ଆପଣଙ୍କୁ କମ୍ ରାସନ ଦେଉଛି କି ଡିଲର? ଏହି ନମ୍ବରରେ କରନ୍ତୁ ଅଭିଯୋଗ; ମିଳିବ ପୂରା ଶସ୍ୟ
Advertisement
Article Detail0/zeeodisha/odisha1022223

ଆପଣଙ୍କୁ କମ୍ ରାସନ ଦେଉଛି କି ଡିଲର? ଏହି ନମ୍ବରରେ କରନ୍ତୁ ଅଭିଯୋଗ; ମିଳିବ ପୂରା ଶସ୍ୟ

ଅନେକ ଥର ଦେଖାଯାଏ ଯେ ରାସନ ଦେଉଥିବା ଡିଲରମାନେ ଗ୍ରାହକଙ୍କୁ ଅଳ୍ପ ପରିମାଣର ରାସନ ଦିଅନ୍ତି । ଯଦି ଆପଣ ମଧ୍ୟ ଓଜନଠାରୁ କମ୍ ରାସନ ପାଉଛନ୍ତି, ତେବେ ବର୍ତ୍ତମାନ ଆପଣ ସେହି ଡିଲରମାନଙ୍କ ବିରୁଦ୍ଧରେ ଅଭିଯୋଗ କରିପାରିବେ ।

ଆପଣଙ୍କୁ କମ୍ ରାସନ ଦେଉଛି କି ଡିଲର? ଏହି ନମ୍ବରରେ କରନ୍ତୁ ଅଭିଯୋଗ; ମିଳିବ ପୂରା ଶସ୍ୟ

Ration Card Online: ଯଦି ଆପଣ ରାସନ କାର୍ଡ (Ration Card) ମାଧ୍ୟମରେ ଗହମ, ଚାଉଳ କିମ୍ବା ଅନ୍ୟାନ୍ୟ ସାମଗ୍ରୀ ମଧ୍ୟ ପାଉଥାନ୍ତି, ତେବେ ଏହା ଆପଣଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର । ଅନେକ ଥର ଦେଖାଯାଏ ଯେ ରାସନ ଦେଉଥିବା ଡିଲରମାନେ ଗ୍ରାହକଙ୍କୁ ଅଳ୍ପ ପରିମାଣର ରାସନ ଦିଅନ୍ତି । ଯଦି ଆପଣ ମଧ୍ୟ ଓଜନଠାରୁ କମ୍ ରାସନ ପାଇଛନ୍ତି, ତେବେ ବର୍ତ୍ତମାନ ଆପଣ ସେହି ଡିଲରମାନଙ୍କ ବିରୁଦ୍ଧରେ ଅଭିଯୋଗ କରିପାରିବେ । କେନ୍ଦ୍ର ସରକାରଙ୍କ (Central Government) ଦ୍ୱାରା ବିଭିନ୍ନ ରାଜ୍ୟ ପାଇଁ ଭିନ୍ନ ଭିନ୍ନ ନମ୍ବର (Dealer complain number) ଜାରି କରାଯାଇଛି, ଯେଉଁ ନମ୍ବରରେ ଆପଣ କଲ କରି ଅଭିଯୋଗ କରିପାରିବେ ।

30 ନଭେମ୍ବର ପର୍ଯ୍ୟନ୍ତ ଉପଲବ୍ଧ ମାଗଣା ରାସନ 
କହିରଖୁଛୁ ଯେ ଏହି ସମୟରେ ସରକାର ସାଧାରଣ ଜନତାଙ୍କୁ ମାଗଣା ରାସନ ସୁବିଧା ଯୋଗାଉଛନ୍ତି । ନଭେମ୍ବର 30 ପର୍ଯ୍ୟନ୍ତ ଆପଣ ଏହି ସୁବିଧା ସୁଯୋଗ ନେଇପାରିବେ ।ପ୍ରଧାନ ମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା (PMGKAY) ଅଧୀନରେ ମାଗଣା ରାସନ ପ୍ରଦାନ କରାଯାଉଛି ।

ଆପଣ ଏହି ସଂଖ୍ୟାଗୁଡ଼ିକ ଉପରେ ଅଭିଯୋଗ କରିପାରିବେ-

ଆନ୍ଧ୍ରପ୍ରଦେଶ - 1800-425-2977
ଅରୁଣାଚଳ ପ୍ରଦେଶ - 03602244290
ଆସାମ - 1800-345-3611
ବିହାର- 1800-3456-194 
ଛତିଶଗଡ଼ - 1800-233-3663
ଗୋଆ- 1800-233-0022 
ଗୁଜୁରାଟ- 1800-233-5500
ହରିୟାଣା - 1800-180-2087
ହିମାଚଳ ପ୍ରଦେଶ - 1800-180-8026 
ଝାଡ଼ଖଣ୍ଡ - 1800-345-6598, 1800-212-5512
କର୍ଣ୍ଣାଟକ- 1800-425-9339
କେରଳ- 1800-425-1550
ମଧ୍ୟପ୍ରଦେଶ - 181
ମହାରାଷ୍ଟ୍ର- 1800-22-4950
ମଣିପୁର- 1800-345-3821
ମେଘାଳୟ- 1800-345-3670
ମିଜୋରାମ- 1860-222-222-789, 1800-345-3891
ନାଗାଲାଣ୍ଡ - 1800-345-3704, 1800-345-3705
ଓଡ଼ିଶା - 1800-345-6724 / 6760
ପଞ୍ଜାବ - 1800-3006-1313
ରାଜସ୍ଥାନ - 1800-180-6127
ସିକ୍କିମ୍ - 1800-345-3236 
ତାମିଲନାଡୁ - 1800-425-5901
ତେଲେଙ୍ଗାନା - 1800-4250-0333 
ତ୍ରିପୁରା- 1800-345-3665
ଉତ୍ତରପ୍ରଦେଶ- 1800-180-0150
ଉତ୍ତରାଖଣ୍ଡ - 1800-180-2000, 1800-180-4188 
ପଶ୍ଚିମବଙ୍ଗ - 1800-345-5505
ଦିଲ୍ଲୀ - 1800-110-841
ଜମ୍ମୁ - 1800-180-7106
କାଶ୍ମୀର - 1800-180-7011
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ - 1800-343-3197 
ଚଣ୍ଡିଗଡ଼ - 1800-180-2068
ଦାଦ୍ରା ଏବଂ ନାଗର ହାଭେଳି ଏବଂ ଦାମନ ଏବଂ ଡିୟୁ - 1800-233-4004 
ଲାକ୍ଷାଦ୍ୱୀପ - 1800-425-3186 
ପୁଡୁଚେରୀ - 1800-425-1082 

ଟ୍ରାକକୁ ଫରୁଛି ଅର୍ଥନୀତି
ମାର୍ଚ୍ଚ 2020 ରେ ସାଧାରଣ ଜନତାଙ୍କ ପାଇଁ କେନ୍ଦ୍ର ସରକାର ଏହି ସୁବିଧା ଆରମ୍ଭ କରିଥିଲେ । ଏହାର ଉଦ୍ଦେଶ୍ୟ ଏହା ଥିଲା ଯେ କୋରୋନା ଅବଧିରେ ସମସ୍ତେ ମାଗଣାରେ ଖାଦ୍ୟ ସାମଗ୍ରୀ ପାଇପାରିବେ । ଏହାକୁ ଦୃଷ୍ଟିରେ ରଖି ଏହି ଯୋଜନା ଆରମ୍ଭ ହୋଇଥିଲା । ଏହି ଯୋଜନା ଅଧୀନରେ ପ୍ରାୟ 80 କୋଟି ଲୋକଙ୍କୁ ମାଗଣାରେ 5 କିଲୋଗ୍ରାମ ଗହମ କିମ୍ବା ଚାଉଳ ଦିଆଯାଇଥିଲା । ଏହା ସହିତ ପ୍ରତି ମାସରେ ଏକ କିଲୋଗ୍ରାମ ଡାଲି ମଧ୍ୟ ଦିଆଯାଉଥିଲା । ବର୍ତ୍ତମାନ ଦେଶରେ କୋରୋନାର ପ୍ରଭାବ ହ୍ରାସ ପାଉଛି ଏବଂ ଦେଶର ଅର୍ଥନୀତି ପୁଣି ଥରେ ଟ୍ରାକକୁ ଫେରୁଛି ।

ଏହା ବି ପଢ଼ନ୍ତୁ: 'ନ୍ୟୁଜିଲାଣ୍ଡ ଯଦି ଆଫଗାନିସ୍ତାନକୁ ହରାଇଦିଏ ତେବେ ଇଣ୍ଡିଆ କ’ଣ କରିବ' ଜାଡେଜା ଦେଲେ ଏହାର ଜବାବ

ଏହା ବି ପଢ଼ନ୍ତୁ: ସେହୱାଗ କଲେ ଭବିଷ୍ୟବାଣୀ; କହିଲେ ଏଥର କେଉଁ ଦଳ ଜିତିବ ଟି -୨୦ ବିଶ୍ୱକପ?