଭାରତର ଯେକୌଣସି ଅଂଶକୁ ଯାଆନ୍ତୁ, ନଗଦ ନେବାର ଆବଶ୍ୟକତା ପ୍ରାୟ ଦୂର ହୋଇଯାଇଛି । ଏହା ଉପରେ ବଲିଉଡ ଅଭିନେତା କମାଲ ଆର ଖାନ (Bollywood Actor Kamal R. Khan) କଟାକ୍ଷ କରିଛନ୍ତି ।


COMMERCIAL BREAK
SCROLL TO CONTINUE READING

କମାଲ ଖାନ (Kamal Khan) ଏକ ଫଟୋ ସେୟାର କରିଛନ୍ତି କି ଯେଉଁଥିରେ ଜଣେ ବ୍ୟକ୍ତି ଖବରକାଗଜ ସହିତ ଦେଖାଯାଏ ଓ ଖବରକାଗଜରେ ପ୍ରକାଶ ପାଇଛି ଯେ ସମସ୍ତଙ୍କ ଆକାଉଣ୍ଟରେ ୧୫ ଲକ୍ଷ ଟଙ୍କା ଆସିବ । ଏହି ଫଟୋ ସେୟାର କରି କମାଲ ଖାନ ଲେଖିଛନ୍ତି ଯେ, '"ମୋଦିଜୀ କହିଛନ୍ତି ଯେ ବର୍ତ୍ତମାନ ଆକାଉଣ୍ଟରେ ଟଙ୍କା ସିଧାସଳଖ ପହଞ୍ଚୁଛି । ଏସବୁ କେବେ ଆସିବ । "


ଲୋକମାନେ ଦେଲେ ଏମିତି ପ୍ରତିକ୍ରିୟା


ବିକ୍ରମଦିତ୍ୟ ନାମକ ଜଣେ ୟୁଜର ଲେଖିଛନ୍ତି ଯେ, ଆମେ ୧୫ ଲକ୍ଷ ଟଙ୍କା ପାଇବା ପର୍ଯ୍ୟନ୍ତ ମୋଦିଜୀଙ୍କୁ ଯିବାକୁ ଦେବୁ ନାହିଁ । ସୁନୀଲ ଶର୍ମା ନାମକ ଜଣେ ୟୁଜର ଲେଖିଛନ୍ତି ଯେ ଆପଣ କାହିଁକି ଚାହୁଁଛନ୍ତି? ଆପଣଙ୍କ ଘର ଖର୍ଚ୍ଚ ଚାଲୁନାହିଁ କି? ବିକ୍ରାନ୍ତ ନାମକ ଜଣେ ୟୁଜର ଲେଖିଛନ୍ତି ଯେ ଗୋଟିଏ କାମ କରନ୍ତୁ ଭାଇ, ନିଜର ଆକାଉଣ୍ଟ ନମ୍ୱର ନରେନ୍ଦ୍ର ମୋଦିଜୀଙ୍କୁ ପଠାଇ ଦିଅନ୍ତୁ ।


ଅନ୍ୟ ଜଣେ ୟୁଜର ଲେଖିଛନ୍ତି ଯେ, ଆମେ ମୋଦିଜୀଙ୍କୁ ସେ ପର୍ଯ୍ୟନ୍ତ ଛାଡ଼ିବୁ ନାହିଁ, ଯେ ପର୍ଯ୍ୟନ୍ତ ସେ ଆମକୁ ଏହି ଟଙ୍କା ନ ଦେଉଛନ୍ତି । ଆମେ ପୁଣି ତାଙ୍କୁ ୨୦୨୪ରେ ଭୋଟ ଦେବୁ । ଆରିଫ ନାମକ ଜଣେ ୟୁଜର ଲେଖିଛନ୍ତି ଯେ ଭାଇ ସେ ୧୫-୧୫ ଲକ୍ଷ ସମସ୍ତଙ୍କ ଆକାଉଣ୍ଟରେ ଋଣ ଚଢ଼ାଇବେ ବୋଲି ଏପରି କହିଥିଲେ । ରାହୁଲ ଲେଖିଛନ୍ତି ଯେ ଆପଣଙ୍କର କ'ଣ ଆବଶ୍ୟକତା ରହିଛି ଆପଣ ତ ଦୁବାଇରେ ରହୁଛନ୍ତି । 


ଏହା ବି ପଢ଼ନ୍ତୁ:-ଏହି ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର, ପୁଣି ବଢ଼ିଲା ଦରମା


ଏହା ବି ପଢ଼ନ୍ତୁ:-'ମୁଁ ମୁସଲମାନ ହେବାକୁ ଚାହୁଁଛି କାରଣ ଏହି ଧର୍ମ ୪ଟି ବିବାହକୁ ଦେଇଥାଏ ଅନୁମତି'


ଏହା ବି ପଢ଼ନ୍ତୁ:-ବିଶେଷଜ୍ଞମାନେ କହିଲେ ଏପରି ଏକ ରହସ୍ୟ ଯାହା ଦ୍ୱାରା ଆପଣ ବଞ୍ଚିପାରିବେ ୧୦୦ ବର୍ଷ, ଜାଣନ୍ତୁ କିପରି...


 


ଚେତନ ନାମକ ଜଣେ ୟୁଜର ଲେଖିଛନ୍ତି ଯେ, ଯଦି ଆପଣ ଦୁବାଇରେ ବସିଛନ୍ତି ତେବେ ଆପଣ ମୋଦିଙ୍କୁ ଟଙ୍କା ଦେବା ବିଷୟରେ ଟ୍ୱିଟ୍ କରୁଛନ୍ତି କାହିଁକି? ଆପଣ ସମାଲୋଚନା ପାଇଁ ଗୋଟିଏ ପଇସାର ଯୋଗ୍ୟ ନୁହଁନ୍ତି । ମିଙ୍କି ନାମକ ୟୁଜର ଲେଖିଛନ୍ତି ଯେ, ପ୍ରଥମେ ୫୬ ଇଞ୍ଚିର ଆକାଉଣ୍ଟ ଖୋଲନ୍ତୁ ପରେ ୧୫ ଲକ୍ଷର କଥା କହିବେ ।