Border Dispute: ଘନେଇଲାଣି କର୍ଣ୍ଣାଟକ-ମହାରାଷ୍ଟ୍ର ସୀମା ବିବାଦ, ମହାରାଷ୍ଟ୍ରକୁ ସତର୍କ କରାଇଲା କର୍ଣ୍ଣାଟକ
Advertisement

Border Dispute: ଘନେଇଲାଣି କର୍ଣ୍ଣାଟକ-ମହାରାଷ୍ଟ୍ର ସୀମା ବିବାଦ, ମହାରାଷ୍ଟ୍ରକୁ ସତର୍କ କରାଇଲା କର୍ଣ୍ଣାଟକ

Karnataka-Maharashtra Border Dispute:  ଆନ୍ତ ରାଜ୍ୟ ସୀମାକୁ ନେଇ ଉଭୟ କର୍ଣ୍ଣାଟକ-ମହାରାଷ୍ଟ୍ର ମଧ୍ୟରେ ବିବାଦ ପୂର୍ବରୁ ଲାଗି ରହିଛି। ମହାରାଷ୍ଟ୍ର ଦାବି କରିଆସୁଛି ଯେ ଷାଠିଏ ଦଶକରେ ଦେଶରେ ଭାଷା ଭିତ୍ତିରେ ରାଜ୍ୟ ପୁନର୍ଗଠନ କରାଯାଇଥିଲା। ମହାରାଷ୍ଟ୍ର ସୀମାରେ ଅବସ୍ଥିତ ଏକ ଏକ ମରାଠୀ ବହୁଳ  ଅଞ୍ଚଳକୁ କନ୍ନଡ ବହୁଳ କର୍ଣ୍ଣାଟକକୁ ଭୁଲ ଭାବେ ଦିଆଯାଇଥିଲା।

Border Dispute: ଘନେଇଲାଣି କର୍ଣ୍ଣାଟକ-ମହାରାଷ୍ଟ୍ର ସୀମା ବିବାଦ, ମହାରାଷ୍ଟ୍ରକୁ ସତର୍କ କରାଇଲା କର୍ଣ୍ଣାଟକ

Karnataka-Maharashtra Border Dispute News: କର୍ଣ୍ଣାଟକ-ମହାରାଷ୍ଟ୍ର ମଧ୍ୟରେ ଚାଲିଥିବା ସୀମା ବିବାଦ ଦିନକୁ ଦିନ ଆହୁରି ଘନେଇବାରେ ଲାଗିଛି। ଉଭୟ ରାଜ୍ୟରୁ ଆସୁଥିବା ଗାଡିକୁ ଟାର୍ଗେଟ କରାଯାଉଛି। କର୍ଣ୍ଣାଟକରେ ମହାରାଷ୍ଟ୍ର ଆସୁଥିବା ଗାଡି଼ ଉପରେ ହୋଇଥିବା ଆକ୍ରମଣକୁ ବିରୋଧରେ ମଙ୍ଗଳବାର ପୁଣେ ଠାରେ ଶିବ ସୈନିକ କର୍ଣ୍ଣାଟକ ସରକାରୀ ବସ୍ ଉପରେ କଳା ବୋଳି ଦେଇଛନ୍ତି। ଏନସିପି ମୁଖ୍ୟ ଶରଦ ପାୱାର ଏହି ପ୍ରସଙ୍ଗରେ ହସ୍ତକ୍ଷେପ କରିବାକୁ କେନ୍ଦ୍ର ସରକାରଙ୍କୁ କହିଛନ୍ତି। କର୍ଣ୍ଣାଟକ-ମହାରାଷ୍ଟ୍ର ସୀମା ବିବାଦ ଘଟଣା କ'ଣ ତାହା ଜାଣନ୍ତୁ।

କର୍ଣ୍ଣାଟକ ବେଲାଗାଭୀ ଠାରେ ମହାରାଷ୍ଟ୍ର ନମ୍ବର ପ୍ଲେଟ ଥିବା ରହିଥିବା ଗାଡ଼ିକୁ ଅଟକାଇ ତାହା ଉପରେ କଳା ରଙ୍ଗ ବୋଳି ଦିଆଯାଇଥିଲା। ଏହା ସହିତ ମହାରାଷ୍ଟ୍ରରୁ ଆସିଥିବା ଗାଡ଼ି ଉପରେ ପଥର ମାଡ଼ କରାଯାଇଥିଲା। ଏହାର ବିରୋଧରେ ମହାରାଷ୍ଟ୍ର ପୁଣେ ଠାରେ କର୍ଣ୍ଣାଟକ ବସ୍ ଉପରେ ମଧ୍ୟ ଟାର୍ଗେଟ କରାଯାଇଛି। ମହାରାଷ୍ଟ୍ର-କର୍ଣ୍ଣାଟକ ସୀମା ବିବାଦ ଆହୁରି ଗୁରୁତର ହେବାରେ ଲାଗିଛି। ରାଜ୍ୟର ବେଲାଗାଭୀ ନ ଆସିବା ଲାଗି ମହାରାଷ୍ଟ୍ର ସଡ଼କ ପରିବହନ ନିଗମ ବସ କୁ କହିଛନ୍ତି  କର୍ଣ୍ଣାଟକ ସରକାର। ଏହା ଦ୍ୱାରା ପଥର ମାଡ଼ ହୋଇପାରେ ବୋଲି ମହାରାଷ୍ଟ୍ର ସଡ଼କ ପରିବହନ ନିଗମକୁ କହିଛି କର୍ଣ୍ଣାଟକ ପୋଲିସ। 

ସୀମା ବିବାଦ ପ୍ରସଙ୍ଗରେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭୀସ୍ ମଙ୍ଗଳବାର କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବାସବରାଜ ବୋମ୍ମାଇଙ୍କ ସହ କଥା ହୋଇଛନ୍ତି। ଏନେଇ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ ଦେବେନ୍ଦ୍ର ଫଡନାଭୀସ୍ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀଙ୍କ ସହ ଏହି ପ୍ରସଙ୍ଗରେ କଥା ହୋଇଛନ୍ତି। ବେଲଗାଭୀ ନିକଟସ୍ଥ ହିରେବାଗବାଡି ଠାରେ ଘଟିଥିବା ଘଟଣାକୁ କର୍ଣ୍ଣାଟକ ସରକାରଙ୍କ ପାଖରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ।

ଏହି ଘଟଣାରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବାସବରାଜ ବମ୍ମାଇ କହିଛନ୍ତି ଯେ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭୀସଙ୍କୁ ଆଶ୍ୱାସନା ଦେଇ ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ କହିଛନ୍ତି ଯେ ମହାରାଷ୍ଟ୍ରରୁ କର୍ଣ୍ଣାଟକକୁ ଆସୁଥିବା ଯାନବାହନକୁ ସୁରକ୍ଷା ପ୍ରଦାନ କରାଯିବ।

ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ଏନସିପି ସୁପ୍ରିମୋ ଶରଦ ପାୱାର। ମଙ୍ଗଳବାର ଏନେଇ ସେ କହିଛନ୍ତି ଯେ ମହାରାଷ୍ଟ୍ର-କର୍ଣ୍ଣାଟକ ମଧ୍ୟରେ ସୀମା ବିବାଦ ଦୀର୍ଘ ବର୍ଷ ଧରି ରହିଆସିଛି। ସୀମା ବିବାଦ ପ୍ରସଙ୍ଗରେ ଯେତେବେଳେ କିଛି ଘଟିଥାଏ, ସେତେବେଳେ ମୋତେ ଖବର ମିଲିଥାଏ। ସାମ୍ବାଦିକ ସମ୍ମିଳନୀରେ ଏନସିପି ସୁପ୍ରିମୋ କହିଛନ୍ତି ସୀମା ବିବାଦ ମାମଲା ଗୁରୁତର ହେବାରେ ଲାଗିଛି। ଉଭୟ କର୍ଣ୍ଣାଟକ-ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଆଗକୁ ଆସି ଏହି ପ୍ରସଙ୍ଗରେ ଏକ ନିର୍ଦ୍ଦିଷ୍ଟ ନିଷ୍ପତ୍ତି ନିଅନ୍ତୁ। କର୍ଣ୍ଣାଟକରେ ମହାରାଷ୍ଟ୍ରର ଲୋକଙ୍କୁ ଆକ୍ରମଣ କରାଯିବା ସହ ଯାନବାହାନକୁ ଟାର୍ଗେଟ କରାଯାଉଛି। ଯାହାକୁ ନେଇ ଭୟର ବାତାବରଣ ସୃଷ୍ଟି ହୋଇଛି। 

ଏହି ପ୍ରସଙ୍ଗରେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭୀସ୍ ମଙ୍ଗଳବାର କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବାସବରାଜ ବୋମ୍ମାଇଙ୍କ ସହ କଥା ହୋଇଛନ୍ତି। ହେଲେ ଏହା ଦ୍ୱାରା କିଛି ଲାଭ ମିଳିବ ନାହିଁ। ସୀମାକୁ ଆସୁଥିବା ଗାଡିକୁ ନେଇ ଏକ ବଡ ସମସ୍ୟା ଉପୁଜିଛି। ସୀମା ବିବାଦକୁ ନେଇ ଯେଉଁ ଘଟଣା ଘଟୁଛି ତାହା ଅତ୍ୟନ୍ତ ଗମ୍ଭୀର। ଯଦି ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସ୍ଥିତି ସୁଧାର ନ ଆସେ, ତାହେଲେ ପରବର୍ତ୍ତୀ ସମୟରେ ଯାହା ଘଟିବ ସେଥିପାଇଁ ଉଭୟ କେନ୍ଦ୍ର ଏବଂ କର୍ଣ୍ଣାଟକ ସରକାର ଦାୟୀ ରହିବେ। 

ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ସତ୍ତ୍ୱେ ଏହି ପ୍ରସଙ୍ଗରେ କୌଣସି ବିନମ୍ରତା ଦେଖାଇ ନାହାଁନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ। କେହି ଆମର (ମହାରାଷ୍ଟ୍ର) ଧୈର୍ଯ୍ୟର ପରୀକ୍ଷା କରିବା ଠିକ ନୁହେଁ। କେହି ଭୁଲ ଦିଗରେ ଯିବା ଠିକ ନୁହେଁ। ଏହି ପ୍ରସଙ୍ଗରେ କୌଣସି ନିଷ୍ପତ୍ତି ନେବା ପୂର୍ବରୁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ସମସ୍ତ ପକ୍ଷକୁ ବିଶ୍ୱାସକୁ ନେବା ଆବଶ୍ୟକ। ସଂସଦର ଶୀତ କାଳୀନ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ମୁଁ ସମସ୍ତ ସାଂସଦଙ୍କୁ ଏକାଠି ହୋଇ ଏହି ପ୍ରସଙ୍ଗରେ ସେମାନଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିବାକୁ ଅନୁରୋଧ କରୁଛି ବୋଲି କହିଛନ୍ତି ଏନସିପି ସୁପ୍ରିମୋ।

ବେଲାଗାଭୀ ଠାରେ କର୍ଣ୍ଣାଟକ ରକ୍ଷଣା ବେଦିକ ନାମକ ଏକ ସଙ୍ଗଠନ ଦ୍ୱାରା ଜଣେ ଛାତ୍ରଙ୍କୁ ମାଡ ମାରିବା ଘଟଣାରେ ବିରୋଧ ପ୍ରଦର୍ଶନ କରାଯାଇଥିଲା। କଲେଜ ମହୋତ୍ସବରେ କର୍ଣ୍ଣାଟକ ପତାକା ଉତ୍ତୋଳନ କରିବାକୁ ନେଇ ଜଣେ କନ୍ନଡ ଛାତ୍ରଙ୍କୁ ମରାଠୀ ଛାତ୍ର ମାଡ ମାରିଥିବାର ଅଭିଯୋଗ ହୋଇଥିଲା।

ଆନ୍ତ ରାଜ୍ୟ ସୀମାକୁ ନେଇ ଉଭୟ କର୍ଣ୍ଣାଟକ-ମହାରାଷ୍ଟ୍ର ମଧ୍ୟରେ ବିବାଦ ପୂର୍ବରୁ ଲାଗି ରହିଛି। ଛାତ୍ରଙ୍କୁ ମାଡ଼ ମରାଯିବା ଘଟଣା ଏହି ବିବାଦକୁ ଆହୁରି ଆଗକୁ ବଢାଇଥିଲା। ମହାରାଷ୍ଟ୍ର ଦାବି କରିଆସୁଛି ଯେ ଷାଠିଏ ଦଶକରେ ଦେଶରେ ଭାଷା ଭିତ୍ତିରେ ରାଜ୍ୟ ପୁନର୍ଗଠନ କରାଯାଇଥିଲା। ଏକ ମରାଠୀ ବହୁଳ ମହାରାଷ୍ଟ୍ର ସୀମାରେ ଅବସ୍ଥିତ ଏକ ଅଞ୍ଚଳକୁ କନ୍ନଡ ବହୁଳ କର୍ଣ୍ଣାଟକକୁ ଭୁଲ ଭାବେ ଦିଆଯାଇଥିଲା।

କର୍ଣ୍ଣାଟକରେ ହୋଇଥିବା ପ୍ରତିବାଦ ସମୟରେ ଏକ ଟ୍ରକର କାଚ ଭାଙ୍ଗି  ଦିଆଯାଇଥିଲା। ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଯାଇ ପୋଲିସ ବଳ ମୁତୟନ କରାଯାଇଛି। ବିକ୍ଷୋଭ ସମୟରେ ବିକ୍ଷୋଭକାରୀ ପୋଲିସ ସହ ଧସ୍ତାଧସ୍ତି କରିଥିଲେ। ନିକଟରେ କର୍ଣ୍ଣାଟକ ମହାରାଷ୍ଟ୍ରର କିଛି ଗ୍ରାମ ଉପରେ ନିଜର ଅଧିକାର ଦାବି କରିବା ପୁଣି ଆରମ୍ଭ କରିଥିଲା। ଯାହାକୁ ନେଇ ଉଭୟ ରାଜ୍ୟ ମଧ୍ୟରେ ବିବାଦ ବଢିଯାଇଥିଲା। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଉଭୟ କର୍ଣ୍ଣାଟକ-ମହାରାଷ୍ଟ୍ର ରାଜ୍ୟ ଦ୍ୱୟରେ କେବଳ ଗୋଟିଏ ଦଳ ବିଜେପି କ୍ଷମତାରେ ରହିଛି।

ନିକଟରେ ମହାରାଷ୍ଟ୍ର ସରକାରଙ୍କ ୨ ମନ୍ତ୍ରୀ ଚନ୍ଦ୍ରକାନ୍ତ ପାଟିଲ ଏବଂ ଶମ୍ଭୁରାଜ ଦେଶାଇ ତାଙ୍କର ବେଲାଗାଭୀ ଗସ୍ତକୁ ସ୍ଥଗିତ ରଖିଥିଲେ। ଅନ୍ୟପକ୍ଷରେ ସୋମବାର ଏହା ଉପରେ ପ୍ରତିକ୍ରିୟା ରଖି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବାସବରାଜ ବୋମ୍ମାଇ କହିଛନ୍ତି ଯେ ଏହି ଗସ୍ତ ଦ୍ୱାରା ସେଠାରେ ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜିପାରେ। ଉଭୟ ମନ୍ତ୍ରୀ କର୍ଣ୍ଣାଟକ ବେଲାଗାଭୀ ଠାରେ ଲୋକଙ୍କ ସହ ଆଲୋଚନା କରିବାକୁ ଯାଉଥିଲେ।