Maharashtra Karnataka Border Dispute: ମହାରାଷ୍ଟ୍ର-କର୍ଣ୍ଣାଟକ ମଧ୍ୟରେ ଚାଲିଥିବା ସୀମା ବିବାଦର ସମାଧାନ କରିବାକୁ ପ୍ରୟାସ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଏନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଉଭୟ ମହାରାଷ୍ଟ୍ର-କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀଙ୍କୁ ନେଇ ଡିସେମ୍ବର ୧୪ ତାରିଖ ବୁଧବାର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ହେଲେ ଏହି ସମୟରେ ମହାରାଷ୍ଟ୍ର ସରକାର ରାଜ୍ୟର ସୋଲାପୁର ଜିଲ୍ଲାରେ ଅବସ୍ଥିତ ୧୧ ଗ୍ରାମକୁ ନୋଟିସ ଜାରି କରିଛନ୍ତି। କାହିଁକି ଏହି ଗାଁ କର୍ଣ୍ଣାଟକ ସହ ମିଶିବା ପ୍ରସ୍ତାବ ଆଗତ କରିଛନ୍ତି ତାହାର ଜବାବ ରଖିବାକୁ ଜାରି ହୋଇଥିବା ନୋଟିସ ଜରିଆରେ କୁହାଯାଇଛି। ନୋଟିସ ଜାରି ହୋଇଥିବା ୧୧ ଗ୍ରାମ ମଧ୍ୟରୁ ୧୦ ଗାଁ ରାଜ୍ୟ ସରକାରଙ୍କୁ ଅବଗତ କରାଇଛନ୍ତି ଯେ ସେମାନେ ସେମାନଙ୍କ ଦ୍ୱାରା ପାରିତ ହୋଇଥିବା ପ୍ରସ୍ତାବକୁ ରଦ୍ଦ କରି ମହାରାଷ୍ଟ୍ରରେ ରହିବାକୁ ବିଚାର କରିଛନ୍ତି।


COMMERCIAL BREAK
SCROLL TO CONTINUE READING

ଏହି ଘଟଣାରେ ପ୍ରତିକ୍ରିୟା ରଖି ସ୍ଥାନୀୟ ବ୍ଲକ ଉନ୍ନୟନ ଅଧିକାରୀ ଗଣମାଧ୍ୟମକୁ କହିଛନ୍ତି ଯେ ବିଗତ କିଛି ଦିନ ମଧ୍ୟରେ ଆମେ ଅକ୍କାଲକୋଟ ତାଲୁକାର ପ୍ରାୟ ୧୧ ପଞ୍ଚାୟତକୁ କାରଣ ଦର୍ଶାଅ ନୋଟିସ ଜାରି କରିଯାଇଥିଲା। ଯେଉଁମାନେ କର୍ଣ୍ଣାଟକ ସହିତ ମିଶିବାକୁ ପ୍ରସ୍ତାବ ପାରିତ କରିଥିଲେ ସେମାନଙ୍କ ପାଖକୁ ଏହି ନୋଟିସ ପଠାଯାଇଛି। ରାଜ୍ୟ ବିରୋଧୀ କାର୍ଯ୍ୟକଳାପ କାରଣରୁ ଏହି ଗ୍ରାମକୁ ନୋଟିସ ପଠାଯାଇଛି। ଗଣମାଧ୍ୟମରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଜାରି ହୋଇଥିବା ନୋଟିସ ଜରିଆରେ କୁହାଯାଇଛି ଯେ ମହାରାଷ୍ଟ୍ର ସରକାର ରାଜ୍ୟର ଏହି ଗ୍ରାମକୁ ସରକାରୀ ସୁବିଧା ସୁଯୋଗ ଯୋଗାଇ ଦେଉଛନ୍ତି। ହେଲେ ଏହି ଗ୍ରାମ ପଞ୍ଚାୟତ ସରକାରଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ ସରକାରୀ ଯୋଜନା ବାବଦରେ ପଞ୍ଚାୟତବାସୀଙ୍କୁ ଅବଗତ କରାଇବେ ପରିବର୍ତ୍ତେ କାହିଁକି ଏପରି ନିଷ୍ପତ୍ତି ନେଇଛନ୍ତି?


ବ୍ଲକ ଉନ୍ନୟନ ଅଧିକାରୀ କହିଛନ୍ତି ଯେ ମଙ୍ଗଳବାର ପର୍ଯ୍ୟନ୍ତ ୧୦ ଗ୍ରାମ ପଞ୍ଚାୟତ ସେମାନଙ୍କୁ ଜାରି ହୋଇଥିବା ନୋଟିସ ଉପରେ ଜବାବ ଦାଖଲ କରିଛନ୍ତି। ଏହି ୧୧ ଗ୍ରାମ ପଞ୍ଚାୟତ ମଧ୍ୟରୁ ୧୦ ପଞ୍ଚାୟତ ପକ୍ଷରୁ କୁହାଯାଇଛି ଯେ, ସେମାନେ ସେମାନଙ୍କ ଦ୍ୱାରା ଆଗତ ହୋଇଥିବା ପ୍ରସ୍ତାବକୁ ବାତିଲ କରି ମହାରାଷ୍ଟ୍ର ସହିତ ରହିବାକୁ ଚାହୁଁଛନ୍ତି। ହେଲେ ଯେଉଁ ଗୋଟିଏ ଗ୍ରାମ ପଞ୍ଚାୟତ ରହିଯାଇଛି, ସେଠାକାର ସରପଞ୍ଚ ପଞ୍ଚାୟତରେ ଉପସ୍ଥିତ ନାହାଁନ୍ତି। 


Also Read: Border Dispute: ସୀମା ବିବାଦ ବେଳେ ପରସ୍ପରକୁ ଭେଟିଲେ ମହାରାଷ୍ଟ୍ର-କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ, ସୀମା ବିବାଦର ହୋଇପାରେ ସମାଧାନ


ନିଜ ନିର୍ବାଚନମଣ୍ଡଳୀ ଅଧିନସ୍ଥ ୧୧ ପଞ୍ଚାୟତକୁ ନୋଟିସ ଜାରି ହେବା ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ଅକ୍କାଲକୋଟ ବିଧାୟକ ସଚିନ କଲ୍ୟାଣଶେଟ୍ଟୀ। ଏନେଇ ବିଧାୟକ କହିଛନ୍ତି ଯେ ସମସ୍ତ ୧୧ ଗ୍ରାମ ପଞ୍ଚାୟତ ସେମାନଙ୍କ ପ୍ରସ୍ତାବ ପ୍ରତ୍ୟାହାର କରି ନେଇଛନ୍ତି। ମୁଁ ସେହି ୧୧ ପଞ୍ଚାୟତ ସହ ବୈଠକ କରି ସେଠାରେ କାର୍ଯ୍ୟକାରୀ ହେଉଥିବା ସରକାରୀ ପ୍ରକଳ୍ପ ବିଷୟରେ ସେମାନଙ୍କୁ ଜଣାଇଛି। ଏହି ସଭାରେ ଯୋଗ ଦେଇଥିବା ସରପଞ୍ଚ କୌଣସି ବିବାଦ ସୃଷ୍ଟି କରିନାହାଁନ୍ତି। ପଡୋଶୀ ସାଙ୍ଗଲି ଜିଲ୍ଲାର ଜାଟ ତାଲୁକା ମାମଲାରେ ରାଜ୍ୟ ସରକାର ଆର୍ଥିକ ପ୍ୟାକେଜ ଘୋଷଣା କରିବେ ବୋଲି ଆଶା କରି ଏହି ୧୧ ଗ୍ରାମପଞ୍ଚାୟତ ଏଭଳି ନିଷ୍ପତ୍ତି ନେଇଥିଲେ।


ଅଗଲାଗାଓଁ ସରପଞ୍ଚ ମଣ୍ଟୁସ ହାତୁରେ କହିଛନ୍ତି ଯେ ତାଙ୍କ ଗ୍ରାମ ପଞ୍ଚାୟତ କର୍ଣ୍ଣାଟକ ସହିତ ମିଶିବା ପାଇଁ ଏକ ପ୍ରସ୍ତାବ ପାରିତ କରିଥିଲା। କାରଣ ମହାରାଷ୍ଟ୍ର ସରକାର ତାଙ୍କ ପଞ୍ଚାୟତକୁ ଭଲ ରାସ୍ତା, ଜଳ, ବିଦ୍ୟୁତ୍ ଏବଂ ସ୍ୱାସ୍ଥ୍ୟସେବାଭଳି ମୌଳିକ ସୁବିଧା ଯୋଗାଇବାରେ ବିଫଳ ହୋଇଛନ୍ତି।


Also Read: Border Dispute: ଘନେଇଲାଣି କର୍ଣ୍ଣାଟକ-ମହାରାଷ୍ଟ୍ର ସୀମା ବିବାଦ, ମହାରାଷ୍ଟ୍ରକୁ ସତର୍କ କରାଇଲା କର୍ଣ୍ଣାଟକ


୧୯୫୬ ମସିହାରେ ଯେତେବେଳେ ସଂସଦରେ ରାଜ୍ୟ ପୁନର୍ଗଠନ ଅଧିନିୟମ ପାରିତ ହୋଇଥିଲା, ସେତେବେଳେ ଉଭୟ କର୍ଣ୍ଣାଟକ-ମହାରାଷ୍ଟ୍ର ଦାବି କରିଆସୁଥିଲେ ଯେ ସେମାନଙ୍କ ସୀମାରେ ଅବସ୍ଥିତ କିଛି ଗ୍ରାମ ଭାଷା ଆଧାରରେ ସେମାନଙ୍କ ରାଜ୍ୟରେ ଅନ୍ତର୍ଭୂକ୍ତ କରାଯାଉ। ବେଲାଗାଭୀ, ଖାନାପୁର, ନିପ୍ପାନୀ, ନନ୍ଦଗାଡ ଏବଂ କରୱାରର ସୀମାକୁ ନେଇ ଦୁଇ ରାଜ୍ୟ ମଧ୍ୟରେ ମତଭେଦ ରହିଛି। ମହାରାଷ୍ଟ୍ର-କର୍ଣ୍ଣାଟକ ମଧ୍ୟରେ ଚାଲିଥିବା ସୀମା ବିବାଦକୁ ନେଇ  ବେଲାଗାଭୀ ଅଞ୍ଚଳ ସର୍ବାଧିକ ଚର୍ଚ୍ଚାରେ ରହିଛି। ସଦ୍ୟ ପୁଣି ଥରେ ଏହି ବିବାଦ ଚର୍ଚ୍ଚାକୁ ଆସିଛି। ବେଲାଗାଭୀ ଉପରେ ଅଧିକାରୀ ଗତ ୭ ଡିସେମ୍ବରରୁ ମହାରାଷ୍ଟ୍ର-କର୍ଣ୍ଣାଟକ ମଧ୍ୟରେ ସୀମା ବିବାଦ ପୁଣି ଥରେ ତେଜିବାରେ ଲାଗିଛି।ଉଭୟ ରାଜ୍ୟର ସୀମା ଅଞ୍ଚଳରେ ପରସ୍ପରର ଗାଡିକୁ ଟାର୍ଗେଟ କରୁଛନ୍ତି। ଆସନ୍ତାବର୍ଷ କର୍ଣ୍ଣାଟକରେ ଅନୁଷ୍ଠିତ ହେବାକୁ ଯାଉଛି ବିଧାନସଭା ନିର୍ବାଚନ। ଏଭଳି ସମୟରେ କେନ୍ଦ୍ର ସରକାର ମଧ୍ୟ ଚାହୁଁଛନ୍ତି ଯେ ଏହି ସମସ୍ୟାକୁ କୌଣସି ପ୍ରକାରେ ଶାନ୍ତ ହୋଇଯାଉ।