ବିମାନ ଦୁର୍ଘଟଣାରେ ବ୍ରାଜିଲର ଲୋକପ୍ରିୟ ଗାୟିକା ମାରିଲିଆଙ୍କ ମୃତ୍ୟୁ, ଭିଡିଓ ଭାଇରାଲ...
ବ୍ରାଜିଲରେ ନୁହେଁ, ମାରିଲିଆ ବିଭିନ୍ନ ଦେଶରେ ପ୍ରସିଦ୍ଧ ଥିଲେ । ତାଙ୍କୁ ସୋସିଆଲ ମିଡିଆ ପ୍ଲାଟଫର୍ମ ୟୁଟ୍ୟୁବରେ ପ୍ରାୟ ୨,୨ କୋଟି ଲୋକ ଫଲୋ କରିଥିଲେ ।
ସାଓ ପାଓଲୋ: ବିମାନ ଦୁର୍ଘଟଣାରେ ବ୍ରାଜିଲର ଲୋକପ୍ରିୟ ଗାୟିକା ମାରିଲିଆ ମେଣ୍ଡୋନଙ୍କାଙ୍କ ଅକାଳ ବିୟୋଗ ।ମୃତ୍ୟୁବେଳକୁ ମାରିଲିଆଙ୍କୁ ମାତ୍ର ୨୬ ବର୍ଷ ବୟସ ହୋଇଥିଲା। ସିଙ୍ଗରଙ୍କ ମୃତ୍ୟୁ ସମ୍ପର୍କରେ ସୂଚନା ଦେଇ ଅଧିକାରୀମାନେ କହିଛନ୍ତି ଯେ, ଏହି ଘଟଣା ମିନସ୍ ଗେରାଇସ୍ ରାଜ୍ୟରେ ଘଟିଛି । ଏହି ଦୁର୍ଘଟଣା କିପରି ଘଟିଲା, ସେନେଇ ଏପର୍ଯ୍ୟନ୍ତ କୌଣସି ସୂଚନା ସାମ୍ନାକୁ ଆସିନାହିଁ । ସେପଟେ ମାରିଲିଆଙ୍କ ସହ ସେ ଯାତ୍ରା କରୁଥିବା ବିମାନରେ ତାଙ୍କର ଜଣେ ମାମୁଁ, ମ୍ୟାନେଜର ଓ ସହକର୍ମୀ ମଧ୍ୟ ଉପସ୍ଥିତ ଥିଲେ, ଦୁର୍ଘଟଣାରେ ସେମାନଙ୍କର ବି ମୃତ୍ୟୁ ହୋଇଥିବା ସୂଚନା ରହିଛି ।
ତେବେ ମାରିଲିଆ (Marilia Mendonca) ୨୦୧୯ ରେ ଶ୍ରେଷ୍ଠ ଆଲବମ୍ 'ସର୍ଟେନଜୋ' ମାଧ୍ୟମରେ ନିଜର ପରିଚୟ ସୃଷ୍ଟି କରିଥିଲେ । ଏହି ଆଲବମ୍ ପାଇଁ ସେ ଲାଟିନ ଗ୍ରେମୀ (Latin Grammy Winner) ପୁରସ୍କାର ମଧ୍ୟ ପାଇ ଥିଲେ । କେବଳ ବ୍ରାଜିଲରେ ନୁହେଁ, ମାରିଲିଆ ବିଭିନ୍ନ ଦେଶରେ ପ୍ରସିଦ୍ଧ ଥିଲେ । ତାଙ୍କୁ ସୋସିଆଲ ମିଡିଆ ପ୍ଲାଟଫର୍ମ ୟୁଟ୍ୟୁବରେ ପ୍ରାୟ ୨,୨ କୋଟି ଲୋକ ଫଲୋ କରିଥିଲେ । ବିମାନ ଦୁର୍ଘଟଣା ପୂର୍ବରୁ ଗାୟିକା ନିଜର ଯାତ୍ରା ସମ୍ପର୍କିତ ଏକ ଭିଡିଓ ମଧ୍ୟ ସେୟାର କରିଥିଲେ । ଯାହା ମୃତ୍ୟୁ ପରେ ଏବେ ଭାଇରାଲ ହେବାରେ ଲାଗିଛି ।
Also Read: ଦେଶ ଛାଡ଼ିବେ କି ଅମ୍ବାନୀ ପରିବାର ! ଜାଣନ୍ତୁ ଖବରର ସତ୍ୟତା
ମାରିଲିଆ ବିଶେଷ କରି ଫୋକ୍ ସଙ୍ଗ୍ (Folk Song) ପାଇଁ ଫେମସ ଥିଲେ । ଯାହାକୁ ବ୍ରାଜିଲରେ 'ସର୍ଟନଜୋ' କୁହାଯାଏ । ସେ ତାଙ୍କ ଗୀତରେ ନାରୀବାଦୀ ସମସ୍ୟାର ମୁକାବିଲା ପାଇଁ ଜଣାଶୁଣା ଥିଲେ । ସେ ତାଙ୍କ ଗୀତ ମାଧ୍ୟମରେ ମହିଳା ସଶକ୍ତିକରଣ ପାଇଁ ଆହ୍ୱାନ ଦେଉଥିଲେ। ଶୁକ୍ରବାର ସନ୍ଧ୍ୟାରେ ମାରିଲିଆ ମେଣ୍ଡୋଙ୍କାଙ୍କ ମୃତ୍ୟୁ ଖବର ଆସିବା ପରେ ତାଙ୍କ ପ୍ରଶଂସକଙ୍କ ମଧ୍ୟରେ ଦୁଃଖର ଲହରୀ ଖେଳିଯାଇଛି। କହିରଖୁଛୁ ଯେ, ମାରିଲିଆଙ୍କ ଇନଷ୍ଟାଗ୍ରାମ (Instagram) ଫଲୋଅର୍ସ ଥିଲେ ୩.୮ କୋଟି ।
Also Read: ଆପଣଙ୍କୁ କମ୍ ରାସନ ଦେଉଛି କି ଡିଲର? ଏହି ନମ୍ବରରେ କରନ୍ତୁ ଅଭିଯୋଗ; ମିଳିବ ପୂରା ଶସ୍ୟ
ରିପୋର୍ଟ ମୁତାବିକ, ବିମାନଟି ମଧ୍ୟ ପଶ୍ଚିମ ସହର ଗୋଏନିଆରୁ କାରିଙ୍ଗା ଅଭିମୁଖେ ଯାଉଥିଲା, ଯେଉଁଠାରେ ମାରିଲିଆଙ୍କର ଏକ କନସର୍ଟ ପ୍ରୋଗ୍ରାମ ଥିଲା ବୋଲି ମାରିଲିଆଙ୍କ ଅଫିସ ପକ୍ଷରୁ କୁହାଯାଇଛି। ଏହି ଦୁର୍ଘଟଣା କାରିଙ୍ଗା ଗ୍ରାମାଞ୍ଚଳରେ ଏକ ଛୋଟିଆ ସ୍ଥାନରେ ଘଟିଛି। ବିମାନ ଦୁର୍ଘଟଣା (Plane Crash) ର ପ୍ରକୃତ କାରଣ ଜାଣିବାକୁ ଅଧିକାରୀମାନେ ଯାଞ୍ଚ କରୁଛନ୍ତି ବୋଲି ରିପୋର୍ଟରେ କୁହାଯାଇଛି । ମାରିଲିଆଙ୍କ ମୃତ୍ୟୁକୁ ନେଇ ବ୍ରାଜିଲର ରାଷ୍ଟ୍ରପତି ଟ୍ୱିଟ୍ କରି ମାରିଲିଆଙ୍କ ଅମର ଆତ୍ମାର ସଦଗତି ପାଇଁ ଶୋକ ପ୍ରକାଶ କରିଛନ୍ତି ।